ବିଜୟ ଦେବରକୋଣ୍ଡାଙ୍କ ସହ ସ୍କ୍ରିନ୍ ସେୟାର କରିବେ ସାଉଥ ସୁନ୍ଦରୀ ସମନ୍ଥା
ମୁମ୍ବାଇ : ସାଉଥ ଜଗତର ପପୁଲାର ଷ୍ଟାର ଭିଜୟ ଦେବରାକୋଣ୍ଡା । ସାଉଥ ଫିଲ୍ମ ସହ ସେ ଏବେ ବଲିଉଡରେ ବି ଧମାଲ କରିବାକୁ ପ୍ରସ୍ତୁତ । ସାଉଥ ଫିଲ୍ମ ଆଉ ସାଉଥ ଷ୍ଟାରଙ୍କର ବଲିଉଡରେ ଯେପରି କ୍ରେଜ୍ ରହିଛି ବିଜୟଙ୍କ ଫିଲ୍ମ ରିଲିଜ୍ ହେଲେ ନିହାତି ରୂପେ ଏହା ଏକ ବଡ଼ ସଫଳତା ପାଇବ ବୋଲି ଆଶା ରଖିଛନ୍ତି ମେକର୍ସ । ଆଉ ଏ ଭିତରେ ବିଜୟଙ୍କର ଆଉ ଏକ ଫିଲ୍ମ ନେଇ ଘୋଷଣା ହୋଇଛି । ଏବେ ବିଜୟ ଦେବରକୋଣ୍ଡାଙ୍କ ସହ ସ୍କ୍ରିନ୍ ସେୟାର କରିବେ ସାଉଥ ସୁନ୍ଦରୀ ସମନ୍ଥା । ଦୁଇଜଣ ସାଉଥ ଜଗତର ଦୁଇଟି ଲୋକପ୍ରିୟ ବଡ଼ ତାରକା ହୋଇଥିବା ବେଳେ ବର୍ତ୍ତମାନ ଏବେ ଏହି ଉଭୟ ତାରକା ସେମାନଙ୍କ ପ୍ରଶଂସକ ପାଇଁ ଖୁସି ଖବର ଆଣିଛନ୍ତି।
ବିଜୟ ଏବଂ ସାମନ୍ଥା ଦୁହେଁ ଆଗମୀ ଫିଲ୍ମରେ ଦେଖିବାକୁ ମିଳିବ। ନିର୍ଦ୍ଦେଶକ ଶିବ ନିର୍ବାଣଙ୍କ ଆଗାମୀ ଚଳଚ୍ଚିତ୍ରରେ ଉଭୟଙ୍କ ସାଇନ୍ କରିଛନ୍ତି । ଏହି ଚଳଚ୍ଚିତ୍ରର ଅଫିସିଆଲ୍ ଘୋଷଣା ହାଇଦ୍ରାବାଦରେ ଏକ ସମାରୋହରେ ହୋଇଛି । ଏହି ଚଳଚ୍ଚିତ୍ରଟି ଏକ ରୋମାଣ୍ଟିକ୍ ଡ୍ରାମା ଉପରେ ଆଧାରିତ। ଫିଲ୍ମରେ ବିଜୟଙ୍କୁ ଜଣେ ସେନାବାହିନୀର ଭୂମିକାରେ ଦେଖିବାକୁ ମିଳିବ। ବିଜୟ ଏବଂ ସାମନ୍ତଙ୍କ ସହ କାଶ୍ମୀରରେ ଫିଲ୍ମର କିଛି ପ୍ରମୁଖ ସିନ୍ ଗୁଡିକ ଶୁଟିଂ କରାଯିବ। ଏହା ମଧ୍ୟ କୁହାଯାଉଛି ଯେ ଫିଲ୍ମରେ ପ୍ରଦର୍ଶିତ ପ୍ରେମ କାହାଣୀର ପୃଷ୍ଠଭୂମି ସେନା ଉପରେ ଆଧାରିତ ହେବ, ହେଲେ ଫିଲ୍ମକୁ ନେଇ ଅଧିକ କିଛି ସୂଚନା ମିଳି ନାହିଁ । ତେବେ ଚଳିତ ବର୍ଷ ବିଜୟଙ୍କ ଅପକମିଙ୍ଗ ଫିଲ୍ମ‘ଲାଇଗର’କୁ ନେଇ ଦର୍ଶକ ଅଧିକ ଉତ୍ସାହିତ ରହିଛନ୍ତି । ସେ ବଲିଉଡ ଡେବ୍ୟୁ କରି ବଲିଉଡରେ ତାଙ୍କ ଦବଦବା ଜାରି ରଖିବେ ବୋଲି ଏବେ ସବୁଠି ଚର୍ଚ୍ଚା । ଚଳିତ ବର୍ଷ ଶେଷ ସୁଦ୍ଧା ରିଲିଜ୍ ହେବାକୁ ଯାଉଛି ‘ଲାଇଗର’ । ଫିଲ୍ମରେ ବଜୟଙ୍କ ବିପକ୍ଷରେ ଅନନ୍ୟା ପାଣ୍ଡେଙ୍କ ନଜର ଆସିବେ। ତେବେ ଦୁହିଁଙ୍କ ଯୋଡି କେତେ ମାତ୍ରାରେ ସଫଳତା ପାଉଛି ତାହା ଉପରେ ଏବେ ସମସ୍ତଙ୍କ ନଜର । ସେପଟେ ସମନ୍ଥା ବି ନିଜ ୱାର୍କ ସିଡୁଲକୁ ନେଇ ଖୁବ୍ ବ୍ୟସ୍ଥ । ତାଙ୍କ ହାତରେ ଏବେ ବ୍ୟାକ୍ ଟୁବ୍ୟାକ୍ ରହିଛି ଅଫର । ଦୁଇଟି ତେଲୁଗୁ ଫିଲ୍ମ ସହ ଗୋଟିଏ ତାମିଲ ଫିଲ୍ମର ସୁଟିଂ କରୁଛନ୍ତି ସମନ୍ଥା । ,ଡା ସହ ତାଙ୍କ ହଲିଉଡ ଓ ବଲିଉଡ ଡେବ୍ୟୁକୁ ନେଇ ମଧ୍ୟ ଏବେ ଜୋରଦାର ଚର୍ଚ୍ଚା ହେଉଛି ।