ମାର୍ଚ୍ଚ ୧୭ରେ ସମସ୍ତ ଧର୍ମାନ୍ତରୀକରଣ ଆବେଦନ ଉପରେ ଶୁଣାଣି କରିବେ ସୁପ୍ରିମକୋର୍ଟ
![](https://thetruths.in/wp-content/uploads/2022/06/Supremecourt-2.jpg)
ନୂଆଦିଲ୍ଲୀ : ଆସନ୍ତା ମାର୍ଚ୍ଚ ୧୭ ତାରିଖରେ ଧର୍ମାନ୍ତରୀକରଣ ପ୍ରସଙ୍ଗରେ ସମସ୍ତ ଆବେଦନ ଉପରେ ଶୁଣାଣି କରିବେ ସୁପ୍ରିମକୋର୍ଟ । ବେଆଇନ ଧର୍ମାନ୍ତରୀକରଣ ଏବଂ ଧର୍ମାନ୍ତରୀକରଣ ବିରୋଧରେ ବିଭିନ୍ନ ରାଜ୍ୟ ଆଇନକୁ ବିରୋଧ କରି ସୁପ୍ରିମକୋର୍ଟରେ ହୋଇଥିବା ସମସ୍ତ ଆବେଦନ ଉପରେ ଗୋଟିଏ ଦିନରେ ଶୁଣାଣି ହେବ। ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ବାଧୀନ ଖଣ୍ଡପୀଠ ଆଜି ଆଇନଜୀବୀ ଅଶ୍ବିନୀ ଉପାଧ୍ୟାୟଙ୍କ ଆବେଦନକୁ ଶୁଣାଣି ପାଇଁ ଗ୍ରହଣ କରିବା ସହ ସମସ୍ତ ଆବେଦନ ଉପରେ ମାର୍ଚ୍ଚ ୧୭ରେ ଶୁଣାଣି ହେବ ବୋଲି କହିଛନ୍ତି।
ଆଇନଜୀବୀ ଉପାଧ୍ୟାୟ କହିଛନ୍ତି, ବେଆଇନ ଧର୍ମାନ୍ତରୀକରଣ ବିରୋଧରେ ତାଙ୍କ ଆବେଦନ ବିଭିନ୍ନ ରାଜ୍ୟ ଆଇନକୁ ଚ୍ୟାଲେଂଜ କରି ହୋଇଥିବା ଆବେଦନଠାରୁ ଭିନ୍ନ। ଉପାଧ୍ୟାୟ କହିଛନ୍ତି, ମୁଁ ରାଜ୍ୟ ଆଇନକୁ ସମର୍ଥନ କରୁନି କି ବିରୋଧ କରୁନି। ତେଣୁ ତାଙ୍କ ଆବେଦନ ଉପରେ ସେ ପୃଥକ୍ ଭାବେ ଶୁଣାଣି ପାଇଁ ଖଣ୍ଡପୀଠଙ୍କୁ ଅନୁରୋଧ କରିଥିଲେ। କିନ୍ତୁ ପ୍ରଧାନ ବିଚାରପତି ସମସ୍ତ ଆବେଦନକୁ ଗୋଟିଏ ଦିନରେ ଶୁଣାଣି ପାଇଁ ସ୍ଥିର କରିଛନ୍ତି।