ଶ୍ରୀମନ୍ଦିର ପ୍ରସଙ୍ଗ; ଶୁଣାଣି କରିବେ ସୁପ୍ରିମକୋର୍ଟଙ୍କ ସିନିୟର ବେଞ୍ଚ
![](https://thetruths.in/wp-content/uploads/2022/05/Shrimandir-Parikrama-Project-1.jpg)
ନୂଆଦିଲ୍ଲୀ : ଶ୍ରୀମନ୍ଦିର ପ୍ରସଙ୍ଗରେ ଶୁଣାଣି କରିବେ ସୁପ୍ରିମକୋର୍ଟଙ୍କ ସିନିୟର ବେଂଚ । ମଙ୍ଗଳବାର ଏହି ମାମଲାର ଶୁଣାଣି କରି ଏହା କହିଛନ୍ତି ଜଷ୍ଟିସ ବି. ଆର୍ ଗଭାଇ ଓ ଜଷ୍ଟିସ ହିମା କୋହଲିଙ୍କୁ ନେଇ ଗଠିତ ୨ ଜଣିଆ ଖଣ୍ଡପୀଠ । ତେବେ ଶୁଣାଣି ସମୟରେ ୨ ଜଣିଆ ବେଂଚ ଏହି ମାମଲାର ଶୁଣାଣି ସର୍ବୋଚ୍ଚ ନ୍ୟାୟାଳୟର ସିନିୟର ବେଂଚକୁ ମାମଲା ଯିବ ବୋଲି କହିଥିଲେ । ଖୁବଶୀଘ୍ର ପୁଣି ଥରେ ସୁପ୍ରିମକୋର୍ଟରେ ନୂଆ ଖଣ୍ଡପୀଠରେ ମାମଲାର ଶୁଣାଣି ହେବାର ସମ୍ଭାବନା ରହିଛି ବୋଲି ସୂଚନା ଦେଇଛନ୍ତି ବରିଷ୍ଠ ଆଇନଜୀବୀ ତଥା ଆବେଦନକାରୀ ଅର୍ଦ୍ଧେନ୍ଦୁ ଦାସଙ୍କ ପାଇଁ ମାମଲା ଲଢୁଥିବା ମହାଲକ୍ଷ୍ମୀ ପାଭାନି ।
ଶ୍ରୀମନ୍ଦିର ଚାରିପଟେ ବେଆଇନ ଖନନ ଓ ନିର୍ମାଣ କରୁଛନ୍ତି ରାଜ୍ୟ ସରକାର । ଏହା ଶ୍ରୀମନ୍ଦିର ପ୍ରତି ବିପଦ ସୃଷ୍ଟି କରିଛି । ଶ୍ରୀମନ୍ଦିର ସୁରକ୍ଷା ପ୍ରତି ବିପଦ ଥିବା ଏଏସଆଇ ହାଇକୋର୍ଟରେ ସତ୍ୟପାଠ ଦାଖଲ କରି ସ୍ପଷ୍ଟ କରିସାରିଛି । ତଥାପି କାମ ବନ୍ଦ କରିବାକୁ ହାଇକୋର୍ଟ ରହିତାଦେଶ ଦେଇନାହାନ୍ତି । ଏହି ମାମଲାରେ ରହିତାଦେଶ ଦାବି କରି ସୁପ୍ରିମକୋର୍ଟ ଯାଇଛନ୍ତି ବଡ଼ ଖବରର ମୁଖ୍ୟ ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସ । ତାଙ୍କ ପକ୍ଷରୁ କୋର୍ଟରେ ମାମଲା ଲଢୁଛନ୍ତି ବରିଷ୍ଠ ଆଇନଜୀବୀ ମହାଲକ୍ଷ୍ମୀ ପାଭାନି । ଅର୍ଦ୍ଧେନ୍ଦୁ ଦାସ ଆବେଦନକାରୀ ରହିଥିବା ବେଳେ ଅପରପକ୍ଷ ଭାବେ ରାଜ୍ୟ ସରକାର, ମୁଖ୍ୟ ଶାସନ ସଚିବ, ଆଇନ ସଚିବ, ଏଏସଆଇ, ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ, ଶ୍ରୀମନ୍ଦିର ପରିଚାଳନା ସମିତିଙ୍କୁ ପକ୍ଷ କରାଯାଇଛି । ଶ୍ରୀମନ୍ଦିର କେବଳ ଓଡ଼ିଶା ନୁହେଁ ସାରା ଦେଶର ମହାନ ଐତିହ୍ୟ କୀର୍ତିରାଜି । ଚାରିଧାମରୁ ଶ୍ରେଷ୍ଠଧାମ । ତେଣୁ ଏହାର ସୁରକ୍ଷାକୁ ଆଖି ଆଗରେ ରଖି ମାମଲାକୁ ଅତ୍ୟନ୍ତ ଗମ୍ଭୀରତାର ସହ ଦେଶର ପ୍ରଧାନ ବିଚାରପତି ଭାବେ ଗ୍ରହଣ କରିବେ ବୋଲି ସମସ୍ତ ଜଗନ୍ନାଥପ୍ରେମୀ ଆଶା ବାନ୍ଧିଛନ୍ତି । ଏହି ଘଟଣାରେ ଆମିକସ କ୍ୟୁରୀ ମଧ୍ୟ ପକ୍ଷ ରଖିବେ । ଏହାସହ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ଓକିଲ ନିଯୁକ୍ତ ହୋଇଥିବା ବେଳେ ଆଡଭୋକେଟ ଜେନେରାଲ ବି ପକ୍ଷ ରଖିପାରନ୍ତି ।