Skip to content
- ସୌନ୍ଦର୍ଯ୍ୟ ବିଶେଷଜ୍ଞ ଶେହନାନ୍ ହୁସୈନଙ୍କ ମତରେ ଖରାଦିନେ ତ୍ୱଚ୍ଚାର ଯଥା ଭାବେ ଯତ୍ନ ନେବା ଉଚିତ । ଘରୋଇ ଉପାୟରେ ଫେସିଆଲ, କ୍ଲିନ୍- ଅପ୍ କରିବା ସହ ପ୍ୟକ୍ ମଧ୍ୟ ଲଗାଇ ପାରିବେ । ସନ୍- ଟ୍ୟାନ୍ରୁ ରକ୍ଷା ପାଇବାକୁ ହେଲେ ନିୟମିତ ଉବ୍ଟନନ୍ (ଏକ ପ୍ରକାର ଘରୋଇ ଫେସ୍ପ୍ୟାକ୍) ଲଗାଇବା ତ୍ୱଚ୍ଚା ପାଇଁ ହିତକାରୀ ।
- ଖରାଦିନ କାରଣରୁ ତ୍ୱଚ୍ଚା ଗରମ ହୋଇ ଯାଉଥିଲେ ପୋଦିନା ପତ୍ରକୁ ବାଟି ତ୍ୱଚ୍ଚାରେ ୨୦ ମିନିଟ୍ ପାଇଁ ଲଗାଇବା ପରେ ଥଣ୍ଡା ପାଣିରେ ଧୋଇନେବେ । ଗ୍ରୀଷ୍ମ ଦିନ ନିମନ୍ତେ ଏହା ଏକ ଉତ୍ତମ ପ୍ୟାକ୍ ।
- ୧ ଚାମଚ ବେସନ, ଚିମୁଟାଏ ହଳଦୀ, ୧ ଚାମଚ କଞ୍ଚାଖିର, ଗୋଲାପଜଳକୁ ମିଶାଇ ମଧ୍ୟ ପ୍ୟାକ୍ ଭଳି ଲଗାନ୍ତୁ । ଫ୍ରିଜ୍ରେ ମଧ୍ୟ ୨-୩ ଦିନ ଏହି ପ୍ୟାକ୍ କରି ମଧ୍ୟ ତ୍ୱଚ୍ଚାରେ ଲଗାଇ ପାରିବେ ।
- ଏହି ଋତୁରେ ଅଧିକ ଝାଳ ବାହାରିବା କାରଣରୁ ବ୍ରଣ ସମସ୍ୟା ହୋଇଥାଏ । ସେଥିରୁ ରକ୍ଷା ପାଇବା ଲାଗି ନିମ୍ବପତ୍ର ଗୁଣ୍ଡ ୨ ଚାମଚରେ ପୋଦିନା ରସ ମିଶାଇ ପ୍ୟାକ୍ ଭଳି ତ୍ୱଚ୍ଚାରେ ଲଗାନ୍ତୁ । ୧୫ ମିନିଟ୍ ପରେ ତ୍ୱଚ୍ଚାକୁ ଧୋଇ ନେବେ ।
- ଟମାଟୋ ରସ୍ ଓ ମୁଲତାନି ମାଟି ପ୍ୟାକ୍ ଲଗାଇଲେ ମଧ୍ୟ ତ୍ୱଚ୍ଚାକୁ ତାହା ଶୀତଳତା ପ୍ରଦାନ କରିଥାଏ ।
Post Views: 199