ବଢ଼ି ଚାଲିଛି ବାଲି ମାଫିଆଙ୍ଗ ଦୌରାତ୍ମ୍ୟ; ମେସିନ୍ ଓ ବାଲି ଜବତ କରିବାକୁ ଯାଇ ଆକ୍ରମଣର ଶିକାର ହେଲେ ବାଲେଶ୍ୱର ଉପ-ଜିଲାପାଳ
![](https://thetruths.in/wp-content/uploads/2023/02/Balasore-Sub-Collector-Driver.jpg)
ବାଲେଶ୍ୱର : ବାଲେଶ୍ୱର ଜିଲା ରେମୁଣା ବ୍ଲକ ମନ୍ଦାରପୁର ଓ ଦହପଡ଼ା ଅଞ୍ଚଳରେ ବେଆଇନ ବାଲି ଉତ୍ତୋଳନ ଏବଂ ଚୋରା ଚାଲାଣକୁ ନେଇ ଚଢ଼ଉ କରିବାକୁ ଯାଇଥିବା ବାଲେଶ୍ୱର ଉପ-ଜିଲାପାଳ ଦୁବୃର୍ତ୍ତଙ୍କ ଆକ୍ରମଣର ଶିକାର ହୋଇଛନ୍ତି । ଏହି ଆକ୍ରମଣରେ ଉପ-ଜିଲାପାଳ କୁନାଲ ମୋତିରାମ ଚଭନ ଅଳ୍ପକେ ରକ୍ଷା ପାଇଯାଇ ଥିବାବେଳେ ତାଙ୍କ ଡ୍ରାଇଭର ଗଗନ ବିହାରୀ ସାହୁ ଗୁରୁତର ହୋଇ ହୋଇ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି ।
![](https://thetruths.in/wp-content/uploads/2023/02/Balasore-Collector-SP.jpg)
![](https://thetruths.in/wp-content/uploads/2023/02/Balasore-Sub-Collector-Van-1024x573.jpg)
ସୂଚନା ଯେ, ମନ୍ଦାରପୁର ଓ ଦହପଡ଼ା ଅଞ୍ଚଳର କିଛି ବାସିନ୍ଦା ସୋନ ଓ ବୁଢ଼ାବଳଙ୍ଗ ନଦୀରୁ ମେସିନ ଯୋଗେ ବେଆଇନ୍ ବାଲି ଉତ୍ତୋଳନ ଏବଂ ଚୋରା ଚାଲାଣ ସମ୍ପର୍କରେ ଜିଲାପାଳଙ୍କ ନିକଟରେ ଅଭିଯୋଗ ହୋଇଥିଲା । ସେହିକ୍ରମରେ ଗୁରୁବାର ଉପ-ଜିଲାପାଳ ଶ୍ରୀ ଚଭନଙ୍କ ନେତୃତ୍ୱରେ ଏକ ଟିମ୍ ଚଢ଼ଉ କରି ବାଲି ଉତ୍ତୋଳନରେ ବ୍ୟବହୃତ ମେସିନ, ଟ୍ରାକ୍ଟର ଓ ପାଖାପାଖି ୫୦୦ ଟ୍ରିପ ବାଲି ଜବତ ସହ ସ୍ଥାନୀୟ ଲୋକଙ୍କ ନିକଟରେ ଜିମା ଦେଇଥିଲେ । ଶୁକ୍ରବାର ଉପ-ଜିଲାପାଳ ପୁଣିଥରେ ଜବତ ମେସିନ, ଗାଡ଼ି ଓ ବାଲିର ସ୍ଥିତି ପରଖିବାକୁ ଘଟଣାସ୍ଥଳକୁ ଯାଇଥିବା ବେଳେ ବାଲି ମାଫିଆ ଓ ତାଙ୍କ ସହଯୋଗୀମାନେ ତାଙ୍କ ଉପରେ ଢ଼େଲାପଥର ମାଡ଼ କରିଥିଲେ । ଏହି ଆକ୍ରମଣରେ ଉପ-ଜିଲାପାଳ ସାମାନ୍ୟ ଆହତ ହୋଇଥିବା ବେଳେ ତାଙ୍କ ଡ୍ରାଇଭର ଗଗନ ବିହାରୀ ରାଉତ ଗୁରୁତର ହୋଇଛନ୍ତି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ôଚ ସେମାନଙ୍କୁ ଉଦ୍ଧାର କରି ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ । ତେବେ ପ୍ରାଥମିକ ଚିକିତ୍ସା ପରେ ଆହତ ଉପ-ଜିଲାପାଳ କ୍ୱାଟର୍ସ ଫେରିଯାଇଥିବା ବେଳେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ତାଙ୍କ ଡ୍ରାଇଭରର ଅବସ୍ଥା ଚିକିତ୍ସା ପରେ ଭଲ ଅଛି ବୋଲି ଅତିରିକ୍ତ ଜିଲା ଚିକିତ୍ସାଧିକାରୀ ଡା. ମୃତ୍ୟୁଞ୍ଜୟ ମିଶ୍ର ସୂଚନା ଦେଇଛନ୍ତି । ଏ ସମ୍ପର୍କରେ ଖବର ପାଇ ଜିଲା ଆରକ୍ଷୀ ଅଧୀକ୍ଷକ ସାଗରିକା ନାଥ ଓ ଜିଲାପାଳ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ଜିଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ôଚ ଉଭୟଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି । ଘଟଣାସ୍ଥଳରେ ଦୁଇ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛି । ଆକ୍ରମଣକାରୀଙ୍କୁ ଚିହ୍ନଟ କରାଯାଇ ଥିବାବେଳେ ସେମାନଙ୍କୁ ଖୁବ୍ଶୀଘ୍ର ଗିରଫ କରାଯିବ ବୋଲି ଏସ୍ପି ସୂଚନା ଦେଇଛନ୍ତି ।