ବାଲିଆପାଳ ବସଷ୍ଟାଣ୍ଡ ଓ ପଡ଼ିଆ ଆନ୍ଦୋଳନ ପୁଣି ତେଜୁଲା।
ବାଲିଆପାଳ : ରାଜ୍ଯ ସରକାର କ୍ରୀଡାକୁ ଅଗ୍ରାଧିକାର ଦେଉଥିବା ବେଳେ ବାଲିଆପାଳରେ ସୁବର୍ଣ୍ଣରେଖା ହାଇସ୍କୁଲର ଖେଳପଡିଆକୁ ମଡେଲ ବସ ଷ୍ଟାଣ୍ଡ ନିର୍ମାଣ କରିବାପାଇଁ ପରିବହନ ବିଭାଗକୁ ଖେଳ ପଡିଆକୁ ହସ୍ତାନ୍ତର କରିବା ପରେ ଆନ୍ଦୋଳନ ର ସୂତ୍ର ପାତ ଆରମ୍ଭ ହୋଇଛି ।ଏହାର ଆଶୁ ସମାଧାନ ନ ହେବାରୁ ବାଲିଆପାଳ ଅଞ୍ଚଳବାସୀଙ୍କ ଦ୍ଵାରା କୋର୍ଟରେ ମୋକର୍ଦମା ରୁଜୁ ହୋଇ ଥିବା ବେଳେ ସୂଚନା ଅଧିକ ଅଭିଯାନ ବାଲିଆପାଳ ଶାଖା ପକ୍ଷରୁ ରୁ ଶାବକ ଖତିଆନରେ ଖେଳ ପଡିଆ ଓ ପୁରୁଣା ବସ ଷ୍ଟାଣ୍ଡକୁ ମାପ କରାଯାଇ ଜବରଦଖଲକାରୀଙ୍କୁ ଉଛେଦ କରାଯାଉ ବୋଲି ଦାବି କରାଯାଇଛି। ପୁରୁଣା ବସ ଷ୍ଟାଣ୍ଡରେ ନୂଆ ବସ ଷ୍ଟାଣ୍ଡ ନିର୍ମାଣ କରିବା ପାଇଁ ବାଲିଆପାଳ ତହସିଲଦାର , ଜିଲ୍ଲାପାଳ, ଉପଜିଲ୍ଲାପାଳ,ରାଜସ୍ବ କମିଶର ଓ ରାଜସ୍ୱ ସଚିବଙ୍କୁ ଲିଖିତ ଦରଖାସ୍ତ କରିଥିଲେ। ଫଳ କିଛି ନ ହେବାରୁ ସଂଘର କର୍ମ କର୍ତ୍ତା ମାନେ ତହସିଲ ଆଗରେ ଦିନିକିଆ ଧାରଣାରେ ବସିବେ ବୋଲି ପ୍ରେସକୁ ଜଣାଇଛନ୍ତି।ପ୍ରକାଶ ଥାଉକି ପ୍ରଶାସନ ଉଭୟ ଖେଳ ପଡ଼ିଆ ଓ ପୁରୁଣା ବସ ଷ୍ଟାଣ୍ଡରେ ଉଚ୍ଛେଦ ନେଇ କୌଣସି ପଦକ୍ଷେପ ନ ନେବାରୁ ସୂଚନା ଅଧିକାର ଅଭିଯାନ ବାଲିଆପାଳ ଶାଖାର ସଦସ୍ୟ ମାନଙ୍କ ଦ୍ଵାରା ଚଳିତ ମାସ ଉଚ୍ଚ ନ୍ୟାୟାଳୟରେ ଜନସ୍ବାର୍ଥ ସମ୍ବଳିତ ମାମଲା ରୁଜ୍ଜୁ କରାଯାଇଛି। ସଂଘର ବାଲିଆପାଳ ଶାଖାର ସଭାପତି ଅନୁଜ କୁମାର ମହାପାତ୍ର କହିଛନ୍ତି।