ଗବେଷଣାତ୍ମକ ରିପୋର୍ଟ ! ଆଧ୍ୟାତ୍ମିକ ବ୍ୟକ୍ତି ନିଜ ଯୌନ ଜୀବନକୁ ନେଇ ଅତ୍ୟନ୍ତ ସନ୍ତୁଷ୍ଟ
![](https://thetruths.in/wp-content/uploads/2022/09/Sex-life-of-religious-people.jpg)
ନୂଆଦିଲ୍ଲୀ: ମଣିଷ ପାଇଁ ଖାଦ୍ୟ, ବସ୍ତ୍ର, ବାସଗୃହ ଯେପରି ଏକ ମୌଳିକ ଆବଶ୍ୟକତା ସେହିପରି ଯୌନକ୍ରିୟା ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରକ୍ରିୟା। ବିଶ୍ୱର ପ୍ରାୟତଃ ପ୍ରତ୍ୟେକ ମଣିଷ ନିକଟରେ ସଂସର୍ଗ କ୍ଷମତା ଅଛି। ନର ଓ ନାରୀର ମିଳନରେ ସନ୍ତାନ ଜାତ ହୁଏ। କୁହାଯାଏ ଯେଉଁମାନଙ୍କ ଯୌନ ଜୀବନ ଯେତେ ସନ୍ତୁଷ୍ଟିକର, ସେମାନଙ୍କ ସାଂସାରିକ ଜୀବନ ସେତେ ସୁଖଦାୟକ ହୋଇଥାଏ। ଆଉ ଅସନ୍ତୁଷ୍ଟିକର ରତିକ୍ରିୟା ପାଇଁ ଅନେକଙ୍କ ସଂସାର ମଧ୍ୟ ଉଜୁଡି ଯାଏ। ତେବେ ଆପଣମାନେ ଜାଣନ୍ତି କି, ସଂସାରରେ କେଉଁମାନଙ୍କ ଯୌନ ଜୀବନ ଅତ୍ୟନ୍ତ ସନ୍ତୁଷ୍ଟିକର? ଯଦି ନାହିଁ! ତେବେ ଆସନ୍ତୁ ଏକ୍ସଟର ବିଶ୍ୱିଦ୍ୟାଳୟର ଏକ ରିପୋର୍ଟ ଉପରେ ନଜର ପକାଇବା।
ଏକ୍ସଟର ବିଶ୍ୱିଦ୍ୟାଳୟର ଏକ ଗବେଷଣାରୁ ଜଣାପଡିଛି ଯେ, ଅନ୍ୟମାନଙ୍କ ତୁଳାରେ ଆଧ୍ୟାତ୍ମୀକ ତଥା କଟ୍ଟର ଧାର୍ମୀକ ବ୍ୟକ୍ତିମାନେ ସେମାନଙ୍କ ଯୌନ ଜୀବନକୁ ନେଇ ଅତ୍ୟନ୍ତ ସନ୍ତୁଷ୍ଟ। ଯେଉଁମାନେ ନିଜ ଜୀବନରେ ଧର୍ମକୁ ଅଧିକ ଗୁରୁତ୍ୱ ଦିଅନ୍ତି, ସେମାନେ ରତିକ୍ରିୟା ପାଇଁ କମ ସମୟ ବିତାନ୍ତି। ଯଦି ବି ଧାର୍ମୀକ ବ୍ୟକ୍ତିଙ୍କ ସାଥୀ ନ ଥାନ୍ତି ତଥାପି ସେମାନେ ନିଜ ଯୌନ ଜୀବନକୁ ନେଇ ସନ୍ତୁଷ୍ଟ ରହୁନ୍ତି। ଅଧିକାଂଶ ଧାର୍ମୀକ ବ୍ୟକ୍ତିମାନେ ବିବାହ ପୂର୍ବରୁ କିମ୍ବା ପରେ ଏକାଧିକ ଯୌନ ସାଥି ରଖିବା ଉପରେ ବିଶ୍ୱାସ କରନ୍ତି ନାହିଁ। ତେଣୁ ଯୌନକ୍ରିୟାକୁ ନେଇ ସେମାନଙ୍କ ଉପରେ ବିଶେଷ ପ୍ରଭାବ ପଡେନାହିଁ।
