ବାଲେଶ୍ୱର ପୋଲିସକୁ ସଫଳତା; ଏକାଧିକ ମାମଲାରେ ଜଡ଼ିତ ୫ ଅଭିଯୁକ୍ତ ଗିରଫ
![](https://thetruths.in/wp-content/uploads/2022/06/Lootera-Gang-1024x379.jpg)
ବାଲେଶ୍ୱର : ବାଲେଶ୍ୱର ପୋଲିସକୁ ସଫଳତା । ଏକ ମୋଟର ସାଇକେଲ ଚୋରି ଓ ଅନ୍ୟ ୪ ଗୋଟି ଡକାୟତି ମାମଲା ସହ ଜଡ଼ିତ ଗ୍ୟାଙ୍ଗଗ୍ୟାଙ୍ଗର ମୁଖିଆ ସହ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ସେମାନଙ୍କ ଠାରୁ ବିଭିନ୍ନ ମାରଣାସ୍ତ୍ର ମଧ୍ୟ ଜବତ କରାଯାଇଛି । ଏ ନେଇ ସହଦେବଖୁଣ୍ଟା ମଡ଼େଲ ଥାନାରେ ଶୁକ୍ରବାର ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଜିଲା ଆରକ୍ଷୀ ଅଧିକ୍ଷକ ସୁଧାଂଶୁ ଶେଖର ମିଶ୍ର ଗିରଫ ଅଭିଯୁକ୍ତ ଓ ସେମାନଙ୍କ କାର୍ଯ୍ୟକଳାପ ସମ୍ପର୍କରେ ସୂଚନା ଦେଇଥିଲେ । ଗିରଫ ଅଭିଯୁକ୍ତମାନେ ହେଲେ ମାଷ୍ଟରମାଇଣ୍ଡ ବସ୍ତା ଥାନା ଅନ୍ତର୍ଗତ ରେଣୁପଦା ଅଞ୍ଚଳର ମାନସ ନାୟକ ଓ ଟାଉନ ଥାନା ଅନ୍ତର୍ଗତ ବାଲୁବଜାର ଅଞ୍ଚଳର ଶେଖ ଜାଫର (୨୦), ଅବଦୁଲ ହମିଦ ଖାନ (୨୦), ଶେଖ ଜାହିଦ ହୋସେନ (୨୨) ଓ ଶେଖ ଅରବାଜ (୨୧) । ସେମାନଙ୍କ ନିକଟରୁ ନଗଦ ୫୭ ହଜାର ଟଙ୍କା ସହିତ ୩ଟି ମୋବାଇଲ ଫୋନ୍, ୩ଟି ତେଲେଙ୍ଗା କଟୁରୀ, ଗୋଟିଏ ଖେଳନା ବନ୍ଧୁକ ଓ ୩ଟି ବାଇକ ଜବତ କରାଯାଇଥିବା ଜିଲା ଆରକ୍ଷୀ ଅଧିକ୍ଷକ ପ୍ରକାଶ କରିଛନ୍ତି ।
![](https://thetruths.in/wp-content/uploads/2022/06/IMG-20220624-WA0066-1024x576.jpg)
![](https://thetruths.in/wp-content/uploads/2022/06/IMG-20220624-WA0079-1024x576.jpg)
ତେବେ ଏହି ଡକାୟତି ଗ୍ୟାଙ୍ଗ ବିଭିନ୍ନ ସମୟରେ ବ୍ୟାଙ୍କରୁ ଟଙ୍କା ଉଠାଉଥିବା ବ୍ୟକ୍ତିଙ୍କ ଉପରେ ନଜର ରଖିବା ସହ ସୂଯୋଗ ପାଇ ସେମାନଙ୍କ ଠାରୁ ଲୁଟ୍ କରିଥାନ୍ତି । ଯୋଜନାବଦ୍ଧ ଭାବେ ଡକାୟତି କରୁଥିବା ଏହି ଅଭିଯୁକ୍ତଙ୍କ ବିରୋଧରେ ସହଦେବଖୁଣ୍ଟା ଥାନାରେ ୨ଟି ଏବଂ ଟାଉନ୍ ଥାନା, ସୋର ଓ ସଦର ଥାନାରେ ଗୋଟିଏ ଲେଖାଏଁ ମାମଲା ରହିଛି । ଏ ପର୍ଯ୍ୟନ୍ତ ବିଭିନ୍ନ ବ୍ୟକ୍ତିଙ୍କ ଠାରୁ ଅଭିଯୁକ୍ତମାନେ ୧୦ଲକ୍ଷ ୫୫ହଜାର ଟଙ୍କା ଲୁଟ୍ କରିଥିବା ନେଇ ଜିଲା ଆରକ୍ଷୀ ଅଧିକ୍ଷକ ସୂଚନା ଦେଇଛନ୍ତି । ସଦର ଏସ୍ଡ଼ିପିଓ ପଦାରବିନ୍ଦ ମହାପାତ୍ର, ସିଟି ଡିଏସ୍ପି ଅମୂଲ୍ୟ ଧର, ସହଦେଖୁଣ୍ଟା ଥାନା ଆଇଆଇସି ସୁଧାଂଶୁ ଶେଖର ନାୟକ ଓ ଟାଉନ୍ ଥାନା ଆଇଆଇସି ଗୋପାଳ କର୍ଣ୍ଣ ପ୍ରମୁଖ ଖବରଦାତା ସମ୍ମିଳନୀରେ ଉପସ୍ଥିତ ଥିଲେ ।