ସରକାରୀ କର୍ମଚାରୀଙ୍କ ଖାତାକୁ ଆସିବ ୧.୫୦ ଲକ୍ଷ ଟଙ୍କା! ମିଳିବ ୧୮ ମାସର ଡିଏ ବକେୟା ରାଶି
![](https://thetruths.in/wp-content/uploads/2022/05/7th-Pay-Commission.jpg)
ନୂଆଦିଲ୍ଲୀ : ନିକଟ ଅତୀତରେ କେନ୍ଦ୍ର ସରକାର ନିଜର ୪୭ ଲକ୍ଷ ୬୮ ହଜାର କର୍ମଚାରୀ ଓ ୬୮ ଲକ୍ଷ ୬୨ ହଜାର ପେନସନଭୋଗୀଙ୍କ ମହଙ୍ଗା ଭତ୍ତାରେ ବୃଦ୍ଧି କରିଥିଲେ । କେନ୍ଦ୍ର ସରକାର ଗୋଟିଏ ପରେ ଗୋଟିଏ କର୍ମଚାରୀଙ୍କୁ ଉପହାର ଦେଉଛନ୍ତି । ବର୍ତ୍ତମାନ କେନ୍ଦ୍ର କର୍ମଚାରୀ ୧୮ ମାସର ମହଙ୍ଗା ଭତ୍ତା ଅର୍ଥାତ ଡିଏ ଅରିୟରର ଅପେକ୍ଷା କରୁଛନ୍ତି । ଯାହାକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି ।
ସରକାରୀ କର୍ମଚାରୀମାନେ ଲଗାତର ଜାନୁୟାରୀ ୨୦୨୦ରୁ ଜୁନ ୨୦୨୧ ପର୍ଯ୍ୟନ୍ତ ରୋକାଯାଇଥିବା ଡିଏର ବକେୟା ଦାବି କରୁଛନ୍ତି । ମିଡିଆ ରିପୋର୍ଟ୍ସ ଅନୁସାରେ, ସରକାର ଏକାଥରେ ୧.୫୦ ଲକ୍ଷ ଟଙ୍କା କେନ୍ଦ୍ର କର୍ମଚାରୀଙ୍କୁ ଦେବା ପାଇଁ ଯୋଜନା କରୁଛନ୍ତି । ଯଦି ଏପରି ହେବ ତ କର୍ମଚାରୀଙ୍କ ଦରମା ସହ ମୋଟା ଅଙ୍କର ଅର୍ଥ ସେମାନଙ୍କ ବ୍ୟାଙ୍କ ଖାତାକୁ ଆସିବ । ସରକାରୀ କର୍ମଚାରୀମାନେ ଆଶା କରୁଛନ୍ତି ଯେ, ଡିଏ ବକେୟାକୁ ନେଇ ସରକାର ବିଚାର କରିବେ ଓ ଏହାର ସମାଧାନ ବାଟ ବାହାର କରିବେ । ନ୍ୟାସନାଲ କାଉନ୍ସିଲ୍ ଅଫ୍ ଜେସିଏମ୍ ର ଶିବ ଗୋପାଳ ମିଶ୍ରାଙ୍କ ଅନୁଯାୟୀ, କାଉନ୍ସିଲ ସରକାରଙ୍କ ଆଗରେ ନିଜର ଦାବି ରଖିଛି । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସମାଧାନର ବାଟ ବାହାରି ନାହିଁ ।
ଆପଣଙ୍କୁ କହିରଖୁଛୁ ଯେ, ଗତ ବର୍ଷ ଜୁଲାଇ ୧ରେ କେନ୍ଦ୍ର ସରକାର ନିଜ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି କରିଥିଲେ । ଯାହା ପରେ ଏହା ବଢ଼ି ୨୮ ପ୍ରତିଶତରେ ପହଞ୍ଚିଥିଲା । ଏହାପୂର୍ବରୁ ସେମାନେ ୧୭ ପ୍ରତିଶତ ହାରରେ ଡିଏ ପାଉଥିଲେ । ଏଥି ସହିତ ଅକ୍ଟୋବର ୨୦୨୧ରେ ଏହାକୁ ୩ ପ୍ରତିଶତ ବୃଦ୍ଧି କରାଯାଇଥିଲା । ଯାହା ପରେ ଏହା ବଢ଼ି ୩୧ ପ୍ରତିଶତକୁ ପହଞ୍ଚିଥିଲା । ଏଥି ସହିତ ମାର୍ଚ୍ଚ ୨୦୨୨ରେ ପୁଣି ଥରେ ମହଙ୍ଗା ଭତ୍ତା ୩ ପ୍ରତିଶତ ବୃଦ୍ଧି କରାଯାଇଛି । ଯାହା ପରେ ବର୍ତ୍ତମାନ ୩୪ ପ୍ରତିଶତ ହାରରେ ମହଙ୍ଗା ଭତ୍ତା ମିଳୁଛି । କେନ୍ଦ୍ର କର୍ମଚାରୀ ସଂଗଠନ ୧୮ ମାସର ବକେୟା ପାଇଁ ସରକାରଙ୍କ ଉପରେ କ୍ରମାଗତ ଭାବରେ ଚାପ ପକାଉଛି । ଏହି ଲୋକମାନେ କହିଛନ୍ତି ଯେ ସୁପ୍ରିମକୋର୍ଟଙ୍କ ରାୟ ହେଉଛି ଦରମା ଓ ଭତ୍ତା କର୍ମଚାରୀଙ୍କ ମୌଳିକ ଅଧିକାର । ଏଭଳି ପରିସ୍ଥିତିରେ କର୍ମଚାରୀମାନଙ୍କୁ ୧୮ ମାସର ବକେୟା ସୁବିଧା ମଧ୍ୟ ମିଳିପାରେ ।
ନ୍ୟାସନାଲ କାଉନସିଲ୍ ଅଫ୍ ଜେସିଏମ୍ ର ଶିବ ଗୋପାଳ ମିଶ୍ରାଙ୍କ ଅନୁଯାୟୀ, ଲେଭଲ୍ -1 କର୍ମଚାରୀଙ୍କ ଡିଏ ବକେୟା ୧୧,୮୮୦ରୁ ୩୭,୫୫୪ ଟଙ୍କା ମଧ୍ୟରେ ରହିଛି । ଯେତେବେଳେ କି, ଲେଭଲ୍ -୧୩ (7th CPC basic pay scale ୧,୨୩,୧୦୦ ଟଙ୍କାରୁ ୨,୧୫,୯୦୦ ଟଙ୍କା) କିମ୍ବା ଲେଭଲ୍ -14 (7th CPC basic pay scale) ପାଇଁ ଜଣେ କର୍ମଚାରୀ ଡିଏ ବକେୟା ୧,୪୪,୨୦୦ ଟଙ୍କାରୁ ୨,୧୮,୨୦୦ ଟଙ୍କା ମଧ୍ୟରେ ରହିଛି ।