ପାଣିରେ ଚାଲିବ ରୋବଟ୍
ଚୀନ୍ର ବୈଜ୍ଞାନିକମାନେ ଏଭଳି ଏକ ରୋବଟ୍ ତିଆରି କରିଛନ୍ତି, ଯାହା ପାଣି ଉପରେ ଚାଲି ପାରିବ । ଝେଜିଆଙ୍ଗ ୟୁନିଭର୍ସିଟିର ବୈଜ୍ଞାନିକମାନେ ତିଆରି କରିଥିବା ଏହି ରୋବଟ୍ରେ ରହିଛି ୧୦ଟି ଜଳ ଅପସାରଣ ଗୋଡ଼ । ତେବେ ସେଥି ମଧ୍ୟରୁ ୨ଟି ଗୋଡ଼ ଚଳାଚଳ କରିପାରିବ । ଦୁଇଟି ଛୋଟ ମୋଟର ଦ୍ୱାରା ଏହା ସଞ୍ଚାଳିତ ହୋଇଥାଏ । ଗୋଡ଼ର ଅତ୍ୟଧିକ ଅପସାରଣ ଗୁଣ ଯୋଗୁଁ ଏହା ଚାଲିବା ସହିତ ଦୌଡ଼ି ବି ପାରିବ । ଏହି ମାଇକ୍ରୋ ରୋବଟର ଓଜନ ଜଳରେ ବାସ କରୁଥିବା ୩୯୦ ବୁଢ଼ିଆଣୀଙ୍କ ଓଜନ ସହ ସମାନ । ଗତ ଅଗଷ୍ଟ ୧ ତାରିଖରେ ଏ ରୋବଟ୍କୁ ବୈଜ୍ଞାନିକମାନେ ତିଆରି କରିଛନ୍ତି ।