କୁଲଗାମରେ ସୁରକ୍ଷାକର୍ମୀଙ୍କୁ ସଫଳତା; ଦୁଇ ଆତଙ୍କୀ ନିହତ
![](https://thetruths.in/wp-content/uploads/2022/05/Kulgam-Encounter.jpeg)
ଶ୍ରୀନଗର : ଦକ୍ଷିଣ କାଶ୍ମୀରର କୁଲଗାମରେ ସୁରକ୍ଷାକର୍ମୀଙ୍କୁ ମିଳିଛି ସଫଳତା । ଏଠାରେ ସୁରକ୍ଷାକର୍ମୀ ଓ ଆତଙ୍କୀଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ଗୁଳି ବିନିୟମରେ ଦୁଇ ଆତଙ୍କୀଙ୍କୁ ନିପାତ କରିବାରେ ସଫଳ ହୋଇଛନ୍ତି ଯବାନ । ଦୁଇ ଆତଙ୍କୀ ଆତଙ୍କବାଦୀ ସଂଗଠନ ଏଲଇଟିର ସକ୍ରିୟ ସଦସ୍ୟ ବୋଲି ଜଣାପଡିଛି । ଏବେ ମଧ୍ୟ ଘଟଣାସ୍ଥଳକୁ କର୍ଡନ କରି ଅପରେସନକୁ ଜୋରଦାର କରାଯାଉଛି ।
ଏ ନେଇ କାଶ୍ମୀର ଜୋନ ପୋଲିସ କହିଛି, ସ୍ଥାନୀୟ ଅଞ୍ଚଳରେ ଆତଙ୍କବାଦୀଙ୍କ ଇପସ୍ଥିତି ନେଇ ଗୁଇନ୍ଦା ସୂଚନା ମିଳିଥିଲା । ଏହାକୁ ଆଧାର କରି ରବିବାର ସକାଳେ ସ୍ଥାନୀୟ ପୋଲିସ ଓ ସୁରକ୍ଷା ବାହିନୀ ମିଳିତ ଭାବେ ଅପରେସନ ଆରମ୍ଭ କରିଥିଲେ । ଏଥିରେ ଆତଙ୍କୀମାନେ ଗୁଳି ଚଳାଇବା ପରେ ପାଲଟା ଜବାବ ଦେଇଥିଲେ ଯବାନ । ବର୍ତ୍ତମାନ ସୁଦ୍ଧା ୨ ଆତଙ୍କୀ ନିପାତ ହୋଇସାରି ଥିବାବେଳେ ଅନ୍ୟ କିଛି ଆତଙ୍କୀ ଆତ୍ମଗୋପନ କରିଥିବା ସନ୍ଦେହରେ ଅପରେସନ ଜାରି ରହିଛି ।