ଗୁରୁ ଦିବସ
![](https://thetruths.in/wp-content/uploads/2021/09/Guru-Divas-1024x576.jpg)
ଆଜି ଗୁରୁଦିବସ । ଗୁରୁଙ୍କୁ ପୂଜା କରି ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାର ଏକ ପବିତ୍ର ଦିନଟିଏ । ଗୁରୁ-ଶିଷ୍ୟ ପରମ୍ପରାର ଅପୂର୍ବ ନିଦର୍ଶନ ସ୍ୱରୂପ ଏହି ଦିବସ ପାଳିତ ହୋଇଆସୁଛି । ଗୁରୁଦିବସ ବା ଶିକ୍ଷକ ଦିବସ ଶିକ୍ଷକମାନଙ୍କୁ ସମ୍ମାନ ଦେବା ପାଇଁ ଏକ ବିଶେଷ ଦିବସ । ଏକ ନିର୍ଦ୍ଦିଷ୍ଟ କ୍ଷେତ୍ରରେ ବା ସମ୍ପ୍ରଦାୟରେ ସେମାନଙ୍କର ବିଶେଷ ଅବଦାନ ନିମନ୍ତେ ସମ୍ମାନ ଦେବା ପାଇଁ ଏହି ଉତ୍ସବ ଆୟୋଜନ କରାଯାଇଥାଏ । ଉନବିଂଶ ଶତାବ୍ଦୀରେ ଅନେକ ଦେଶରେ ଶିକ୍ଷକ ଦିବସ ପାଳନ କରିବାର ଧାରଣା ଆରମ୍ଭ ହୋଇଥିଲା । ଅଧିକାଂଶ କ୍ଷେତ୍ରରେ ଜଣେ ସ୍ଥାନୀୟ ଶିକ୍ଷାବିତ୍ କିମ୍ବା ଶିକ୍ଷାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ସ୍ଥାପନ କରିଥିବା ବ୍ୟକ୍ତିଙ୍କ ଅବଦାନକୁ ପାଳନ କରାଯାଇଥାଏ । ଏହି ପ୍ରାଥମିକ କାରଣରୁ ବିଭିନ୍ନ ଦେଶ ଏହି ଦିନକୁ ବିଭିନ୍ନ ତାରିଖରେ ପାଳନ କରିଥାନ୍ତି । ଉଦାହରଣ ସ୍ୱରୂପ, ଭାରତରେ ଦ୍ୱିତୀୟ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ (ସେପ୍ଟେମ୍ବର ୫) ଜନ୍ମଦିନ ୧୯୬୨ ପରଠାରୁ ଗୁରୁ ଦିବସ ଭାବେ ପାଳନ କରାଯାଏ । ପାରମ୍ପାରିକ ଭାବରେ ହିନ୍ଦୁମାନଙ୍କ ଦ୍ୱାରା ଶିକ୍ଷକମାନଙ୍କୁ ସମ୍ମାନ ଦେବା ପାଇଁ ଗୁରୁ ପୂର୍ଣ୍ଣିମା ମଧ୍ୟ ପାଳନ କରାଯାଏ । ଆର୍ଜେଣ୍ଟିନା ୧୯୧୫ ମସିହାରୁ ସେପ୍ଟେମ୍ବର ୧୧ରେ ଡୋମିଙ୍ଗୋ ଫାଉଷ୍ଟିନୋ ସାର୍ମିଏଣ୍ଟୋଙ୍କ ମୃତ୍ୟୁ ଦିବସକୁ ଶିକ୍ଷକ ଦିବସ ଭାବରେ ପାଳନ କରିଆସୁଛି । ୧୯୯୪ରେ ୟୁନେସ୍କୋ ଦ୍ୱାରା ସ୍ଥାପିତ ବିଶ୍ୱ ଶିକ୍ଷକ ଦିବସ ସହିତ ମିଳିତ ଭାବରେ ଅନେକ ଦେଶ ଅକ୍ଟୋବର ୫ ତାରିଖରେ ସେମାନଙ୍କର ଶିକ୍ଷକ ଦିବସ ପାଳନ କରନ୍ତି ।
ଗୁରୁବ୍ରହ୍ମା ଗୁରୁବିଷ୍ଣୁ ଗୁରୁଦେବ ମହେଶ୍ୱରଟ୍ଟ ଗୁରୁ ସାକ୍ଷାତ୍ ପରଂବ୍ରହ୍ମ.. ତସ୍ମୈ ଶ୍ରୀଗୁରବେ ନମଃ । ଅଜ୍ଞାନ ରୂପକ ଅନ୍ଧକାରକୁ ଦୂର କରିବାରେ ଗୁରୁ ହିଁ ସାଜନ୍ତି ଆଲୋକ ବର୍ତ୍ତିକା । କେବେ ଆକଟ ଭରା କଠୋର ଅନୁଶାସନ ତ ପୁଣି କେବେ ତାଙ୍କ ଉତ୍ସାହପ୍ରଦ ପ୍ରେରଣା ଜଣଙ୍କୁ ସାଧାରଣରୁ ଅସାଧାରଣର ମୁକୁଟ ପିନ୍ଧାଏ । ପାଠ ହେଉ କି ସଂଗୀତ । ଖେଳ ହେଉ କି ନୃତ୍ୟ । ପ୍ରତିଟି କ୍ଷେତ୍ରରେ ଗୁରୁଙ୍କର ମାର୍ଗଦର୍ଶନ କୃତୀ ପ୍ରତିଭାଙ୍କ ପାଇଁ ଆଣି ଦେଇଛି ପ୍ରସିଦ୍ଧି ।
