ସିଲଚର ଓ ଆଖପାଖ ଅଂଚଳରେ ଜୀବନଶୈଳୀ ସହଜ କରିବା ପାଇଁ ହେଉଥିବା ଉନ୍ନୟନମୂଳକ କାର୍ଯ୍ୟରେ ସନ୍ତୋଷ ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ସିଲଚର ଓ ଆଖପାଖ ଅଂଚଳରେ ଜୀବନଶୈଳୀ ସହଜ କରିବା ପାଇଁ ହେଉଥିବା ଉନ୍ନୟନମୂଳକ କାର୍ଯ୍ୟରେ ସନ୍ତୋଷ ବ୍ୟକ୍ତ କରିଛନ୍ତି । ସାଂସଦ ଡଃ ରାଜଦୀପ ରାୟ ଏକ ଟ୍ୱିଟ ଶୃଙ୍ଖଳରେ ସିଲଚରର ବିକାଶ ଯାତ୍ରା ସମ୍ପର୍କରେ ସୂଚନା ଦେଇଥିଲେ । ସେ କହିଥିଲେ, ଶିକ୍ଷା, ସ୍ୱଚ୍ଛତା, ସ୍ୱାସ୍ଥ୍ୟ ସେବା, ଜଳ ଯୋଗାଣ, ପରିବେଶ, ପରିବହନ, ସୁଲଭ ମୂଲ୍ୟରେ ଆବାସ, ସୁରକ୍ଷା ନିରାପତା ଅବା ସାର୍ବଜନୀନ ସେବା ଭଳି କ୍ଷେତ୍ରରେ ଏହି ଅଂଚଳରେ ଲୋକଙ୍କ ଆର୍ôଥକ କ୍ଷମତା ସହ ଜୀବନର ଗୁଣବତା ବଢିଛି । ସିଜିଏଚଏସ ୱେଲନେସ ସେଣ୍ଟର, ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା (ପିଏମଜିଏସୱାଇ), ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ (ପିଏମଏୱାଇ-ଜି) ଓ ଅନ୍ୟ ବିକାଶ ଉପକ୍ରମ ସମ୍ପର୍କରେ ମଧ୍ୟ କହିଛନ୍ତି, ଯାହା ସିଲଚର ଓ ଆଖପାଖ ଅଂଚଳର ଲୋକଙ୍କ ଜୀବନକୁ ସହଜ କରିଛି ।ସାଂସଦଙ୍କ ଟ୍ୱିଟ ଶୃଙ୍ଖଳ ପ୍ରତ୍ୟୁତରରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି; “ବିକାଶମୂଳକ କାର୍ଯ୍ୟର ପରିଣାମ ସ୍ୱରୂପ ସିଲଚର ଓ ଆଖପାଖ ଅଂଚଳରେ ଜୀବନଶୈଳୀ ସହଜ ହେଉଥିବାରୁ ବେଶ ଖୁସି ।”