୨୦୨୩ ପାଇଁ ରାଜ୍ୟ ସରକାରଙ୍କ ଛୁଟି ତାଲିକା ଘୋଷିତ, କର୍ମଚାରୀଙ୍କୁ ୧୦୫ ଦିନ ନିଶ୍ଚିତ ଛୁଟି
![](https://thetruths.in/wp-content/uploads/2022/11/State-government-holiday.jpg)
Odisha, June 25 (ANI): Odisha Chief Minister Naveen Patnaik inaugurating the Product Application and Development Centre, set up by Indian Oil Corporation Ltd (IOCL), via video conferencing, in Paradip on Thursday. (ANI Photo)
ଭୁବନେଶ୍ୱର : ୨୦୨୩ ମସିହା ପାଇଁ ରାଜ୍ୟ ସରକାର ଘୋଷଣା କରିଥିବା ଛୁଟି ତାଲିକାରେ ସରକାରୀ କର୍ମଚାରୀମାନେ ୧୦୫ ଦିନ ଛୁଟି ପାଇବେ । ରବିବାର, ଦ୍ୱିତୀୟ ଓ ଚତୁର୍ଥ ଶନିବାରକୁ ମିଶାଇ ଜଣେ କର୍ମଚାରୀ ନିଶ୍ଚିତ ୧୦୫ଦିନ ଛୁଟି ପାଇପାରିବେ । ଏଥିରେ କର୍ମଚାରୀଙ୍କୁ ମିଳୁଥିବା ଗୋଟିଏ ଇଚ୍ଛାଧୀନ ଛୁଟି ମଧ୍ୟ ରହଛି ।
୨୦୨୩ କ୍ୟାଲେଣ୍ଡର ବର୍ଷରେ ୨୭ଦିନ ସରକାରୀ ଛୁଟି ଥିବାବେଳେ ଇଚ୍ଛାଧୀନ ଛୁଟି ୭ ଦିନ ରହିଛି । କିନ୍ତୁ ଏହି ଇଚ୍ଛାଧୀନ ଛୁଟିଦିନ ମଧ୍ୟରୁ କେବଳ ଗୋଟିଏ ଛୁଟିକୁ କର୍ମଚାରୀମାନେ ନିଜ ସୁବିଧା ହିସାବରେ ନେଇପାରିବେ । ଗୋଟିଏ ଇଚ୍ଛାଧୀନ ଛୁଟିକୁ ମିଶାଇ ଜଣେ କର୍ମଚାରୀଙ୍କୁ ୨୮ଟି ଛୁଟି ମିଳିବାକୁ ଥିବାବେଳେ ୫୩ଟି ରବିବାର ଏବଂ ୨୪ଟି ଦ୍ୱିତୀୟ ଓ ଚତୁର୍ଥ ଶନିବାରକୁ ମିଶାଇଲେ ୨୦୨୩ ମସିହା କ୍ୟାଲେଣ୍ଡର ବର୍ଷରେ ମୋଟ ୧୦୫ଟି ନିଶ୍ଚିିତ ଛୁଟି ମିଳିବ ।