ଆଜି ହେଉଛି ପବିତ୍ର ଗୁରୁଦିବସ । ଭାରତର ଦ୍ୱିତୀୟ ରାଷ୍ଟ୍ରପତି ଡ. ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମ ଦିବସ । ଅଜ୍ଞାନ ରୁପକ ଅନ୍ଧକାରକୁ ଦୂର କରୁଥିବା ଗୁରୁଙ୍କ ପାଇଁ ଆଜି ଦିନଟି ବେଶ ସ୍ମରଣୀୟ । ସେଥିପାଇଁ ତ କଥାରେ ଅଛି ଗୁରୁ ବିନା ଜ୍ଞାନ ଅସମ୍ଭବ । ଆପଣ ଯେ କୌଣସି ବିଭାଗରେ କାର୍ଯ୍ୟ କରୁଥାନ୍ତୁ ନାଁ କାହିଁକି ଆପଣଙ୍କ ଜାଣନ୍ତରେ ହେଉ ଅବା ଅଜାଣତରେ ଆପଣ କାହାକୁ ନା କାହାଙ୍କୁ ଗୁରୁ ରୂପରେ ମାନି ନେଇଥିବେ । ଗୁରୁ ଶିଷ୍ୟର ପରମ୍ପରା ଆଜିର ନୁହେଁ ପୁରାଣ କାଳରୁ ଏହି ପରମ୍ପରା ରହି ଆସିଛି । ବେଦବ୍ୟାସଙ୍କ ଠାରୁ ଆରମ୍ଭ କରି ଦ୍ରୋଣାଚାର୍ଯ୍ୟଙ୍କ ପର୍ଯ୍ୟନ୍ତ ସବୁଠି ଦେଖି ବାକୁ ମିଳିଛି ଗରୁଙ୍କ ପ୍ରତି ଥିବା ଶିଶ୍ୟର ସେହି ଭକ୍ତି ଭାବକୁ । ଡକ୍ଟର ରାଧାକୃଷ୍ଣଙ୍କ ଶିକ୍ଷା ପ୍ରତି ଥିବା ଅବଦାନକୁ ମନେ ପକାଇବା ପାଇଁ ତାଙ୍କର ଜନ୍ମଦିନକୁ ସାରା ଭାରତ ବର୍ଷ ଗୁରୁଦିବସ ଭାବେ ପାଳନ କରି ଆସୁଛି । ୧୯୬୨ ମସିହାରୁ ସେପ୍ଟେମ୍ଭର ୫ ତାରିଖକୁ ଗୁରୁ ଦିବସ ଭାବେ ପାଳିତ ହୋଇ ଆସୁଛି । ଡକ୍ଟର ରାଧାକ୍ରିଷ୍ଣନ ଏକାଧାରରେ ଥିଲେ ଜଣେ ଶିକ୍ଷାବିତ୍, ଦାର୍ଶନିକ ଓ କୂଟନୀତିଜ୍ଞ ।୧୯୮୮ ମସିହା ସେପ୍ଟେମ୍ଭର ୫ ତାରିଖରେ ତାମିଲନାଡୁର ତିରୁଟନୀ ଠାରେ ଜନ୍ମ ନିଅନ୍ତି ଏହି ଯୋଗଯନ୍ମା । ଖ୍ରୀଷ୍ଟିୟାନ ମିସନ ସ୍କୁଲରେ ଉଚ୍ଚ ଶିକ୍ଷା କରିବା ପରେ ୧୯୦୯ ମସିହାରେ ମାଡ୍ରାସ ପ୍ରେସିଡେନ୍ସି ସ୍କୁୁଲରେ ଅଧ୍ୟାପକ ଭାବେ ନିଯୁ୍କ୍ତି ପାଆନ୍ତି ରାଧାକ୍ରିଷ୍ଣନ । ଶିକ୍ଷକ ଜୀବନରେ ସେ ଭାରତୀୟ ଦର୍ଶନ , ତୁଳନାତ୍ମକ ଧର୍ମ ଦର୍ଶନ ଓ ନୀତି ଶିକ୍ଷା ଆଦିରେ ଶିକ୍ଷା ଦାନ କରୁଥିଲେ । ସାରା ବିଶ୍ୱକୁ ତାଙ୍କର ସବୁଠାରୁ ବଡ ଅବଦାନ ହେଲା ସେ ଶ୍ରୀମଦଭଗବତ ଗୀତାକୁ ଇଂରାଜୀ ଭାଷାରେ ଅନୁବାଦ କରିଥିଲେ । ୧୯୫୪ ମସିହାରେ ଭାରତର ସମ୍ମାନଜନକ ଭାରତ ରତ୍ନ ପ୍ରଦାନ କରାଯାଇଥିଲା । ରାଧାକ୍ରିଷ୍ଣନଙ୍କ ଶିକ୍ଷା ପ୍ରତି ଥିବା ମହତ ଅବଦାନକୁ ମନେ ପକାଇବା ପାଇଁ ଆଜି ଦିନଟି ବେଶ ଗୁରୁତ୍ୱପୂର୍ଷ୍ଣ । ଏହି ଅବସରରେ ଆଜି ବିଭିନ୍ନ ଶିକ୍ଷାନୁଷ୍ଠାନ ଚଳଞ୍ଚଳ ହୋଇ ଉଠିଛି ।