ସେଲ୍ଫି ନେବା ବେଳେ ନଦୀରେ ଭାସି ଯାଇ ଯୁବକ ନିଖୋଜ

କେନ୍ଦୁଝର : କେନ୍ଦୁଝର ଜିଲା ଆନନ୍ଦପୁର ବୈତରଣୀ ନଦୀର ସାନଖମ୍ବ ନିକଟରେ ଅଘଟଣ । ସେଲ୍ଫି ନେବା ବେଳେ ନଦୀରେ ଭାସି ଯାଇ ଯୁବକ ନିଖୋଜ। ଠାକୁରମୁଣ୍ଡା ଓ ପାଟଣାରୁ ଅଗ୍ନିଶମ କର୍ମଚାରୀ ମାନେ ଆସି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।
ସୂଚନା ଯେ, ବୁଧବାର କରଞ୍ଜିଆର ଅଙ୍କିତ ପୋରିଓ୍ୱାଲ ପରିବାର ଲୋକଙ୍କ ସହ ସମ୍ପର୍କୀୟ ସାନଖମ୍ବ ବୁଲିବାକୁ ଆସିଥିଲେ l ସେଠାରେ ସେଲ୍ଫି ଫଟୋ ଉଠାଉଥିବା ବେଳେ ୨ଜଣ ପାଣିରେ ଖସିପଡ଼ିଥିଲେ l ସାଙ୍ଗମାନେ ଜଣଙ୍କୁ ଉଦ୍ଧାର କରିଥିବାବେଳେ ଶ୍ରୀରାମ (୨୦) ପାଣିରେ ଭାସି ଯାଇଥିଲେ l ଶ୍ରୀରାମ ଝାଡ଼ଖଣ୍ଡ ଅଞ୍ଚଳରୁ ସମ୍ପର୍କୀୟ ଘର କରଞ୍ଜିଆକୁ ଆସିଥିଲେ । ସେଠାରୁ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ ସୁନାଖମ୍ବ ବୁଲିବାକୁ ଆସିଥିବା ବେଳେ ଏପରି ଅଘଟଣ ଘଟିଛି । ଗତକାଲି ସନ୍ଧ୍ୟା ସମୟରେ ବର୍ଷା ହେବାରୁ ନଦୀରେ ପାଣି ସ୍ରୋତ ବଢିଯାଇଥିଲା । ଯାହାଫଳରେ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା । ଗୁରୁବାର ଅଗ୍ନିଶମ କର୍ମଚାରୀ ମାନେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।