ସ୍କୁଲ ଖୋଲିବା ସମୟରେ ସାମାନ୍ୟ ପରିବର୍ତନ! ଜାଣନ୍ତୁ କ’ଣ
![](https://thetruths.in/wp-content/uploads/2022/04/School.jpg)
୬ଟା ୩୦ରୁ ୧୦ଟା ୩୦ ପ୍ରଥମରୁ ଅଷ୍ଟମ
୭ଟାରୁ ୧୧ଟା ୩୦ ନବମରୁ ଦ୍ୱାଦଶ ଶ୍ରେଣୀ ପାଠପଢା
ଭୁବନେଶ୍ୱର ଆସନ୍ତା ଅପ୍ରେଲ ୨ ତାରିଖରୁ ରାଜ୍ୟ ସରକାର ସମସ୍ତ ସରକାରୀ, ବେସରକାରୀ ଏବଂ ଅନୁଦାନପ୍ରାପ୍ତ ବିଦ୍ୟାଳୟ ସକାଳୁଆ ଖୋଲିବ । ତେବେ ସ୍କୁଲ ଖୋଲିବା ସମୟରେ ସାମାନ୍ୟ ପରିବର୍ତନ କରାଯାଇଛି । ଏପ୍ରିଲ୍ ୨ ତାରିଖରୁ ୬ଟା ୩୦ରୁ ୧୦ଟା ୩୦ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଠପଢ଼ା ହେବ । ସେହିପରି ସକାଳ ୭ଟାରୁ ୧୧ଟା ୩୦ ପର୍ଯ୍ୟନ୍ତ ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ପାଠପଢ଼ା ହେବ । ପୂର୍ବରୁ ସକାଳ ୬ଟା ୩୦ରୁ ୧୦ଟା ପର୍ଯ୍ୟନ୍ତ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଏବଂ ସକାଳ ୭ଟାରୁ ୧୧ଟା ପର୍ଯ୍ୟନ୍ତ ନବମ ଓ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା ହେବ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ଘୋଷଣା କରିଥିଲେ ।
ସଂପ୍ରତି ରାଜ୍ୟରେ ପ୍ରବଳ ଗ୍ରୀଷ୍ମଲହର କାରଣରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏହି ନିଷ୍ପତି ନେଇଛି । ଅପରପକ୍ଷରେ ଅପ୍ରେଲ ପହିଲାରୁ ବିଦ୍ୟାଳୟରେ ସମସ୍ତ ଯୋଗ୍ୟ ଛାତ୍ରଛାତ୍ରୀଙ୍କ ନିମନ୍ତେ ରନ୍ଧା ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ଆରମ୍ଭ ହେବ । ବିଦ୍ୟାଳୟଗୁଡ଼ିକରେ ପର୍ଯ୍ୟାପ୍ତ ପିଇବା ପାଣି ଉପଲବ୍ଧ କରାଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏଥି ସହିତ ଛାତ୍ରଛାତ୍ରୀମାନଙ୍କୁ ଛତା ବ୍ୟବହାର ନିମନ୍ତେ ପରାମର୍ଶ ଦିଆଯାଇଛି । ସମସ୍ତ ଶିକ୍ଷାନୁଷ୍ଠାନରେ କୋଭିଡ୍-୧୯ ମାର୍ଗଦର୍ଶିକା କଡ଼ାକଡ଼ି ଭାବେ ପାଳନ କରାଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଗ୍ରୀଷ୍ମଛୁଟି ସମ୍ବନ୍ଧରେ ପରେ ବିଜ୍ଞପ୍ତି ପ୍ରକାଶ ପାଇବ ।