‘ସାବାସ୍ ମିଠୁ’ ମୋର ସବୁଠୁ ଅଧିକ ବଜେଟର ଫିଲ୍ମ : ତାପସୀ ପନ୍ନୁ
![](https://thetruths.in/wp-content/uploads/2022/07/Taapsee-Pannu-1024x512.jpg)
ମୁମ୍ବାଇ: ବଲିଉଡ୍ର ଲୋକପ୍ରୀୟ ଅଭିନେତ୍ରୀ ତାପସୀ ପନ୍ନୁ ନିଜର ବ୍ୟକ୍ତିଗତ ଜୀବନ ହେଉ କିମ୍ବା ବୃତ୍ତିଗତ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ନିଜର ଦମଦାର ଅଭିନୟ ପାଇଁ ଦର୍ଶକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି । ସାଉଥ ଇଣ୍ଡଷ୍ଟ୍ରି ପରେ ଏବେ ବଲିଉଡରେ ଧମାଲ କରୁଛନ୍ତି ଅଭିନେତ୍ରୀ । ତେବେ ଭାରତୀୟ ମହିଳା କ୍ରିକେଟ୍ ଟିମ୍ର ପୂର୍ବତନ କ୍ୟାପ୍ଟେନ୍ ମିତାଲି ରାଜ୍ଙ୍କ ବାୟୋପିକ୍ ଉପରେ ଆଧାରିତ ଫିଲ୍ମରେ ତାପସୀ ପନ୍ନୁ ମୁଖ୍ୟ ଭୂମିକାରେ ନଜର ଆସିବେ । ନିକଟରେ ଫିଲ୍ମରୁ ତାପସୀଙ୍କର ଫାଷ୍ଟ ଲୁକ୍ ରିଲିଜ ହୋଇଛି । ଏକ ସାକ୍ଷାତକାରରେ ତାପସୀ ପନ୍ନୁ ତାଙ୍କ ଚଳଚ୍ଚିତ୍ର ‘ସାବାସ୍ ମିଠୁ’ର ବଜେଟ୍ ବିଷୟରେ ଖୋଲାଖୋଲି ଭାବେ କହିଛନ୍ତି ।
ସେ କହିଛନ୍ତି ଯେ ବହୁତ ଫିଲ୍ମ ଅଛି । ହେଲେ ଅଭିନେତ୍ରୀଙ୍କ ପାଖରେ ସୁଯୋଗ ନାହିଁ । ‘ସାବାସ୍ ମିଠୁ’ ମୋର ସବୁଠୁ ଅଧିକ ବଜେଟ୍ ର ଫିଲ୍ମ । ତଥାପି ଏହାର ବଜେଟ୍ ଏ-ତାଲିକା ଅଭିନେତାଙ୍କ ଦରମା ସହିତ ସମାନ । ଏହା ଉପରେ ବର୍ଣ୍ଣନା କରି ତାପସୀ କହିଛନ୍ତି, ‘ମୁଁ ଏ-ଲିଷ୍ଟ ଗୁଡ଼ିକ ବିଷୟରେ କହୁଛି ଯେଉଁମାନେ ଶୀର୍ଷରେ ନାହାଁନ୍ତି । ମୁଁ ସେହି ଲୋକମାନଙ୍କ ବିଷୟରେ କହୁଛି ଯେଉଁମାନେ ତାଲିକାରେ ଟିକେ କମ୍ ଅଛନ୍ତି । ତାଙ୍କର ଦରମା ମୋର ପୁରା ଚଳଚ୍ଚିତ୍ରର ବଜେଟ୍ । ‘ସାବାସ୍ ମିଠୁ’ ବିଷୟରେ କହିବାକୁ ଗଲେ ଏହି ଚଳଚ୍ଚିତ୍ର ମହିଳା କ୍ରିକେଟର ମିତାଲି ରାଜଙ୍କ ଜୀବନ ଏବଂ କ୍ରିକେଟର ହେବାର ସ୍ୱପ୍ନ ଯାତ୍ରା ଦ୍ୱାରା ଅନୁପ୍ରାଣିତ ହୋଇଛି। ଶ୍ରୀଜିତ ମୁଖାର୍ଜୀଙ୍କ ଦ୍ବାରା ନିର୍ଦ୍ଦେଶିତ ଏହି ଫିଲ୍ମ ଜୁଲାଇ ୧୫ ରେ ରିଲିଜ ହେବାକୁ ଯାଉଛି।