ଭାରତୀୟ ଯାତ୍ରୀଙ୍କ ପାଇଁ କଟକଣା କୋହଳ କଲା ବ୍ରିଟେନ
![](https://thetruths.in/wp-content/uploads/2021/08/UK-Airport.jpg)
Travellers wearing a face mask or covering due to the COVID-19 pandemic, stand at check-in desks at Terminal 2 of Heathrow Airport in west London on December 21, 2020, as a string of countries around the world banned travellers arriving from the UK, due to the rapid spread of a new, more-infectious coronavirus strain. - Prime Minister Boris Johnson was to chair a crisis meeting Monday as a growing number of countries blocked flights from Britain over a new highly infectious coronavirus strain the UK said was "out of control". (Photo by Niklas HALLE'N / AFP) (Photo by NIKLAS HALLE'N/AFP via Getty Images)
ନୂଆଦିଲ୍ଲୀ : ଭାରତୀୟ ଯାତ୍ରୀଙ୍କ ପାଇଁ କଟକଣା କୋହଳ କଲା ବ୍ରିଟେନ । ରବିବାର ଦିନ ବ୍ରିଟେନ ଭାରତକୁ ନିଜ “ରେଡ” ତାଲିକାରୁ ହଟାଇ “ଅମ୍ବର” ତାଲିକାକୁ ଆଣିଛି । ଏବେ କରୋନା ଟିକାର ଦୁଇଟି ଡୋଜ ନେଇଥିବା ଭାରତୀୟ ଯାତ୍ରୀଙ୍କୁ ବ୍ରିଟେନରେ ପହଞ୍ଚିବା ପରେ ବାଧ୍ୟତାମୂଳକ ଭାବେ ୧୦ ଦିନ ହୋଟେଲରେ ସଙ୍ଗରୋଧରେ ରହିବାକୁ ପଡ଼ିବ ନାହିଁ। ବର୍ତ୍ତମାନ ବିଦେଶକୁ ବିମାନ ଉଡ଼ାଣ ଉପରେ କଟକଣା ଥିବା ବେଳେ ବ୍ରିଟେନ ଏବଂ ଭାରତ ସରକାରଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଚୁକ୍ତିନାମା ଅନୁଯାୟୀ ଭାରତ ଏବଂ ବ୍ରିଟେନ ମଧ୍ୟରେ ସୀମିତ ସଂଖ୍ୟକ ବିମାନ ଚଳାଚଳ ଜାରି ରହିଛି। ନୂଆ ନିୟମ ଏହି ବିମାନରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଲାଗୁ ହେବ । ସ୍ୱାସ୍ଥ୍ୟ ଏବଂ ସାମାଜିକ ଯତ୍ନ ବିଭାଗ (ଡିଏଚଏସସି) ନିଶ୍ଚିତ କରିଛି ଯେ, ଦୁଇ ଡୋଜ ଟିକା ନେଇ ବ୍ରିଟେନ ଆସୁଥିବା ଯାତ୍ରୀଙ୍କୁ ଏବେ ହୋଟେଲରେ ସଙ୍ଗରୋଧରେ ରହିବାକୁ ପଡ଼ିବ ନାହିଁ । ସେମାନେ ଚାହିଁଲେ ନିଜ ଘରେ କିମ୍ବା ସେମାନଙ୍କୁ ନିଜ କମ୍ପାନି ପକ୍ଷରୁ ଦିଆଯାଇଥିବା ଘରେ ରହିପାରିବେ । ଏବେ ହୋଟେଲରେ ରହିବ ବାଧ୍ୟତାମୂଳକ ନୁହେଁ।
ନୂଆ ନିୟମ ଅନୁଯାୟୀ, ଯାତ୍ରୀମାନେ ବ୍ରିଟେନ ଯିବାର ତିନି ଦିନ ପୂର୍ବରୁ ନିଜର କୋଭିଡ୍ ପରୀକ୍ଷା କରିବେ ଏବଂ ଇଂଲଣ୍ଡରେ ପହଞ୍ଚିବା ପରେ ଦୁଇଟି କୋଭିଡ୍ ପରୀକ୍ଷା ପାଇଁ ଆଗୁଆ ବୁକ କରିବେ । ଇଂଲଣ୍ଡରେ ପହଂଚିବା ପରେ ସେ ନିଜ ଘରେ ବା ନିଜ କମ୍ପାନି ପକ୍ଷରୁ ଦିଆଯାଇଥିବା ଘରେ ୧୦ଦିନ ରହିବା ସହ ଦୁଇ ଥର କରୋନା ପରୀକ୍ଷା କରାଇବେ । ୧୮ ବର୍ଷରୁ କମ୍ ଏବଂ ବ୍ରିଟେନରେ ଦୁଇଟି ଡୋଜ ନେଇଥିବା ବ୍ୟକ୍ତିମାନଙ୍କ ଉପରେ ଘରୋଇ ସଙ୍ଗରୋଧ ନିୟମ ଲାଗୁ ହେବ ନାହିଁ । ଏହା ସହ ଯେଉଁମାନେ ୟୁଏଇ ଏବଂ ଆମେରିକାରେ ଉଭୟ ଡୋଜ ଗ୍ରହଣ କରିଛନ୍ତି, ସେମାନଙ୍କ ଉପରେ ଘରୋଇ ସଙ୍ଗରୋଧ ନିୟମ ଲାଗୁ ହେବ ନାହିଁ ।