କରୋନା ସ୍ଥିତି ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ : ରୋଗୀଙ୍କ ପାଇଁ ଶଯ୍ୟା ଉପଲବ୍ଧ ଉପରେ ଗୁରୁତ୍ୱ
ନୂଆଦିଲ୍ଲୀ : ଦେଶରେ ହୁ ହୁ ହୋଇ ବଢିଚାଲିଛି ମହାମାରୀ କରୋନା ସଂକ୍ରମଣ । କରୋନାର ଦ୍ଵିତୀୟ ଲହରୀ ବେକାବୁ ହୋଇପଡିଲାଣି । ଫଳରେ ଦେଶରେ କରୋନା ସ୍ଥିତି ନେଇ ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସମୀକ୍ଷା ବୈଠକରେ ମୋଦୀ ଔଷଧ, ଅକ୍ସିଜେନ୍, ଭେଣ୍ଟିଲେଟର ଏବଂ ଟିକାକରଣ ଉପରେ ଆଲୋଚନା କରିଛନ୍ତି। କରୋନା ଆକ୍ରାନ୍ତଙ୍କ ପାଇଁ ହସ୍ପିଟାଲରେ ବେଡ୍ ସଂଖ୍ୟା ବୃଦ୍ଧି କରିବାକୁ ଯଥାସମ୍ଭବ ଚେଷ୍ଟା କରିବାକୁ ସେ ନିର୍ଦେଶ ଦେଇଛନ୍ତି । ସେହିପରି ଟିକା ଉତ୍ପାଦନ ପାଇଁ ସମସ୍ତ କ୍ଷମତା ଉପଯୋଗ କରାଯାଉ। ଯାଞ୍ଚ, ସର୍ଭିଲାନ୍ସ ଏବଂ ଚିକତ୍ସା ଛଡ଼ା ଏହାର କିଛି ବିକଳ୍ପ ନାହିଁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ।
ଏହାସହ କୋଭିଡ ରୋଗୀଙ୍କ ପାଇଁ ଡାକ୍ତରଖାନାରେ ଯଥେଷ୍ଟ ସଂଖ୍ୟାରେ ଶଯ୍ୟା ଉପଲବ୍ଧ କରିବା ଉପରେ ସେ ଗୁରୁତ୍ୱ ଆରୋପ କରିଥିଲେ । ଦେଶର ସବୁ ସମ୍ବଳ ପ୍ରୟୋଗ କରି ଟିକା ଉତ୍ପାଦନ ବୃଦ୍ଧି କରିବା ପାଇଁ ସେ ଆହ୍ୱାନ ଜଣାଇଥିଲେ । ଅନ୍ୟପକ୍ଷରେ କରୋନା ମୁକାବିଲା ପାଇଁ ପରୀକ୍ଷା, ଟ୍ରାକିଂ ଓ ଚିକିତ୍ସାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ । ସେ ମଧ୍ୟ ରାମଡେସଭିର ଔଷଧର ଉପଲବ୍ଧତାର ସମୀକ୍ଷା କରିଥିଲେ । ଏହି ବୈଠକରେ ବିଭିନ୍ନ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀ, ରାଜ୍ୟ ସରକାରଙ୍କ ପ୍ରତିନିଧିମାନେ ଯୋଗ ଦେଇଥିଲେ ।