ବର୍ତ୍ତମାନ ସମୟରେ ଉଭୟ ନାରୀ ଓ ପୁରୁଷ ବିନା ସହମତିରେ ବା ବିନା ପ୍ରେମରେ ଶାରିରୀକ ସମ୍ପର୍କ ରଖୁଛନ୍ତି। କେବଳ ନିଜର ଯୌନ ଲାଳସାକୁ ମେଣ୍ଟାଇବା ପାଇ ଏହି ଭଳି କୁଜୁଆଲ ସେକ୍ସ କରାଯାଇଥାଏ। କିନ୍ତୁ ଏଥିରେ ଉଭୟ ସାଥୀଙ୍କୁ ଯୌନ ସନ୍ତୁଷ୍ଟି ପ୍ରାପ୍ତ ହୁଏ ନାହିଁ। ଗବେଷକକୃମାନେ ଏଭଳି ଯୌନ କ୍ରୀଡା କରୁଥିବା ଲୋକଙ୍କ ସହ ଆଧ୍ୟାତ୍ମୀକଙ୍କ ତୁଳନା କରିଥିଲେ। ଯେଉଁଥିରୁ ଜଣାପଡିଥିଲା ଯେ ଅନ୍ୟମାନଙ୍କ ତୁଳନାରେ ଆଧ୍ୟାତ୍ମୀତ ବ୍ୟକ୍ତି ନିଜ ଯୌନ ଜୀବନକୁ ନେଇ ଖୁସି ରହୁନ୍ତି। କିନ୍ତୁ ଅନେକ ସମୟରେ ଦେଖାଦେଇଛି ଯେ, ଯେତେବେଳେ ଯୌନକ୍ରିୟା ଏକ ଚରମ ସୀମାରେ ପହଞ୍ଚିଯାଏ, ସେତେବେଳେ ତାହାର ମହତ୍ୱ ଧୀରେ ଧୀରେ ହ୍ରାସ ହେବାକୁଲାଗେ। ଏକ୍ସଟର ବିଶ୍ୱିଦ୍ୟାଳୟର ଏହି ରିପୋର୍ଟକୁ ଜର୍ଣ୍ଣାଲ ଅଫ ସେକ୍ସ ରିସର୍ଚ୍ଚରେ ପ୍ରକାଶନ କରାଯାଇଛି।
ଏକ୍ସଟର ବିଶ୍ୱଦ୍ୟାଳୟର ପ୍ରଫେସର ତଥା ଗବେଷକ, ଡାକ୍ତର ନିତଜାନ ପେରୀ ରୋଟେମ କହିଛନ୍ତି ଯେ, ବାରମ୍ୱାର ଯୌନ ସମ୍ପର୍କ ରଖିବା ଏବଂ ଯୌନ ସନ୍ତୁଷ୍ଟି ସରଳ କିମ୍ବା ସାମାନ୍ୟ ବିଷୟ ନୁହଁ। ପ୍ରତ୍ୟେକ ସମ୍ପର୍କରେ ଅଳ୍ପ ଅଧିକ ଯୌନ ଅସନ୍ତୁଷ୍ଟି ଅଛି। କିନ୍ତୁ ଏହି ଯୌନ ସନ୍ତୁଷ୍ଟିକୁ ଏକ ଚରମ ସୀମା ପର୍ଯ୍ୟନ୍ତ ନେବାକୁ ପଡିବ। ତେବେ ଯୌନ ସନ୍ତୁଷ୍ଟି ମାମଲାରେ ଲିଙ୍ଗ ଏକ ବିଶେଷ ଭୂମିକା ନିର୍ବାହ କରେ। ଧର୍ମୀୟତା ଉଭୟ ବିବାହିତ ମହିଳା ଓ ପୁରୁଷଙ୍କ ଯୌନ ଜୀବନରେ ଏକ ବଡ ପ୍ରଭାବ ପକାଏ। ଗବେଷଣାରୁ ଜଣାପଡିଛି ଯେ, ବିବାହିତ ଧାର୍ମୀକ ମହିଳା, ଅନ୍ୟ ବିବାହିତ ମହିଳାଙ୍କ ତୁଳନାରେ ନିଜ ଯୌନ ଜୀବନକୁ ନେଇ ଅଧିକ ସନ୍ତୁଷ୍ଟ। ପୁରୁଷଙ୍କ କ୍ଷେତ୍ରରେ ଏହା ସମାନ ରୁହେ।
ଗବେଷଣାରୁ ଆଉ ଏକ ଚାଞ୍ଚଲ୍ୟକର ତଥ୍ୟ ସାମନାକୁ ଆସିଛି। ଯେଉଁ ମହିଳାମାନେ ଏକାଧିକ ଯୌନସାଥୀ ଥାଆନ୍ତି ସେମାନେ ରତିକ୍ରିୟାରେ ଆନନ୍ଦିତ ହୁଅନ୍ତି ନାହିଁ। ଯଦି ଜଣେ ମହିଳା ତାଙ୍କ ଜୀବନକାଳ ମଧ୍ୟରେ ୧୦ରୁ ଊର୍ଦ୍ଧ୍ୱ ପୁରୁଷଙ୍କ ସହ ସଂସର୍ଗ କରନ୍ତି ତେବେ, ତାଙ୍କର ଯୌନ ସନ୍ତୁଷ୍ଟି ହ୍ରାସପାଏ। କିନ୍ତୁ ପୁରୁଷଙ୍କ ଠାରେ ଏହାର କୌଣସି ପ୍ରଭାବ ପଡେନାହିଁ। ନିଜ ଜୀବନକାଳ ମଧ୍ୟରେ ପୁରୁଷ ଯେତିକି ସଂଖ୍ୟକ ମହିଳାଙ୍କ ସହ ଶଯ୍ୟାସାୟି ହେଲେ ମଧ୍ୟ ଯୌନ ସନ୍ତୁଷ୍ଟିରେ ପରିବର୍ତ୍ତନ ଆସିନଥାଏ। Norwegian Institute of Public Healthର ଡ. ଭିଗାର୍ଡ ସ୍କିରବେକଙ୍କ ଅନୁସାରେ, ଜଣେ ଧାର୍ମୀକ ବ୍ୟକ୍ତି ଅନ୍ୟମାନଙ୍କ ତୁଳାନାରେ କାଜୁଆଲ ସେକ୍ସରେ ଲିପ୍ତ ହେବାର ସମ୍ଭାବନା କମ। ଆଉ ଏହି ଧାର୍ମୀକ ବ୍ୟକ୍ତି ପ୍ରେମଲିଳା ପାଇଁ ମଧ୍ୟ ଏକ ନିର୍ଦ୍ଧିଷ୍ଟ ସମୟ ବିତାଇଥାଏ।
ଡ. ପେରୀ ରୋଟେମ ତାଙ୍କ ଗବେଷଣା ରିପୋର୍ଟରେ କହିଛନ୍ତି ଯେ, ମଣିଷ ମଧ୍ୟରେ ଯୌନ ଆଚରଣ ବଦଳିଥାଏ। ତେଣୁ ତାହାକୁ ବୁଝିବାକୁ ହେଲେ ଧାର୍ମରେ ପରିବର୍ତ୍ତନ ହେଉଥିବା ନିୟମ, ବିଶ୍ୱାସ ଓ ସାମାଜିକ ଚିଲିଚଳଣୀକୁ ବୁଝିବାକୁ ପଡିବ। ଦୁର୍ବଳ ଧାର୍ମୀକ ନିୟମ କ୍ଷେତ୍ରରେ ଅଧିକା କାଜୁଆଲ ସେକ୍ସ ମାମଲା ଦେଖଥିବାକୁ ମିଳେ। ଯେଉଁ ମହିଳାମାନଙ୍କର କୌଣସି ଯୌନସାଥୀ ନ ଥାନ୍ତି କିମ୍ବା ୧୦ରୁ ଊର୍ଦ୍ଧ୍ୱ ଥାଆନ୍ତି, ସେମାନଙ୍କ ଯୌନ ସନ୍ତୁଷ୍ଟି ବହୁତ କମ। ପ୍ରାଥମିକ ଭାବେ ନିୟମିତ ଯୌନକ୍ରିୟା ସହିତ ସନ୍ତୁଷ୍ଟି ବୃଦ୍ଧି ପାଏ, କିନ୍ତୁ ଏହା ପୁଣି ଥରେ ଅନେକାଂଶରେ ତଳମୁହାଁ ହୋଇଯାଏ। ତେଣୁ ଅଧିକ ରତିକ୍ରିୟା ଦ୍ୱାରା ଯୌନ ଜୀବନର ସନ୍ତୁଷ୍ଟିର ସୀମା ହ୍ରାସ ପାଇଥାଏ।
ଗବେଷଣାରୁ ଏହା ମଧ୍ୟ ଜଣାପଡିଛି ଯେ, ଉଚ୍ଚଶିକ୍ଷିତଙ୍କ ତୁଳନାରେ ଅଳ୍ପ ଶିକ୍ଷିତ ସେମାନଙ୍କ ଯୌନ ଜୀବନକୁ ନେଇ ଅଧିକ ସନ୍ତୁଷ୍ଟ। ଗବେଷଣାରେ ୧୮ରୁ ୫୯ ବର୍ଷ ବୟସର ମହିଳା ଓ ପୁରୁଷଙ୍କୁ ସାମିଲ କରାଯାଇଥିଲା। ଚାରିରୁ ଅଧିକ ସମୟର ଗବେଷଣାରୁ ଜଣାପଡିଲା ଯେ, ମହିଳାଙ୍କ ତୁଳନାରେ ପୁରୁଷମାନେ ୭୦ ପ୍ରତିଶତ ଅଧିକ ଯୌନସାଥୀ ରଖନ୍ତି। ଗବେଷଣାରେ ସାମିଲ ହୋଇଥିବା ୧୪ ପ୍ରତିଶତ ମହିଳା ଓ ୧୭ ପ୍ରତିଶତ ପୁରୁଷ ସେମାନଙ୍କ ଯୌନ ଜୀବନକୁ ନେଇ ଅସନ୍ତୁଷ୍ଟ ଥିଲେ। ୧୧ ପ୍ରତିଶତ ପୁରୁଷ ଓ ୧୬ ପ୍ରତିଶତ ମହିଳା କହିଥିଲେ ଯେ, ସେମାନଙ୍କ ପାଇଁ ଧର୍ମ ଓ ଧର୍ମୀୟ ବିଶ୍ୱାସ ଅଧିକ ଗୁରୁତ୍ୱପୂର୍ଣ୍ଣ। ତେବେ ଗବେଷଣାରେ ସାମିଲ ହୋଇଥିବା ଦୁଇ ତୃତୀୟାଂସ ଲୋକ କୌଣସି ଧାର୍ମିକ ସମାରୋହରେ ସାମିଲ ହୋଇନଥିବା କହିଥିଲେ।