କଠୋର ଜନସଂଖ୍ୟା ନିୟନ୍ତ୍ରଣ ଆଇନ ପାଇଁ ଦସ୍ତଖତ ଅଭିଯାନ ଆରମ୍ଭ
![](https://thetruths.in/wp-content/uploads/2022/12/Population-Solution-Foundation-1024x485.jpg)
ଓଡ଼ିଶାରୁ ୫ଲକ୍ଷ ଓ ବାଲେଶ୍ୱରରୁ ୫୦ହଜାର ଦସ୍ତଖତର ଲକ୍ଷ୍ୟ
ବାଲେଶ୍ୱର : ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ବାଲେଶ୍ୱର ଜିଲା ଶାଖା ତରଫରୁ ସ୍ଥାନୀୟ ଆତିଥ୍ୟ ଭବନରେ ଏକ ସାମ୍ୱାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସଭାପତି ବିପିନ ବିହାରୀ ଦାସ ସାମ୍ବାଦିକମାନଙ୍କୁ ସମ୍ବୋଧନ କରିଥିଲେ । ସାରା ପୃଥିବୀର ଅଧିକାଂଶ ଦେଶରେ ବର୍ତ୍ତମାନ ହିଜାଵ ବିରୋଧରେ ଆନ୍ଦୋଳନ ବର୍ତ୍ତମାନ ଇରାକ, ଇରାନ, ଆଫଗାନିସ୍ତାନ, ପାକିସ୍ତାନ, ଚାଇନା ଓ ପଶ୍ଚିମଦେଶ ଗୁଡିକରେ ଜୋର୍ ଧରିଲାଣି। ମାତ୍ର ଭାରତରେ ଆଂଶିକ ଭାବରେ ହିଜାବ ସପକ୍ଷରେ ଆନ୍ଦୋଳନ ଚାଲିଛି । କିନ୍ତୁ ସମୟ ଆସିବ ବହୁତ୍ ଶୀଘ୍ର ହିଯାବ ବିରୋଧରେ ଭାରତୀୟ ମହିଳା ଆନ୍ଦୋଳନ କରିବେ ଓ ଗୁଳିର ଶିକାର ହେବେ । ଆଫଗାନସ୍ତାନ ଭଳି ବ୍ୟବସ୍ଥା ଭାରତରେ ବହୁତ୍ ଶୀଘ୍ର ଅନୁଭୂତ ହେବ ।
ଆମ ଦେଶରେ ପ୍ରତ୍ୟେକ ଦିନ ୬୮ ହଜାର ସୁସ୍ଥ ନବଜାତ ଶିଶୁ ଜନ୍ମ ନିଅନ୍ତି, ଅର୍ଥାତ୍ ଆମେ ଗୋଟିଏ ବର୍ଷରେ ଅଷ୍ଟ୍ରେଲିଆର ଜନସଂଖ୍ୟା ସହିତ ସମ୍ମାନ ଲୋକସଂଖ୍ୟା ତିଆରି କରୁଛୁ । ମାତ୍ର ଭାରତର ସୀମା ବୃଦ୍ଧି ହେଉ ନାହିଁ । ଫଳରେ ଆମ ଦେଶରେ ଜଙ୍ଗଲ , ଚାଷ ଜମି ସମେତ ସଂରକ୍ଷିତ ଜମି ପ୍ରତ୍ୟେକ ମୁହୂର୍ତ୍ତରେ କମି କମି ଯାଉଛି । ଯାହା ଫଳରେ ଆମେ ପରିବେଶ,ଜଳବାୟୁ ,ଶିକ୍ଷା ,ସ୍ୱାସ୍ଥ୍ୟ,ଗମନାଗମନରେ ବ୍ୟାପକ ଅସନ୍ତୁଳନକୁ ସାମ୍ନା କରୁଛୁ । ଆମ ଦେଶରେ ପ୍ରତ୍ୟେକ ଦିନ ପ୍ରାୟ ୬୮ହଜାର ପିଲା ଜନ୍ମ ନେଉଥିବା ବେଳେ ସେମାନଙ୍କ ମଧ୍ୟରୁ ହିନ୍ଦୁ ଶିଶୁମାନଙ୍କ ସଂଖ୍ୟା ହେଉଛି ମାତ୍ର ୩ହଜାର ୭ଶହ । ମାତ୍ର ଏକ ନିର୍ଦ୍ଦିଷ୍ଟ ସଂଖ୍ୟାଲଘୁ ସମ୍ପ୍ରଦାୟ ଦେଶର ଜନସଂଖ୍ୟାର ମାତ୍ର କୋଡ଼ିଏ ପ୍ରତିଶତ ଥିବା ବେଳେ ସେମାନେ ପ୍ରତ୍ୟେକ ଦିନ ୫୩ହଜାର ୭୦୦ରୁ ଅଧିକ ପିଲା ଜନ୍ମ ଦେଉଛନ୍ତି ଅର୍ଥାତ୍ ଉପଯୁକ୍ତ ଜନ୍ମ ନିୟନ୍ତ୍ରଣ ଅଭାବରୁ ଆମ ଦେଶ ବହୁତ୍ ଶୀଘ୍ର ଧାର୍ମିକ ସନ୍ତୁଳନ ହରାଇବ । ଆସନ୍ତା କୋଡ଼ିଏ ବର୍ଷ ମଧ୍ୟରେ ଭାରତ ବର୍ଷରେ ହିନ୍ଦୁ ଧର୍ମାବଲମ୍ବୀ ସଂଖ୍ୟାଲଘୁ ହୋଇଯିବେ । ଆମେ ପ୍ରତ୍ୟେକ ମୁହୂର୍ତ୍ତରେ ଗୋଟିଏ ଅଲୌକିକ ସଢ଼ଯନ୍ତ୍ରର ଶିକାର ହୋଇଚାଲିଛୁ । ଏଭଳି ଜ୍ୟାମିତିକ ହାରରେ ବୃଦ୍ଧି ପାଉଥିବା ଜନସଂଖ୍ୟାକୁ ନିୟନ୍ତ୍ରଣ କରା ନ ଗଲେ ଆଗାମୀ ଦିନରେ ଭାରତ ଏକ ଭୟଙ୍କର ଗୃହ ଯୁଦ୍ଧର ସମ୍ମୁଖିନ ହେବ। ଭାରତର ସର୍ବପୁରାତନ ସଭ୍ୟତା ଧ୍ଵଂସ ପାଇଯିବ । ନିଜ ଦେଶରେ ପ୍ରକୃତ ଭାରତୀୟଟି ଅନାଥ ହୋଇ ନିର୍ଯାତନାର ଶିକାର ହେବ ।
ଏସବୁ ସମସ୍ୟାର ଏକମାତ୍ର ସମାଧାନ ହେଉଛି ଜନ୍ମ ନିୟନ୍ତ୍ରଣ ଆଇନକୁ ବାଧ୍ୟତା ମୂଳକ କରିବା ଓ ଜାତି , ବର୍ଣ୍ଣ, ଧର୍ମ ନିର୍ବିଶେଷରେ ଶୃଙ୍ଖଳିତ ଭାବେ କାର୍ଯ୍ୟକାରୀ କରିବା । ଦେଶରେ ରହି ଥିବା ଅଶି ପ୍ରତିଶତ ସମ୍ପ୍ରଦାୟ ବର୍ତ୍ତମାନ ସଚେତନ ହୋଇ ଜନ୍ମ ନିୟନ୍ତ୍ରଣ କରୁଛନ୍ତି ।ମାତ୍ର ଅବଶିଷ୍ଟ କୋଡ଼ିଏ ପ୍ରତିଶତ ଲୋକେ, ପିଲା ଜନ୍ମକୁ ବ୍ୟବସାୟରେ ପରିଣତ କରିଛନ୍ତି । ଜଣେ ଜଣେ ଲୋକ ଦଶ ଏଗାର ପିଲା ଜନ୍ମ କରି ଦେଶର ଭାବୁଦ୍ରଟ ପ୍ରତି ଭୟାଭୟ ପରିସ୍ଥିତି ସୃଷ୍ଟି କରିବାରେ ଲାଗିଛନ୍ତି ।
ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ଆଜକୁ ଦୀର୍ଘ ନଅ ବର୍ଷ ହେଲା ଜନ୍ମ ନିୟନ୍ତ୍ରଣ ଆଇନ ଆଣିବାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିକଟରେ ଦାବି କରି ଆସୁଛି । ଅବଶ୍ୟ ଉତ୍ତର ପ୍ରଦେଶ ,କର୍ଣ୍ଣାଟକ , ଆସାମ ଆଦି ପ୍ରଦେଶ ଆମ ଦାବୀକୁ କିଛିକାଂଶରେ ମାନି ନେଲେଣି । ମାତ୍ର କେନ୍ଦ୍ର ସରକାର ଓ ଓଡ଼ିଶା ସରକାର ଏକ୍ଷେତ୍ରରେ ନିଦାବିଷ୍ଣୁ ହୋଇ ନୀରବଦ୍ରଷ୍ଟା ସାଜିଛି । ଉଭୟ ସରକାରଙ୍କ ନିଦ୍ରାଭଙ୍ଗ ପାଇଁ ସମଗ୍ର ଭାରତ ବର୍ଷରେ ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ତରଫରୁ ପଚାଶ ଲକ୍ଷ ସ୍ୱାକ୍ଷର ବିଶିଷ୍ଟ ଦାବି ପତ୍ରକୁ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କୁ ଦେବାର ଲକ୍ଷ ରଖିଛି ।
ଆମ ରାଜ୍ୟରେ ମଧ୍ୟ ପାଞ୍ଚ ଲକ୍ଷ ସ୍ୱାକ୍ଷର ବିଶିଷ୍ଟ ଦାବିପତ୍ର ପ୍ରଦାନ କରାଯିବ । ଲୋକପ୍ରିୟ ପ୍ରଧାନମନ୍ତ୍ରୀ ଓ ଓଡ଼ିଶାର ଅପ୍ରତିଦ୍ଵନ୍ଦୀ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯିବ ।ଓଡ଼ିଶାର କୋଣ ଅନୁକୋଣରୁ ସବୁ ଜିଲ୍ଲାର ପ୍ରତ୍ୟେକ ଗାଁରୁ ସ୍ୱାକ୍ଷର ସଂଗ୍ରହ କରାଯିବ। ବାଲେଶ୍ୱର ଜିଲ୍ଲାରୁ ମଧ୍ୟ ପଚାଶ ହଜାର ସ୍ୱାକ୍ଷର ସଂଗ୍ରହ କରାଯିବାର ସ୍ଥିର ହୋଇଛି ବୋଲି ଶ୍ରୀଯୁକ୍ତଦାସ ସାମ୍ୱାଦିକ ସମ୍ମିଳନୀରେ ପ୍ରକାଶ କରିଥିଲେ । ସାମ୍ୱାଦିକ ସମ୍ମିଳନୀରେ ବାଲେଶ୍ୱର ଜିଲ୍ଲା ସଭାପତି ଜତିନ୍ଦ୍ର ପୁହାଣ, ଉପସଭାପତି ସୀତାରାମ ପ୍ରଧାନ, ଉଦୟ ଖୁଣ୍ଟିଆ, ସତ୍ୟାନନ୍ଦ ଦାସ, ଜିଲା ସମ୍ପାଦକ ପ୍ରବାଳ ସିହ୍ନା, ମହେନ୍ଦ୍ର ପ୍ରସାଦ ପଣ୍ଡା, ସମର ବଲ୍ଲଭ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।