ଆଇଟି ସେବା ପ୍ରଦାନରେ ବ୍ରିଟେନର ଏକ ନମ୍ୱର କମ୍ପାନି ଟିସିଏସ
![](https://thetruths.in/wp-content/uploads/2022/07/TCS.jpg)
ନୂଆଦିଲ୍ଲୀ: ଟାଟା କନସଲଟେନ୍ସି ସର୍ଭିସ (ଟିସିଏସ) ଆୟ ମାମଲାରେ ବ୍ରିଟେନ ବାଜରରେ ଶୀର୍ଷ ୩୦ ସ୍ପଫ୍ଟୱେୟର ଏବଂ ଆଇଟି କମ୍ପାନି ସୂଚୀର ଶୀର୍ଷରେ ପହଞ୍ଚିଛି । ବିଭିନ୍ନ ଉଦ୍ୟୋଗର ପ୍ରଦର୍ଶନ ଉପରେ ନଜର ରଖୁଥିବା ଆନାଲିଟିଷ୍ଟ ଫାର୍ମ ଟେକମାର୍କେଟଭ୍ୟୁ ଏହି ଲିଷ୍ଟ ଜାରି କରିଛି।
ଟେକମାର୍କେଟଭ୍ୟୁର ରିପୋର୍ଟରୁ ଆଧାର କରି ଟିସିଏସ ଏହି ବୟାନ ଜାରି କରିଛି । କମ୍ପାନିର ବୟାନ ଅନୁସାରେ ଏହି ରିପୋର୍ଟ ୨୦୦ରୁ ଅଧିକ ସାର୍ବଜାନୀନ ଏବଂ ଘରୋଇ କମ୍ପାନିର ବ୍ରିଟେନରେ ଆୟ ଉପରେ ବିସ୍ତୃତ ବିଶ୍ଲେଷଣକୁ ଆଧାର କରି ପ୍ରସ୍ତୁତ କରାଯାଇଛି ।
ରେଭେନ୍ୟୁ ରାଙ୍କିଂରେ କମ୍ପାନି ବେଶ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା କମ୍ପାନି କହିଛି। ଏହାସହ ଆପ୍ଲିକେସନ ପରିଚାଳନାରେ ଶୀର୍ଷ ସ୍ଥାନ ହାସଲ କରିଛି। ଅନ୍ୟପଟେ, ଆଇଟି ଏବଂ ଭିପି ସେବା ପ୍ରଦାନରେ କମ୍ପାନି ଦ୍ୱିତୀୟ ଏବଂ ପରାମର୍ଶ ଏବଂ ସମାଧାନ ପ୍ରଦାନ ମାମଲାରେ କମ୍ପାନି ତୃତୀୟ ସ୍ଥାନରେ ରହିଛି।