କାଲିଠୁ ଆଇପିଏଲ୍-୨୦୨୧ ମହାସମର
ମୁମ୍ବାଇ-ଆରସିବି ପ୍ରଥମ ମୁକାବିଲା
ନୂଆଦିଲ୍ଲୀ : ଦୁନିଆର ସବୁଠାରୁ ଆକର୍ଷକ ଟି-୨୦ ଟୁର୍ଣ୍ଣାମେଣ୍ଟ ଆଇପିଏଲ୍-୨୦୨୧ ଶୁକ୍ରବାର ଠାରୁ ଆରମ୍ଭ ହେବ। ଦେଶରେ କରୋନା ସଂକ୍ରମଣ ଯେତେ ଦୃତ ଗତିରେ ବୃଦ୍ଧି ପାଇବାରେ ଲାଗିଛି, ସେହିପରି କ୍ରିକେଟ ପ୍ରେମୀମାନଙ୍କ ମନରେ ମଧ୍ୟ ବଢିଚାଲିଛ ଆଇପିଏଲ୍ ମହାସମର ପଇଁ ଉତ୍କଣ୍ଠା । ବିଭିନ୍ନ ଦଳର ଖେଳାଳି ମାନଙ୍କ ସହିତ ବିଭିନ୍ନ ଟେକ୍ନିସିଆନ ମାନେ ମଧ୍ୟ କରୋନାରେ କରୋନାରେ ସଂକ୍ରମିତ ହେବା ପରେ ବହୁ ଆଶା ଆଶଙ୍କା ଭିତରେ ଆରମ୍ଭ ହେବାକୁ ଯାଉଛି କ୍ରିକେଟର ସହାସମର ଆଇପିଏଲ୍ । ଉଦ୍ଘାଟନୀ ମ୍ୟାଚ୍ ଚେନ୍ନାଇରେ ଗତବର୍ଷର ଟାଇଟଲ ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଖେଳାଯିବ। ୫ଥର ଆଇପିଏଲ୍ ବିଜେତା ମୁମ୍ବାଇ ଇଂଡିଆନ୍ସ ଆଇପିଏଲ ଇତିହାସରେ ବିରାଟ କୋହଲିଙ୍କ ଟିମ ଆରସିବି ଉପରେ ସବୁବେଳେ ଭାରି ପଡିଛି। ଆରସିବି ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଏବେ ସୁଦ୍ଧା ଖେଳାଯାଇଥିବା ୨୯ ମ୍ୟାଚ୍ ମଧ୍ୟରୁ ମୁମ୍ବାଇ ଇଣ୍ଡିଆନ୍ସ ୧୯ ଥର ବାଜି ମାରିଛି। ଆରସିବି ୧୦ଟି ମ୍ୟାଚ୍ ଜିତିବାରେ ସଫଳ ହୋଇଛି। ସେହିପରି ଗତବର୍ଷ ଦେଶରେ କରୋନା ପ୍ରକୋପକୁ ଦୃଷ୍ଟିରେ ରଖି ବିସିସିଆଇ ଆଇପିଏଲକୁ ୟୁଏଇକୁ ନେଇଯାଇଥିଲା । ମାତ୍ର ଚଳିତବର୍ଷ ଭାରତର ୬ଟି ଷ୍ଟାଡିୟମରେ ମ୍ୟାଚ୍ ଗୁଡିକ ଆୟୋଜନ ନେଇ ପ୍ରସ୍ତୁତି କରିଛି ବିସିସିଆଇ ।
Just 1️⃣ Day To Go ? ?
