ରଣନୀତି ବଦଳାଇଲା ଋଷ, ୟୁକ୍ରେନକୁ ଧ୍ୱଂସ କରିବାକୁ ନେଲା ଏହି ପଦକ୍ଷେପ
![](https://thetruths.in/wp-content/uploads/2022/12/Ukraine-1024x630.jpg)
ନୂଆଦିଲ୍ଲୀ : ସରିନି ଋଷ ଓ ୟୁକ୍ରେନର ଯୁଦ୍ଧ । ଏହାରି ମଧ୍ୟରେ ଏହି ଉଭୟ ଦେଶର ଯୁଦ୍ଧ କାହାଣୀକୁ ୩୦୦ ଦିନ ପୁରିଛି । ହେଲେ ସରି ନାହିଁ ହାର୍ ଜିତର ହିସାବ । ଗତ ଫେବୃଆରୀ ମାସ ୨୪ରେ ଆରମ୍ଭ ହୋଇଥିବା ଯୁଦ୍ଧ ବର୍ତ୍ତମାନ ସୁଦ୍ଧା ନିର୍ଣ୍ଣାୟକ ସ୍ଥିତିରେ ପହଞ୍ଚିପାରୁନି । ଯୁଦ୍ଧରେ ଉଭୟ ପକ୍ଷର ଲକ୍ଷାଧିକ ଲୋକ ଓ ସୈନ୍ୟଙ୍କ ମୃତ୍ୟୁ ଘଟିଥିବାବେଳେ ସହସ୍ରାଧିକ ଲୋକ ହୋଇଛନ୍ତି ଯୁଦ୍ଧବନ୍ଦୀ । ତେବେ ଏହାରି ମଧ୍ୟରେ ଏକ ଖବର ଯାହାକି ପୁରା ବିଶ୍ୱବାସୀଙ୍କୁ ଚିନ୍ତାରେ ପକାଇଛି। ୟୁକ୍ରେନର ସୈନବାହିନୀର ରିପୋର୍ଟ ଅନୁସାରେ ୟୁକ୍ରେନର ବିଭିନ୍ନ ସ୍ଥାନକୁ ଅର୍ଥାତ ୟୁକ୍ରେନ ରାଜଧାନୀ ଉପରେ ଆଜି ବହୁଳ ପରିମାଣରେ ମିସାଇଲ ମାଡ଼ କରିଛି। ତେବେ ଏହି ସବୁ ମିସାଇଲ ମାଡ କେବଳ ଦେଶର ଇନଫ୍ରାଷ୍ଟ୍ରକଚର କୁ ଟାର୍ଗେଟ କରି କରାଯାଇଛି।
ରେଡ ସାଇରନ ସାଉଣ୍ଡରେ ପୁରା ଦେଶ କମ୍ପୁଛି। ପୁରାଦେଶ ବାସୀ ଏନେଇ ଭୟଭୀତ ଅବସ୍ଥାରେ ଅଛନ୍ତି। ଋଷିଆ ପାଖାପାଖି ୧୨୦ ରୁ ଅଧିକ ମିସାଇଲ ମାଡ଼ କରୁଥିବା ନେଇ ସୂଚନା ଦେଇଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ବ୍ୟକ୍ତିଗତ ଆଡଭାଇଜର ମାଇଖାଇଲୋ ପୋଡ଼ଳିଆକ । କେବଳ ମିସାଇଲ ନୁହେଁ ଆକାଶ ମାର୍ଗ ଓ ଜଳପଥରେ ସି ବେସଡ କ୍ରୁଜ ମିସାଇଲ ସହ ବିସ୍ଫୋଟକ ଡ୍ରୋନ ମଧ୍ୟ ୟୁକ୍ରେନକୁ ଧ୍ୱଂସ କରିବାକୁ ପଠାଇଛି ଋଷ । ଏହି ବ୍ୟାପକ ଆକ୍ରମଣ ୟୁକ୍ରେନର ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମିକୁ ଲକ୍ଷ୍ୟ କରି ଋଷ କରୁଛି ବୋଲି କୁହାଯାଉଛି। ଅକ୍ଟୋବରରୁ ମସ୍କୋ ସାପ୍ତାହିକ ଭିତ୍ତିରେ ଏଭଳି ଆକ୍ରମଣ କରିଛି।
ଋଷର ଡ୍ରୋନ ଓ ମିସାଇଲ ମାଡ ସହରକୁ ଅଣନିଃଶ୍ୱାସୀ କରିଦେଇଛି। ୟୁକ୍ରେନ ସେନାର ରିପୋର୍ଟ ଅନୁସାରେ ଋଷର ଅନେକ ଟାର୍ଗେଟ ଲୋକଙ୍କୁ ହଇରାଣରେ ପକାଇଛି। କାରଣ ଏବେ ୟୁକ୍ରେନର ଶୀତ ଲହରି ଜାରି ରହିଛି। ମିସାଇଲ ଓ ଡ୍ରୋନ ମାଡ଼ ଯୋଗୁଁ ବିଦ୍ୟୁତ ଓ ପାଣି ସମସ୍ୟା ଦେଖାଦେଇଛି। ସେହିପରି ଗୁରୁବାର ସେନାପକ୍ଷରୁ ୟୁକ୍ରେନ କ୍ୟାପିଟାଲ କିଭ୍ ରେ ମିସାଇଲ ଗୁଡିକୁ ସାମ୍ନା କରିବାକୁ ଏୟାର ଡିଫେନ୍ସ ସିଷ୍ଟମକୁ ଆକ୍ଟିଭ କରାଯାଇଛି। ମାତ୍ର ଦେଶରେ ଆକ୍ରମଣ ନେଇ ସେହି ଭୟଙ୍କର ଶବ୍ଦ ଲଗାତାର ଜାରି ରହିଛି। ସେହିପରି ଅନେକ ବିସ୍ଫୋରଣ ଖାରଖିଭରେ ଦେଖିବାକୁ ମିଳିଛି ଯାହା ୟୁକ୍ରେନର ସବୁଠାରୁ ଦ୍ୱିତୀୟ ବୃହତ ସହର ଭାବେ ପରିଗଣିତ।
ୟୁକ୍ରେନରେ ପଶ୍ଚିମ ଭାଗରେ ଥିବା ଲିଭ ସହରରେ ଏବେ ଦେଶବାସୀ ଅନ୍ଧାରରେ । ଋଷର ମିସାଇଲ ଓ ଡ୍ରୋନ ମାଡ଼ କାରଣରୁ ୯୦ ପ୍ରତିଶତ ଅଞ୍ଚଳ ଅନ୍ଧାରରେ। ଲୋକ ପାଣି ପିଇବାକୁ ମଧ୍ୟ ପାଉନାହାଁନ୍ତି। ସେହିପରି ଆଜି ଋଷର ଏମିତି ଘନ ଘନ ମିସାଇଲ ମାଡ କାରଣରୁ ଲୋକଙ୍କୁ ସତର୍କ ରହିବାକୁ ନିବେଦନ କରାଯାଇଛି। ଦନିପିର, ଅଡେସା ଏବଂ କ୍ରିଭି ରିଃ ଅଞ୍ଚଳର ଅଧିକାରୀ ମାନେ ଲାଇଟ ଓ ଇଲେକ୍ଟ୍ରିସିଟି କାଟିଦେବାକୁ କହିଛନ୍ତି କାରଣ ମିସାଇଲ ମାଡରେ ବେଶି କ୍ଷତି ହେବା ଅପେକ୍ଷା କିଛିଟା କ୍ଷତିରୁ ବର୍ତ୍ତିଯାଇପାରିବେ।