ଶକ୍ତିଶାଳୀ ଭୂକମ୍ପରେ ଥରିଲା ଇଣ୍ଡୋନେସିଆ : ୨୦ ମୃତ, ୩ ଶହରୁ ଅଧିକ ଆହତ
![](https://thetruths.in/wp-content/uploads/2022/11/Earthquake-in-Indonesia-1024x576.jpg)
Workers inspect a store damaged during an earthquake in Cianjur, West Java, Indonesia, Monday, Nov. 21, 2022. An earthquake shook Indonesia's main island of Java on Monday damaging dozens of buildings and sending residents into the capital's streets for safety. (AP Photo/Firman Taqur)
ନୂଆଦିଲ୍ଲୀ : ସୋମବାର ଶକ୍ତିଶାଳୀ ଭୂମିକମ୍ପରେ ଥରିଉଠିଛି ଦକ୍ଷିଣ-ପୂର୍ବ ଏସୀୟ ଦେଶ ଇଣ୍ଡୋନେସିଆ। ସୋମବାର ଦେଶର ମୁଖ୍ୟ ଭୂଖଣ୍ଡ ଜାଭା ଦ୍ୱୀପରେ ସୋମବାର ହୋଇଥିବା ଭୂକମ୍ପରେ ପ୍ରାୟ ୨୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅତି କମରେ ୩ ଶହରୁ ଅଧିକ ଲୋକ ଆହତ ହୋଇଛନ୍ତି। ସିୟାଞ୍ଜୁର ପ୍ରଶାସନ ମୁଖ୍ୟ ହରମାନ ସୁହରମନ୍ କହିଛନ୍ତି ଯେ ମୁଁ ବର୍ତ୍ତମାନ ପାଇଥିବା ସୂଚନା ଅନୁଯାୟୀ କେବଳ ଏହି ଡାକ୍ତରଖାନାରେ ପ୍ରାୟ ୨୦ ଜଣଙ୍କ ଲୋକଙ୍କ ମୃତ୍ୟୁ ହୋଇଛ। ଏଠାରେ ଅତି କମରେ ୩୦୦ ଲୋକ ଚିକିତ୍ସିତ ହେଉଛନ୍ତି। ଭୂମିକମ୍ପ କାରଣରୁ ଅନେକ କୋଠାଘର ଭାଙ୍ଗି ଯିବାରୁ ସେଠାରେ ଅନେକ ଲୋକ ଫସିଯାଇ ଆହତ ହୋଇଛନ୍ତି।
ଦକ୍ଷିଣ-ପୂର୍ବ ଏସୀୟ ଦେଶ ଇଣ୍ଡୋନେସିଆରେ ଅନୁଭୂତ ହୋଇଥିବା ଭୂମିକମ୍ପ ସମ୍ପର୍କରେ ପ୍ରତିକ୍ରିୟା ରଖିଛି ଯୁକ୍ତରାଷ୍ଟ୍ର ଆମେରିକାର ଭୂତାତ୍ତ୍ୱିକ ସର୍ବେକ୍ଷଣ ୟୁଏସଜିଏସ। ଏହି ଭୂମିକମ୍ପର ତୀବ୍ରତା ୫.୪ ରହିଥିବା ୟୁଏସଜିଏସ କହିଛି। ଏନେଇ କୁହାଯାଇଛି ୫.