ଶ୍ରୀଲଙ୍କାରେ ହେବାକୁ ଥିବା ଏସିଆ କପ୍ ରବ୍ଦ
ନୂଆଦିଲ୍ଲୀ : ସାରା ବିଶ୍ୱରେ କରୋନା ଭାଇରସର ଆତଙ୍କ ଜାରି ରହିଛି । ଏହାର ପ୍ରଭାବ ଲୋକଙ୍କ ଜୀବନ ଉପରେ ମଧ୍ୟ ପଡିଛି । କ୍ରିକେଟ ଉପରେ ମଧ୍ୟ କରୋନାର କଳା ବାଦଲ ହଟୁନାହିଁ । ଭାରତରେ ଆଇପିଏଲ ଅଧାରୁ ବନ୍ଦ ହେବା ପରେ ଏବେ ଶ୍ରୀଲଙ୍କାରେ ହେବାକୁ ଥିବା ଏସିଆ କପ୍ ମଧ୍ୟ ରବ୍ଦ ହୋଇଛି । ପାକିସ୍ତାନ ପରିବର୍ତ୍ତେ ଶ୍ରୀଲଙ୍କାରେ ହେବାକୁ ଥିବା ଏସିଆ କପ୍ କରୋନା ମହମାରୀକୁ ନଜରରେ ରଖି ରବ୍ଦ କରି ଦିଆଯାଇଛି । ଶ୍ରୀଲଙ୍କା କ୍ରିକେଟ ବୋର୍ଡର ସିଇଓ ଆସଲେ ଡି ସିଲଭା ଏନେଇ ଘୋଷଣା କରିଛନ୍ତି । ଏହା ସହ ଟୁର୍ଣ୍ଣାମେଣ୍ଟ ଆୟୋଜନ କଷ୍ଟକର ବୋଲି ସେ କହିଛନ୍ତି ।
ଡି ସିଲଭା କହିଛନ୍ତି ଯେ, ବର୍ତ୍ତମାନର ପରିସ୍ଥିତିକୁ ନଜରରେ ରଖି ଟୁର୍ଣ୍ଣାମେଣ୍ଟ ହୋଇପାରିବ ନାହିଁ । ଏହା ପୂର୍ବରୁ ପାକିସ୍ତାନରେ ହେବାର ଥିଲା । କିନ୍ତୁ ଭାରତ-ପାକ୍ ରାଜନୈତିକ ତିକ୍ତତା କାରଣରୁ ଭାରତ ସେଠାକୁ ଯିବାକୁ ରାଜି ନଥିଲା । ଏହାପରେ ଟୁର୍ଣ୍ଣାମେଣ୍ଟରୁ ଶ୍ରୀଲଙ୍କାରେ କରାଯିବା ନେଇ ନିଷ୍ପତ୍ତି ନିଆଯାଇଥିଲା । କିନ୍ତୁ କରୋନା କାରଣରୁ ଏହାକୁ ରବ୍ଦ କରାଯାଇଛି । ଏବେ ଏହି ଟୁର୍ଣ୍ଣାମେଣ୍ଟ ୨୦୨୩ ଦିନିକିଆ ବିଶ୍ୱକପ ପରେ ହିଁ ଖେଳାଯାଇପାରେ । କିନ୍ତୁ ବିସିସିଆଇ ସମ୍ପାଦକ ଜୟ ଶାହଙ୍କ ଅଧ୍ୟକ୍ଷତାରେ ଗଠିତ ଏସିଆ କ୍ରିକେଟ ପରିଷଦ ଏନେଇ ଆନୁଷ୍ଠାନିକ ଭାବେ ଘୋଷଣା କରିନାହିଁ