ଅଗ୍ନିବିପନ୍ନ ପରିବାରକୁ ରାଜ୍ୟ ଯୁବ ବିଜେଡ଼ି କାର୍ଯ୍ୟକାରୀ ସଭାପତିଙ୍କ ସହାୟତା
![](https://thetruths.in/wp-content/uploads/2023/02/Fire-Prone-Family-1024x656.jpg)
??????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????
ନୀଳଗିରି : ନୀଳଗିରି ବ୍ଲକ ନରଣପୁର ସ୍ଥିତ ତିନିକୋଶିଆ ଜଙ୍ଗଲରେ କେହି ଦୁର୍ବୃତ୍ତ ବୁଧବାର ନିଆଁ ଲଗାଇ ଦେଇଥିଲେ । ଯେଉଁଥି ପାଇଁ ଜଙ୍ଗଲ ପୋଡ଼ିବା ସହ ଫୁଟବଲ ପଡ଼ିଆ ପାଖ ଦେହୁରୀ ସାହିର ବିଧବା ସରସ୍ୱତୀ ମଲ୍ଲିକଙ୍କ ଘର ଉପରେ ନିଆଁ ଝୁଲ ଆସି ପଡ଼ିବାରୁ ୩ ବଖରା ଘରଟି ସମ୍ପୂର୍ଣ୍ଣ ପୋଡ଼ିବା ସହ ଘରେ ଥିବା ସମସ୍ତ ଆସବାବପତ୍ର, ଧାନଚାଉଳ ପୋଡ଼ି ପାଉଁଶ ହୋଇଯାଇଥିଲା । ନିଆଁର ପ୍ରକୋପ ଏତେ ଥିଲା ଯେ, ପିନ୍ଧିଥିବା ଲୁଗା ବ୍ୟତୀତ କିଛି ବି ଉଦ୍ଧାର କରିପାରି ନ ଥିଲେ । ନୀଳଗିରି ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ ମଧ୍ୟ ଘରଟି ସମ୍ପୂର୍ଣ୍ଣ ପୋଡ଼ି ଯାଇଥିଲା । ତାଙ୍କର ୨ ପୁଅ ଓ ଜଣେ ଅବିବାହିତା ଝିଅ ଥିବାବେଳେ ୩ଜଣ ନାତିନାତୁଣୀ ଅଛନ୍ତି । ତୁରନ୍ତ ଅସହାୟ ମହିଳାଙ୍କୁ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ସାଧାରଣରେ ଦାବି ହେଉଛି ।
ଏହି ଖବର ପ୍ରସାରଣ ପରେ ଗୁରୁବାର ପୂର୍ବାହ୍ନରେ ରାଜ୍ୟ ଯୁବ ବିଜେଡ଼ି କାର୍ଯ୍ୟକାରୀ ସଭାପତି ଶୁଭେନ୍ଦୁ ମଙ୍ଗରାଜ ଓ ନୀଳଗିରି ବିଜେଡି ଅନୁସୂଚିତ ଜାତିର ସଭାପତି ଶରତ କୁମାର ଦାସ ଘଟଣାସ୍ଥଳରେ ପହଞ୍ôଚ ଖୋଲା ଆକାଶ ତଳେ ରହୁଥିବା ଅଗ୍ନିବିପନ୍ନ ପରିବାରଙ୍କୁ ଖାଦ୍ୟ ପାଇଁ କିଛି ଆର୍ôଥକ ସହାୟତାର ହାତ ବଢ଼ାଇଛନ୍ତି । ସେହିପରି ନୀଳଗିରି ତହସିଲଦାର ଓ ରେଞ୍ଜରଙ୍କ ସହ ସରକାରୀ ସହାୟତା ବିଷୟରେ ଆଲୋଚନା କରିଥିଲେ । ତହସିଲଦାର ଆର୍ଆଇଙ୍କୁ ପଠାଇ ତଦନ୍ତ କରି ତାଙ୍କୁ ସରକାରୀ ସାହାଯ୍ୟ ଯୋଗାଇ ଦେବାର ପ୍ରତିଶ୍ରୁତି ଦେଇଥିଲେ ।