ଶୀତ ଋତୁରେ ହୃଦଘାତର ଆଶଙ୍କା ଅଧିକ ! ଏହିସବୁ ଖାଦ୍ୟ ଠାରୁ ଦୂରେଇ ରୁହନ୍ତୁ, ଜାଣନ୍ତୁ କଣ
ଶୀତ ଋତୁରେ ହୃଦଘାତର ଆଶଙ୍କା ଅଧିକ ଥାଏ । ଶରୀରରେ କୋଲେଷ୍ଟ୍ରଲ ବୃଦ୍ଧି ପାଇଲେ ହୃଦଘାତ ଆଶଙ୍କା ଅଧିକ ଦେଖାଦେଇଥାଏ । ଆମର ଖାଦ୍ୟ ଏବଂ ପାନୀୟ ଯୋଗୁଁ ଏହା ଘଟେ । ବାସ୍ତବରେ, ଶୀତଦିନେ ଆମ ଖାଦ୍ୟରେ ଅନେକ ପରିବର୍ତ୍ତନ ଆସିଥାଏ। ଆମେ ଏପରି କିଛି ଜିନିଷକୁ ଆମ ଖାଦ୍ୟର ଏକ ଅଂଶ କରିଥାଉ ଯାହା କୋଲେଷ୍ଟ୍ରଲ ବଢିଥାଏ । ଯଦି ଆପଣ ଚାହଁଛନ୍ତି ଶରୀରରୁ କୋଲେଷ୍ଟ୍ରଲକୁ ନିୟନ୍ତ୍ରଣରେ ରଖିବା ପାଇଁ ତେବେ, ଆପଣଙ୍କୁ ଏସବୁ ଖାଦ୍ୟରୁ ଦୂରେଇ ରହିବାକୁ ପଡିବ ।
ଭଜା ଖାଦ୍ୟ :
ଶୀତଦିନେ ଖାସ କରି ଗରମ ଏବଂ ମସଲାଯୁକ୍ତ ଖାଦ୍ୟ ଖାଇବାକୁ ସମସ୍ତ ଭଲ ପାଆନ୍ତି । ଏହି ଦିନରେ ଅଧିକାଂଶ ଲୋକେ ପକୋଡା, ସାମୋସା ଖାଇବାକୁ ବେଶ ପସନ୍ଦ କରନ୍ତି । ଅଧିକ ତେଲଛଣା ଯୁକ୍ତ ଖାଦ୍ୟ ଖାଇବା ଦ୍ବାରା ଶରୀରରେ କୋଲେଷ୍ଟ୍ରଲ ଦୃତଗତିରେ ଶରୀରରେ ବୃଦ୍ଧି ପାଇଥାଏ । ଶରୀରରେ ହାଇ କୋଲେଷ୍ଟ୍ରଲ ବୃଦ୍ଧିର ବଡ କାରଣର ହେଉଛି ତେଲ ।
ମିଠା ଜିନିଷ :
ଶୀତ ଦିନରେ ମିଠା ଖାଦ୍ୟ ପଦାର୍ଥ ଗୁଡିକ ଅତ୍ୟାଧିକ ଖିଆଯାଏ । ଏହି ଦିନରେ, ଅଧିକାଂଶ ଲୋକ କଫି, ଚା, ପୁକୁଡି ଏବଂ ମିଠା ଭଳି ଜିନିଷ ଖାଇବାକୁ ପସନ୍ଦ କରନ୍ତି । ଏହି ଖାଦ୍ୟ ଗୁଡିକରେ ସନ୍ତୁଳିତ ଚର୍ବି ଅଧିକ ମିଳିଥାଏ । ଏହା ହୃଦୟକୁ କ୍ଷତି ପହଞ୍ଚାଏ । ଏପରି ଭାବରେ ଅତ୍ୟାଧିକ ମିଠା ଖାଦ୍ୟ ଖାଇବା ଠାରୁ ନିଜକୁ ଦୂରେଇ ରଖନ୍ତୁ ।
ନାଲି ମାଂସ :
ଖାସ କରି ଆମିଷ ଖାଉଥିବା ଲୋକେ ଶୀତଦିନେ ଲାଲ ମାଂସ ସହିତ ମାଂସ ଏବଂ ମାଛ ଖାଆନ୍ତି । ନାଲି ମାଂସ ଖାଇବା ଦ୍ବାରା ଶରୀରରେ କୋଲେଷ୍ଟ୍ରଲ ବୃଦ୍ଧି ହୋଇଥାଏ । ଲାଲ ମାଂସରେ ଅତ୍ୟାଧିକ ପରିମାଣରେ ଚର୍ବି ଥାଏ । ଶୀତଦିନେ ନାଲି ମାଂସ ବଦଳରେ ଚିକେନ କିମ୍ବା ମାଛ ଖାଇବା ଲାଭଦାୟକ ଅଟେ ।
ଫାଷ୍ଟଫୁଡ୍ :
ଅବଶ୍ୟ, ଫାଷ୍ଟଫୁଡ୍ ଖାଇବା ସ୍ୱାଦିଷ୍ଟ ମନେହୁଏ, କିନ୍ତୁ ଫାଷ୍ଟଫୁଡ୍ ସ୍ୱାସ୍ଥ୍ୟ ପାଇଁ ଆଦୌ ଭଲ ନୁହେଁ । ସାଧାରଣତଃ ମଇଦାରୁ ଚାଓମିନ୍, ପକୋଡା, ମୋମୋ ଓ ରୋଲ୍ ଗୁଡିକ ପ୍ରସ୍ତୁତ ହୁଏ । ଏହା ହୃଦୟ ଏବଂ ରକ୍ତ ସଞ୍ଚାଳନକୁ କ୍ଷତି ପହଞ୍ଚାଏ ।
ଚିଜ୍ ଏବଂ ପନିର୍ :
ଚିଜ୍ ସ୍ୱାସ୍ଥ୍ୟ ପାଇଁ ହିତକର ନୁହେଁ । ଚିଜରେ କ୍ୟାଲସିୟମ ଏବଂ ପ୍ରୋଟିନ୍ ଭଲ ପରିମାଣରେ ମିଳିଥାଏ । କିନ୍ତୁ ଏହାକୁ ଖାଇାବ ଦ୍ବାରା ଶରୀରରେ ଚର୍ବିର ବଢିଥାଏ । ଶୀତ ସମୟରେ ଅଧିକ ଚିଜ୍ ଖାଇବା ସ୍ୱାସ୍ଥ୍ୟ ପାଇଁ କ୍ଷତି ପହଞ୍ଚାଇପାରେ ।