ପିଞ୍ଛାବଣିଆ ବୈଦିକ ଗୁରୁକୁଳ ଆଶ୍ରମରେ ଅବକାଶ ଶିବିର
![](https://thetruths.in/wp-content/uploads/2022/11/Recreation-Camp-1024x461.jpg)
ରୂପ୍ସା : ବାଲେଶ୍ୱର ସଦର ବ୍ଲକ ରୂପ୍ସା ଥାନା ଅନ୍ତର୍ଗତ ପିଞ୍ଛାବଣିଆ ବୈଦିକ ଗୁରୁକୁଳ ଆଶ୍ରମରେ ରବିବାର ବାଲେଶ୍ୱର ଯୋଗ ମହୋତ୍ସବ ସମିତି ପକ୍ଷରୁ ଅବକାଶ ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲା ଅନ୍ତର୍ଗତ ବିଭିନ୍ନ ଯୋଗକେନ୍ଦ୍ରର ଯୋଗ ସାଧିକାସାଧକଙ୍କୁ ନେଇ ଯୋଗ, ପ୍ରାଣାୟମ, ଯଜ୍ଞକର୍ମ, ଗୋ-ମାତା ସେବା ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇଥିଲା । ଆଶ୍ରମର ସଞ୍ଚାଳକ ଆଚାର୍ଯ୍ୟ ବିଜୟ ଜୀ ଏଥିରେ ପୌରହିତ୍ୟ କରିଥିଲେ । ଯୋଗ ମହୋତ୍ସବ ସମିତି ସଭାପତି ସୁଜିତ କୁମାର ଜେନା, କାର୍ଯ୍ୟକର୍ତ୍ତା ଗୀତାରାଣୀ ପୁରୀ, ସ୍ନେହଲତା ଦାସ ପ୍ରମୁଖ ଯୋଗଦେଇ ଶିବିରାର୍ଥୀମାନଙ୍କୁ ଯୋଗ ପ୍ରଶିକ୍ଷଣ ଦେବା ସହ ଯୋଗ ସଭିଙ୍କୁ ସୁସ୍ଥ ଓ ନିରୋଗ ରଖେ ବୋଲି ବକ୍ତବ୍ୟରେ କହିଥିଲେ । ସୁଧାକର ଶାସ୍ତ୍ରୀ ଓ ଗୀତାରାଣୀ ପୁରୀ ଯଜ୍ଞ କର୍ମ ପରିଚାଳନା କରିଥିଲେ । ବିଶ୍ୱର କଲ୍ୟାଣ ନିମନ୍ତେ ସାମୁହିକ ଭାବେ ଯଜ୍ଞରେ ଆହୁତି ପ୍ରଦାନ କରାଯାଇଥିଲା । ବରିଷ୍ଠ ସଦସ୍ୟ କ୍ଷେତ୍ରମୋହନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ସମିତି ପକ୍ଷରୁ ବ୍ରହ୍ମଚାରୀମାନଙ୍କୁ ଅନ୍ନ, ବସ୍ତ୍ର ପ୍ରଦାନ କରାଯାଇଥିଲା ।