କନ୍ଧମାଳରେ ଆରମ୍ଭ ହେଲା ସେରୋଲୋଜିକାଲ ସର୍ଭେ

କନ୍ଧମାଳ : କନ୍ଧମାଳ ଜିଲାରେ ଆରମ୍ଭ ହେଲା ସେରୋଲୋଜିକାଲ ସର୍ଭେ । ଗୁରୁବାର ଠାରୁ କନ୍ଧମାଳ ଜିଲା ରାଇକିଆରୁ ସେରୋଲୋଜିକାଲ ସର୍ଭେ ଆରମ୍ଭ ହୋଇଛି l ଡା. ଜୟ ସିଂ ଖେତରୀ ଓ ଡା. ଅସିତ ମାନସିଂହଙ୍କ ନେତୃତ୍ୱରେ ଆରଏମଆରସିର ୧୨ଜଣିଆ ଟିମଙ୍କ ଦ୍ୱାରା ଏହି ସେରୋ ସର୍ଭେ ଚାଲିଛି l ଏଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।
ଗୁରୁବାର ତୁମୁଡିବନ୍ଧ ଓ ରାଇକିଆର ବିଭିନ୍ନ ବର୍ଗର ୪୦ଜଣ ଲେଖାଏଁ ଲୋକର ସେରମ ସଂଗ୍ରହ କରାଯିବ l ଏହା ଆସନ୍ତା ୧୨ ତାରିଖ ଯାଏ ଏହି ଟିମ ୧୪ଟି ସ୍ଥାନରେ ୪୦ଜଣ ଲେଖାଏଁ ଲୋକଙ୍କର ନମୁନା ସଂଗ୍ରହ ସହ ଶହେ ଜଣ ସ୍ୱାସ୍ଥ୍ୟ କର୍ମୀଙ୍କ ସାମ୍ପୁଲ ସଂଗ୍ରହ କରିବେ l