ଫ୍ରି ଫାୟାର ଗେମ୍ ଖେଳି ଦଶମ ଶ୍ରେଣୀ ଛାତ୍ର ଗୁରୁତର
କେନ୍ଦୁଝର : କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ ଆଖୁପାଳ ଗାଁରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଜଣେ ଦଶମ ଶ୍ରେଣୀ ଛାତ୍ର ମୋବାଇଲରେ ଫ୍ରି ଫାୟାର ଗେମ୍ ଖେଳି ଗୁରୁତର ହୋଇଛନ୍ତି । ତାଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି ।
କୁଅଁର ଖଣ୍ଡାଙ୍କ ପୁଅ ୧୫ ବର୍ଷୀୟ ଅଗସ୍ତି ଖଣ୍ଡା ମୋନାହାରପୁର ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ର ପାଠ ପଢୁଥିଲେ । ବାପା କୁଅଁର ଖଣ୍ଡା ପୁଅ ଅନଲାଇନରେ ପାଠ ପଢିବ ବୋଲି ସ୍ମାର୍ଟ ଫୋନ୍ କିଣି ଦେଇଥିଲେ । କିନ୍ତୁ ପୁଅ ପାଠ ନପଢି ଫ୍ରି ଫାୟାର ଗେମ୍ ଖେଳି ମାନସିକ ସ୍ଥିତି ହରାଇ ବସିଥିଲେ । ତାଙ୍କ ଅବସ୍ଥା ଗୁରୁତର ହେବାରୁ ପ୍ରଥମେ ହରିଚନ୍ଦନପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । ତେବେ ସ୍ଥିତି ସଙ୍କଟାପନ୍ନ ହେବାରୁ ତାଙ୍କୁ ସଙ୍ଗେ ସଙ୍ଗେ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି ।