ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ମୋକା’, ୧୩ ଓ ୧୪ରେ ପ୍ରବଳ ବର୍ଷା
![](https://thetruths.in/wp-content/uploads/2023/05/Cyclone-Moka-1024x768.png)
ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ବାତ୍ୟାରେ ପରିଣତ ହୋଇଛି । ଏଥର ବାତ୍ୟାର ନାମ ‘ମୋକା’ ରଖାଯାଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ବର୍ତ୍ତମାନ ‘ମୋକା’ ଘଣ୍ଟାକୁ ୮ କିଲୋମିଟର ବେଗରେ ଗତି କରୁଛି । ଆଜି ମଧ୍ୟରାତ୍ରି ସୁଦ୍ଧା ମୋକା ଭୀଷଣ ବାତ୍ୟାର ରୂପ ନେବା ସମ୍ଭାବନା ରହିଛି । ଆସନ୍ତାକାଲି କେନ୍ଦ୍ରୀୟ ବଙ୍ଗୋପସାଗରରେ ଅତି ଭୀଷଣ ବାତ୍ୟାରେ ଏହା ପରିଣତ ହେବ । ୧୩ରୁ ବାତ୍ୟା ସାମାନ୍ୟା ଦୁର୍ବଳ ହେବ । ୧୪ ତାରିଖରେ ୧୨୦ ରୁ ୧୩୦ କିଲୋମିଟର ବେଗରେ ପବନ ବହିବ । ବାତ୍ୟା ଯୋଗୁଁ ଓଡିଶା ପ୍ରତି ବିପଦ ନାହିଁ। ବାତ୍ୟା ବାଂଲାଦେଶ ଓ ମିଆଁମାର ଅଭିମୁଖେ ଗତି କରିବ ।
ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ରେ ସୃଷ୍ଟି ହେଲା #ବାତ୍ୟା "#ମୋକା"
— Meteorological Centre, Bhubaneswar (@mcbbsr) May 11, 2023
ବାତ୍ୟା ର ଏହି ନାମକରଣ "ୟେମେନ" ଦ୍ୱାରା କରାଯାଇଛି
ଏହା ଆଜି, ୧୧ ମଇ ୨୦୨୩ , ମଧ୍ୟ-ରାତ୍ର ସୁଦ୍ଧା #ଭୀଷଣବାତ୍ୟା ଏବଂ ୧୨ ତାରିଖ ସନ୍ଧ୍ୟା ସୁଦ୍ଧା ଏକ #ଅତିଭୀଷଣ ବାତ୍ୟା ର ରୂପ ନେବା ସମ୍ଭାବନା #Mocha #CycloneMocha pic.twitter.com/XxvUW1fVCK
ବଙ୍ଗୋପସାଗର, ଆଣ୍ଡାମାନ ନିକୋବର ଦୀପପୂଞ୍ଜ ଓ ବାଂଲାଦେଶ ଓ ମିଆଁମାର ଉପରେ ରହିବ ବିଶେଷ ପ୍ରଭାବ । ମିଜୋରାମ, ତ୍ରୀପୂରା ଏବଂ ମଣିପୁର ଉପରେ ମଧ୍ୟ ପ୍ରଭାବ ରହିବ । ୧୩ ଓ ୧୪ ତାରିଖରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ପବନମର ବେଗ ୫୦-୬୦ କିଲୋମିଟର ରହିବ । ଏବେ ବାଂଲାଦେଶଠାରୁ ଦକ୍ଷିଣ-ଦକ୍ଷିଣ ପଶ୍ଚିମ ଦିଗରେ ୧୨୧୦ କିଲୋମିଟର ଦୂରରେ ରହିଛି । ଓଡ଼ିଶା ସମେତ ପୂର୍ବ ଭାରତ ଉପକୂଳରୁ ଟଳି ଯାଇଛି ବାତ୍ୟା ଭୟ । ତେବେ ସମ୍ଭାବ୍ୟ ବାତ୍ୟାକୁ ନଜରରେ ରଖି ଓଡ଼ିଶାର ସମସ୍ତ ସାମୁଦ୍ରିକ ବନ୍ଦରଗୁଡ଼ିକ ପାଇଁ ୧ ନମ୍ବର ବିପଦସଙ୍କେତ ଜାରି ହୋଇଛି ।