ନୌଗାମରେ ସୁରକ୍ଷାବାହିନୀ-ଆତଙ୍କବାଦୀ ଏନକାଉଣ୍ଟର, ଜଣେ ଆତଙ୍କବାଦୀ ନିହତ
![](https://thetruths.in/wp-content/uploads/2021/06/Security-Forces-in-Srinagar-1024x576.jpg)
ଶ୍ରୀନଗର : ଜମ୍ମୁ କଶ୍ମୀରର ଶ୍ରୀନଗର ନିକଟ ନୌଗାମରେ ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଛି । କୁହାଯାଉଛି ଯେ, ନୌଗାମର ଓଗୁରା ଅଂଚଳରେ ଆତଙ୍କବାଦୀମାନେ ଲୁଚି ରହିବା ନେଇ ସୂଚନା ମିଳିବା ପରେ ସୁରକ୍ଷାବାହିନୀର ଯବାନମାନେ ଅତର୍କିତ ସେଠାରେ ପହଂଚିଥିଲେ । ଏହା ପରେ ସର୍ଚ୍ଚ ଅପରେଶନ ଆରମ୍ଭ କରିଥିଲେ ।
ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ସୁରକ୍ଷାବଳ ଏନକାଉଣ୍ଟରରେ ଜଣେ ଆତଙ୍କବାଦୀକୁ ନିହତ କରିଛନ୍ତି । ଘଟଣାସ୍ଥଳରୁ ବନ୍ଧୁକ ଓ ଅନ୍ୟ ସାମଗ୍ରୀ ଜବତ ହୋଇଛି । ଏଠାରେ ୨ ଜଣ ଆତଙ୍କବାଦୀ ଲୁଚି ଥିବା ସୂଚନା ମିଳିଥିଲା । ଏହା ପରେ ଯବାନମାନେ ସର୍ଚ୍ଚଅପରେଶନ ଆରମ୍ଭ କରିଥିଲେ । ସୁରକ୍ଷାବାହିନୀ ଯେତେବେଳେ ସର୍ଚ୍ଚଅପରେଶନ ଆରମ୍ଭ କରିଥିଲେ ଆତଙ୍କବାଦୀମାନେ ଗୁଳି ଚଳାଇବା ଆରମ୍ଭ କରିଥିଲେ ।