ଜାତୀୟ ଶିକ୍ଷାନୀତି ୨୦୨୦- ସମସ୍ୟା ଓ ସୁବିଧା ଶୀର୍ଷକ ଆଲୋଚନାଚକ୍ର
![](https://thetruths.in/wp-content/uploads/2023/02/Nilamani-Collage.jpg)
ରୂପସା : ବାଲେଶ୍ୱର ସଦର ବ୍ଲକ ଅନ୍ତର୍ଗତ ରୂପସା ନୀଳମଣି ମହାବିଦ୍ୟାଳୟର ଶିକ୍ଷାବିଭାଗ ଆନୁକୂଲ୍ୟରେ ଜାତୀୟ ଶିକ୍ଷାନୀତି ୨୦୨୦ ଓ ଏହାର ସମସ୍ୟା, ସୁବିଧା ସମ୍ପର୍କିତ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅଧ୍ୟକ୍ଷ ଡ. ତପନ କୁମାର ବେହେରା ଅଧ୍ୟକ୍ଷତା କରି ଶିକ୍ଷାର ବିକାଶ ପାଇଁ ଶିକ୍ଷାନୀତି -୨୦୨୦ ର ସମୟୋପଯୋଗୀ ପଦକ୍ଷେପ ସମ୍ପର୍କରେ ଆଲୋକପାତ କରିଥିଲେ । ମୁଖ୍ୟ ବକ୍ତା ବାଲିଖଣ୍ଡ ଡିଗ୍ରୀ ମହାବିଦ୍ୟାଳୟର ଶିକ୍ଷା ବିଭାଗ ମୁଖ୍ୟ ଅଧ୍ୟାପକ ସୁଧୀର ମୁଦୁଲି ଯୋଗ ଦେଇ ଏହି ଶିକ୍ଷାନୀତିରେ ବିଦ୍ୟାଳୟ ଶିକ୍ଷା ପାଇଁ ସୁପାରିଶ ଓ ଉଦେଶ୍ୟ ସମ୍ବନ୍ଧରେ ବକ୍ତବ୍ୟ ରଖିଥିଲେ ।
ବିଭାଗୀୟ ମୁଖ୍ୟ ଅଧ୍ୟାପକ ବିଜୟ କୁମାର ବେହେରା ପ୍ରାରମ୍ଭିକ ସୂଚନା ସହ ଆଲୋଚନାଚକ୍ରର ବିଷୟବସ୍ତୁ ଉପସ୍ଥାପନା କରିଥିଲେ । ଅଧ୍ୟାପିକା ଇତିଶ୍ରୀ ମହନ୍ତ ଜାତୀୟ ଶିକ୍ଷାନୀତି ଓ ପୂର୍ବ ଶିକ୍ଷାନୀତି ର ତୁଳନାତ୍ମକ ଆଲୋଚନା କରିଥିଲେ । ଛାତ୍ରୀ ଦେବସ୍ମିତା ବେହେରା, ଜୟସ୍ମିତା ପ୍ରଧାନ, ହିମାନି ବେହେରା, ପିପାଲିଶା ବେହେରା, ଅନିତା ସାହୁ ଓ ଛାତ୍ର ନୀତେଶ ରଣା ପ୍ରମୁଖ ନିବନ୍ଧ ପାଠ କରିଥିଲେ । ବିଭାଗୀୟ ଛାତ୍ରୀ ଛାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।