୪ ତୀବ୍ରତା ବିଶିଷ୍ଟ ଭୂମିକମ୍ପର କେନ୍ଦ୍ରସ୍ଥଳ ପଶ୍ଚିମ ଜାଭା ପ୍ରଦେଶର ସିୟାଞ୍ଜୁର ଅଞ୍ଚଳରେ ୧୦ କିଲୋମିଟର ଗଭୀରତାରେ ରହିଛି। ଶକ୍ତିଶାଳୀ ଭୂମିକମ୍ପ କାରଣରୁ ଅନେକ ଘରଦ୍ୱାର ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଥିବା ସିୟାଞ୍ଜୁର ଜିଲ୍ଲା ସ୍ଥାନୀୟ ଅଧିକାରୀ କହିଛନ୍ତି। ଦେଶର ଦକ୍ଷିଣ ଜାକର୍ତ୍ତାର ଜଣେ କର୍ମଚାରୀ ବିଡି଼ ପ୍ରିମାଧାନିଆ କହିଛନ୍ତି ଭୂକମ୍ପ ଝଟକା ଅତ୍ୟନ୍ତ ଶକ୍ତିଶାଳୀ ହୋଇଥିଲା। ମୁଁ ମୋର ସହକର୍ମୀଙ୍କ ସହ ଜରୁରୀକାଳୀନ ସିଡ଼ି ସହିତ ନବମ ମହଲାରେ ଆମ କାର୍ଯ୍ୟାଳୟ ଛାଡିବାକୁ ସ୍ଥିର କରିଥିଲୁ।
ଇଣ୍ଡୋନେସିଆ ହେଉଛି ୨୭ କୋଟିରୁ ଅଧିକ ଲୋକ ବସବାସ ଏକ ବିଶାଳ ଦ୍ୱୀପପୁଞ୍ଜ। ଏହି ଦେଶରେ ବାରମ୍ବାର ଭୂମିକମ୍ପ ଅନୁଭୂତ ହେବା, ଆଗ୍ନେୟଗିରି ଉଦଗୀରଣ ଏବଂ ସୁନାମୀ ଭଳି ପ୍ରାକୃତିକ ବିପର୍ଯ୍ୟୟ ଅନୁଭୂତ ହୋଇଥାଏ। ଏହି ବିସ୍ତୃତ ଦ୍ୱୀପପୁଞ୍ଜ ଦେଶରେ ବାରମ୍ବାର ଭୂମିକମ୍ପ ଅନୁଭୂତ ହୋଇଥାଏ। ହେଲେ ଦେଶର ଜାକର୍ତ୍ତା ଅଞ୍ଚଳରେ ଭୂମିକମ୍ପ ଅନୁଭବ କରିବା ଏକ ଅସ୍ୱାଭାବିକ ପ୍ରକ୍ରିୟା। ଏହି ବିଶାଳ ଦ୍ୱୀପପୁଞ୍ଜ ପ୍ରଶାନ୍ତ ମହାସାଗରରେ ଅବସ୍ଥିତ। ଯେଉଁଠାରେ ରିଙ୍ଗ୍ସ ଅଫ ଫାୟାର ଅବସ୍ଥିତ ରହିଛି। ଯେଉଁ କାରଣରୁ ଏଠାରେ ଭୂମିକମ୍ପ, ଆଗ୍ନେୟଗିରି ଉଦଗୀରଣ ଏବଂ ସୁନାମୀ ଆଦି ପ୍ରାକୃତିକ ବିପର୍ଯ୍ୟୟ ବାରମ୍ବାର ପ୍ରଭାବିତ ହୋଇଥାଏ।
ଚଳିତ ବର୍ଷ ଫେବୃଆରୀରେ ପଶ୍ଚିମ ସୁମାତ୍ରା ପ୍ରଦେଶରେ ୬.୨ ତୀବ୍ରତା ବିଶିଷ୍ଟ ଭୂମିକମ୍ପ ଅନୁଭୂତ ହୋଇଥିଲା ଏହି ଘଟଣାରେ ଅତି କମରେ ୨୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୬୦ ଜଣରୁ ଅଧିକ ଲୋକ ଆହତ ହୋଇଥିଲେ। ଗତ ବର୍ଷ ଜାନୁଆରୀରେ ପଶ୍ଚିମ ସୁଲାୱେସି ପ୍ରଦେଶରେ ୬.୨ ତୀବ୍ରତା ବିଶିଷ୍ଟ ଅନ୍ୟ ଏକ ଭୂମିକମ୍ପ ଅନୁଭୂତ ହୋଇଥିଲା। ଏହି ଭୂକମ୍ପରେ ୧୦୦ ଜଣରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୬୫୦୦ ଲୋକ ଆହତ ହୋଇଥିଲେ।
ଗତ ୨୦୦୪ ବର୍ଷରେ ଭାରତ ମହାସାଗରରେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହେବା ସହ ଏକ ଭୟାନକ ସୁନାମୀ ଦ୍ୱାରା ପ୍ରାୟ ୨ ଲକ୍ଷ ୩୦ ହଜାର ୩୦୦ ମୃତ୍ୟୁ ହୋଇଥିଲା। ଏହି ଭୂମିକମ୍ପ ଏବଂ ସୁନାମୀ କାରଣରୁ ଇଣ୍ଡୋନେସିଆ ସର୍ବାଧିକ କ୍ଷତି ସହିଥିଲା।