— IndianPremierLeague (@IPL) April 8, 2021
CAN. NOT. WAIT ? ?#VIVOIPL pic.twitter.com/rEEK9OwYiW
ଲଗାତାର ଦ୍ୱିତୀୟ ବର୍ଷ କରୋନା ଭାଇରସ୍ ଯୋଗୁଁ ଆଇପିଏଲ୍ ମ୍ୟାଚ୍ ବିନା ଦର୍ଶକରେ ଖେଳାଯିବ। ଆଇପିଏଲ୍ ପ୍ରଶଂସକ ମୋବାଇଲ ଓ ଟିଭିରେ ମ୍ୟାଚ ଦେଖିପାରିବେ। ଏଥର ଆଇପିଏଲ୍ ମ୍ୟାଚ୍ ଚେନ୍ନାଇ, ମୁମ୍ବାଇ, ଅହମଦାବାଦ, ବେଙ୍ଗାଲୁରୁ, କୋଲକାତା ଓ ଦିଲ୍ଲୀରେ ଖେଳାଯିବ। କୌଣସି ଟିମ୍ ଘରୋଇ ମଇଦାନରେ ମ୍ୟାଚ ଖେଳିବନି। ଆଇପିଏଲ୍ ୨୦୨୧ ପ୍ରଥମ ମ୍ୟାଚ୍ ଭାରତୀୟ ସମୟାନୁସାରେ ସନ୍ଧ୍ୟା ସାଢେ ୭ଟା ସମୟରେ ଖେଳାଯିବ। ଟସ ୭ଟା ରେ ହେବ। ମ୍ୟାଚ୍ ପ୍ରସାରଣ ସ୍ତର ସ୍ପୋର୍ଟ୍ସ ନେଟୱାର୍କରେ ପ୍ରସାରିତ ହେବ। ମ୍ୟାଚର ଲାଇଭ୍ ଷ୍ଟ୍ରିମିଙ୍ଗ୍ ଡିଜ୍ନି ପ୍ଲସ୍ ହଟଷ୍ଟାରରେ ଦେଖିପାରିବେ।
ମୁମ୍ବାଇ ଦଳ : ରୋହିତ ଶର୍ମା, ଆଦିତ୍ୟ ତାରେ, ଅନମୋଲପ୍ରୀତ ସିଂହ, ଧବଳ କୁଲକର୍ଣୀ, ହାର୍ଦିକ ପାଣ୍ଡ୍ୟା, ଈଶାନ କିଷାନ, ଯଶପ୍ରୀତ ବୁମରାହ, ଜୟନ୍ତ ଯାଦବ, କିରୋନ ପୋଲାଇ, କ୍ରୁଣାଲ ପାଣ୍ଡ୍ୟା, କ୍ୱିଣ୍ଟନ୍ ଡିକକ୍, ରାହୁଲ ଚାହର, ସୂର୍ଯ୍ୟକୁମାର ଯାଦବ, ଟ୍ରେଣ୍ଟ ବୋଲ୍ଟ, କ୍ରିସ୍ ଲିନ୍, ସୌରଭ ତିୱାରୀ, ମୋହସିନ ଖାନ, ଏଡମ ମିଲ୍ନେ, ନାଥନ କୁଲ୍ଟର ନାଇଲ୍, ପିୟୁଷ ଚାୱଲା, ମାର୍କୋ ଜେନ୍ସର, ଯୁଦ୍ଧବୀର ସିଂହ, ଜେମ୍ସ ନିଶନ, ଅର୍ଜୁନ ତେନ୍ଦୁଲକର।
ଆରସିବି ଦଳ : ବିରାଟ କୋହଲି, ଏବି ଡି ଭିଲିୟର୍ସ, ୟୁଜବେନ୍ଦ୍ର ଚହଲ, ଦେବଦତ୍ତ ପଡିକ୍କଲ, ୱାସିଂଟନ ସୁନ୍ଦର, ମହମ୍ମଦ ସିରାଜ, ନବଦ୍ୱୀପ ସାଇନି, ଏଡମ ଜାମ୍ପା, ଶାହାବାଜ ଅହମ୍ମଦ, ଫିନ୍ ଆଲେନ୍, କେନ୍ ରିଚାର୍ଡସନ, ଗ୍ଲେନ ମ୍ୟାକ୍ସୱେଲ୍, ସଚିନ ବେବି, ରଜତ ପଟିଦାର, ମହମ୍ମଦ ଆଜାହରୁଦ୍ଦିନ, ହର୍ସଲ ପଟେଲ, ସୁୟେଶ ପ୍ରଭୁଦେସାଇ, କେ.ଏସ୍ ଭରତ, କାଇଲ୍ ଜେମିସନ୍, ଡାନିଏଲ୍ ଖ୍ରୀଷ୍ଟିଆନ।