ବୁଦା ମୂଳରୁ ନରକଙ୍କାଳ ଉଦ୍ଧାର

କେନ୍ଦୁଝର : କେନ୍ଦୁଝର ଜିଲା ତେଲକୋଇ ଥାନା ଅନ୍ତର୍ଗତ ସିରିଗିଡା ପଞ୍ଚାୟତ କାଳିଆ ଗାଁ ନିକଟରେ ଏକ ବୁଦା ମୂଳରୁ ନରକଙ୍କାଳ ଉଦ୍ଧାର ହୋଇଛି ।
ସୂଚନା ଯେ, ଶନିବାର ସକାଳେ କିଛି ସ୍ଥାନୀୟ ଲୋକେ ଘୁରୁଡିଆ ନାଳ ନିକଟକୁ ଶୌଚହେବାକୁ ଯାଇଥିଲେ । ସେଠାରେ କଙ୍କାଳ ଦାମୂଳରେ ଏକ ନରକଙ୍କାଳ ପଡିଥିବାର ଦେଖି ପୋଲିସକୁ ଖବର ଦେଇଥିଲେ । କେହି ହତ୍ୟା କରି ମୃତଦେହକୁ ଏଠାରେ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି । ପରେ ଏହା କଙ୍କାଳ ପାଲଟି ଯାଇଛି । ତେବେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।