ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି
![](https://thetruths.in/wp-content/uploads/2022/10/President-Draupadi-Murmu.png)
- ୨୬ରେ ଏସ୍ସିବି ଛାତ୍ର ସଂସଦ ବାର୍ଷିକୋତ୍ସବରେ ଯୋଗଦେବେ
- ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟର ହୀରକ ଜୟନ୍ତୀ ଉତ୍ସବରେ ହେବେ ସାମିଲ
କଟକ : ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି । ଆସନ୍ତା ଜୁଲାଇ ୨୬ରେ କଟକ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏସ୍ସିବି ମେଡିକାଲ କଲେଜ ଛାତ୍ର ସଂସଦର ବାର୍ଷିକୋତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ମହାମହିମ୍। ଏନେଇ ରାଷ୍ଟ୍ରପତି ଭବନ ଏବଂ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟରୁ ଆସିଥିବା ଚିଠି ଏସ୍ସିବି କଲେଜ କର୍ତ୍ତୁପକ୍ଷଙ୍କ ହସ୍ତଗତ ହୋଇଛି। ଏସ୍ସିବିକୁ ପ୍ରଥମ ଥର ପାଇଁ ରାଷ୍ଟ୍ରପତି ଆସୁଥିବାରୁ କାର୍ଯ୍ୟକ୍ରମକୁ ବ୍ୟାପକ ଭାବେ ଆୟୋଜନ କରିବା ଲାଗି ଛାତ୍ର ସଂସଦ ସହିତ ମେଡିକାଲ କଲେଜ ଏବଂ ହସ୍ପିଟାଲ କର୍ତ୍ତୁପକ୍ଷ ପ୍ରସ୍ତୁତି ଚଳାଇଛନ୍ତି।
ସେହିପରି ୨୭ ତାରିଖରେ ରଷ୍ଟ୍ରପତି ଭଦ୍ରକ ଗସ୍ତ କରି ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟର ହୀରକ ଜୟନ୍ତୀ ଉତ୍ସବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ରାଷ୍ଟ୍ରପତିଙ୍କ ଗସ୍ତ କାର୍ଯ୍ୟକ୍ରମକୁ ନେଇ ଭଦ୍ରକ ମହାବିଦ୍ୟାଳୟ ଓ ପ୍ରଶାସନ ଚଳଚଞ୍ଚଳ ହୋଇପଡିଛି। ରାଷ୍ଟ୍ରପତିଙ୍କ ଗସ୍ତ କାର୍ଯ୍ୟକ୍ରମକୁ ସଫଳ କରିବାକୁ ଜିଲ୍ଲାପାଳ ଓ ମହାବିଦ୍ୟାଳୟର ପ୍ରତିନିଧି ଦଳ ଗୁରୁତ୍ୱ ଦେଇଛନ୍ତି।