ସଂକ୍ରମଣରେ ଅଚାନକ୍ ବୃଦ୍ଧି ! ଚୀନକୁ ଫେରିଲା ଲକ୍ଡାଉନ୍
![](https://thetruths.in/wp-content/uploads/2022/03/Lockdown-Returned-to-China-1024x683.jpg)
ବେଜିଂ : ଚୀନ୍ରେ ପୁଣିଥରେ ମହାମାରୀ କରୋନା ଦେଖାଯାଇଛି। କରୋନା ସଂକ୍ରମଣରେ ଅଚାନକ୍ ବୃଦ୍ଧି ଯୋଗୁଁ ଚୀନ୍ ସରକାର ଦେଶର ପୂର୍ବୋତ୍ତର ସହର ଚାଙ୍ଗ୍ଚୁନ୍ରେ ଲକ୍ଡାଉନ୍ ଲାଗୁ କରିଛନ୍ତି। ପାଖାପାଖି ୯୦ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଏହି ସହରର ଅଧିବାସୀଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅତି ଜରୁରୀ ନଥିବା ବ୍ୟବସାୟ ପ୍ରତିଷ୍ଠାନ ଓ ପରିବହନ ସମ୍ବନ୍ଧୀୟ ସମସ୍ତ ସୁବିଧା ଉପରେ ରୋକ୍ ଲାଗୁ କରିବା ସହିତ ମାସ୍ ଟେଷ୍ଟିଂ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ସହରର ଜଣେ ବ୍ୟକ୍ତିଙ୍କୁ ପ୍ରତି ଦୁଇଦିନର ଅନ୍ତରାଳରେ ଥରେ ଜରୁରିକାଳୀନ ସାମଗ୍ରୀ କ୍ରୟ କରିବାକୁ ବାହାରକୁ ଯିବା ପାଇଁ ଅନୁମତି ଦିଆଯାଇଛି। ସୂଚନା ଯେ, ଚଳିତ ସପ୍ତାହରେ ସଂକ୍ରମିତଙ୍କ ସଂଖ୍ୟା ଦେଶରେ ଏକହଜାର ଅତିକ୍ରମ କରିଛି। ସାଂଘାଇ ସହରରେ ସମସ୍ତ ଶିକ୍ଷାନୁଷ୍ଠାନକୁ ମଧ୍ୟ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।