ଫେରିଲା କଟକଣା : ଏଣିକି ବିମାନରେ ମାସ୍କ ନପିନ୍ଧିଲେ ଜରିମାନା
![](https://thetruths.in/wp-content/uploads/2022/06/Mask-in-Plane-1024x683.jpg)
ନୂଆଦିଲ୍ଲୀ : ଦେଶରେ ପୁଣି କରୋନାର ଦୈନିକ ସଂକ୍ରମଣ ବୃଦ୍ଧି ପାଉଥିବା ଦେଖାଯାଉଛି । ପ୍ରାୟ ତିନି ମାସ ପରେ ପୁଣି ୪୦୦୦ ଅତିକ୍ରମ କରିଛି ଆକ୍ରାନ୍ତଙ୍କ ସଂଖ୍ୟା । ମହାରାଷ୍ଟ୍ର, କେରଳ, ଦିଲ୍ଲୀରେ ପୁଣି ଥରେ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଦେଖାଯାଉଛି । ଏହି ସମୟରେ କରୋନା କଟକଣା ଅନୁଯାୟୀ, ବିମାନବନ୍ଦର ଏବଂ ବିମାନରେ ମାସ୍କ ନ ପିନ୍ଧିଲେ ଜରିମାନା ଦେବାକୁ ଦିଲ୍ଲୀ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ଦିଲ୍ଲୀ ହାଇକୋର୍ଟ ବିମାନବନ୍ଦର ଓ ବିମାନରେ କରୋନାରୁ ରକ୍ଷା ପାଇବା ପାଇଁ ମାସ୍କ ନପିନ୍ଧୁଥିବା ଓ ସ୍ୱଚ୍ଛତା ପ୍ରତି ଧ୍ୟାନ ଦେଉନଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । କରୋନା ମହାମାରୀ ବର୍ତମାନ ଯାଇ ନାହିଁ । ଏହା ପୁଣି ଉପରମୁହାଁ ହୋଇପାରେ । ନିୟମର ଉଲ୍ଲଙ୍ଘନ କଲେ ଜରିମାନା ଦେବା ସହ ସେଭଳି ଯାତ୍ରୀଙ୍କୁ ବିମାନରେ ଯାତ୍ରା ପାଇଁ ରୋକ୍ ଲଗାଯାଇପାରିବ ବୋଲି ହାଇକୋର୍ଟ କହିଛନ୍ତି । କୋଭିଡର ନୂଆ ମାମଲା କେରଳ, ମହାରାଷ୍ଟ୍ର, ଦିଲ୍ଲୀ, ହରିୟାଣା ଏବଂ କର୍ଣ୍ଣାଟକରେ ଦେଖିବାକୁ ମିଳୁଛି । କେବଳ ଏହି ୫ଟି ରାଜ୍ୟରେ ୮୦ ପ୍ରତିଶତରୁ ଅଧିକ ନୂତନ ମାମଲା ଦେଖିବାକୁ ମିଳିଛି ।