ଗୋରଖପୁର ସହର ଓ ଗୋରଖନାଥ ମନ୍ଦିରର ସୁରକ୍ଷା ବ୍ୟବସ୍ଥା ବଢିଲା
![](https://thetruths.in/wp-content/uploads/2023/04/45-2.jpg)
ଗୋରଖପୁର : ମାଫିଆ ଅତିକ ଅହମ୍ମଦ ଏବଂ ତା’ର ଭାଇ ଅଶରଫ ଅହମ୍ମଦକୁ ଶନିବାର ବିଳମ୍ବିତ ରାତିରେ ପ୍ରୟାଗରାଜରେ ହତ୍ୟା ପରେ ଗୋରଖପୁର ସହର ସମେତ ଗୋରଖନାଥ ମନ୍ଦିରର ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି । ସହରର ଜନଗହଳିପୂର୍ଣ୍ଣ ଓ ସମ୍ବେଦନଶୀଳ ସ୍ଥାନ ଗୁଡିକ ଉପରେ ପୋଲିସ ବିଶେଷ ଦୃଷ୍ଟି ରଖିଛି । ଏପରିକି ବିନା କାରଣରେ ବୁଲୁଥିବା ଲୋକ ମାନଙ୍କୁ ଅଟକାଇ ପଚରା ଉଚରା ଚଳାଇଛି ପୋଲିସ ।