ଯୁକ୍ତ୨ ପରୀକ୍ଷା ମୂଲ୍ୟାୟନ ପାଇଁ ବିଶେଷଜ୍ଞ କମିଟିର ଆଜି ଅନ୍ତିମ ପର୍ଯ୍ୟାୟ ବୈଠକ
![](https://thetruths.in/wp-content/uploads/2021/06/2-Result-1024x576.jpg)
ଭୁବନେଶ୍ୱର : ସିଏଚସିଇ ଦ୍ଵାରା ପରିଚାଳିତ ଯୁକ୍ତ୨ ପରୀକ୍ଷା ମୂଲ୍ୟାୟନ ପାଇଁ ୧୪ ଜଣିଆ ବିଶେଷଜ୍ଞ କମିଟିର ଆଜି ଅନ୍ତିମ ପର୍ଯ୍ୟାୟ ବୈଠକ ହେବ ଓ ସେଥିରେ ମୂଲ୍ୟାୟନ ସଂକ୍ରାନ୍ତୀୟ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଆସିପାରେ ବୋଲି କୁହାଯାଉଛି ।
ପୂର୍ବରୁ କମିଟି ପକ୍ଷରୁ ବହୁବାର ମୂଲ୍ୟାୟନକୁ ନେଇ ବୈଠକ ବସିଥିବାବେଳେ ନିଷ୍କର୍ସ ବାହାରି ପାରିନାହିଁ। ଆଜି ମୂଲ୍ୟାୟନ ସମ୍ବନ୍ଧରେ କମିଟିର ଅନ୍ତିମ ପର୍ଯ୍ୟାୟ ବୈଠକ ବସିବ। ବୈଠକରେ ମୂଲ୍ୟାୟନ ସମ୍ବନ୍ଧରେ ଚୂଡାନ୍ତ ନିଷ୍ପତ୍ତି ନିଆଯିବ। ଏହାପରେ ବନ୍ଦ ଲଫାପାରେ ନିଷ୍ପତ୍ତି ସଂକ୍ରାନ୍ତୀୟ ରିପୋର୍ଟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଧ୍ୟକ୍ଷଙ୍କୁ ଦିଆଯିବ। କମିଟିର ପ୍ରସ୍ତାବକୁ ନେଇ ସରକାରୀ ସ୍ତରରେ ବିଚାର ବିମର୍ଷ କରାଯିବା ପରେ ମୂଲ୍ୟାୟନ ସମ୍ବନ୍ଧରେ ଘୋଷଣା କରାଯିବ। ସୂଚନା ଯେ, ଚଳିତ ମାସ ୫ ତାରିଖରେ ଯୁକ୍ତ୨ ପରୀକ୍ଷାର ମୂଲ୍ୟାଙ୍କନ ପାଇଁ ଏକ କମିଟି ଗଠନ କରାଯାଇଥିବା ବେଳେ ୧୦ ଦିନରେ ରିପୋର୍ଟ ଦେବ ବୋଲି ଘୋଷଣା କରାଯାଇଥିଲା।