ରାଜ୍ୟରେ ଜୁନ ପହିଲାରୁ ଅଗଷ୍ଟ ୨୦ ମଧ୍ୟରେ ୭୩୬.୬ ମିମି ବର୍ଷା ରେକର୍ଡ, ୧୧ ଜିଲାରେ ନିଅଣ୍ଟିଆ ସ୍ଥିତି
![](https://thetruths.in/wp-content/uploads/2023/08/Rain-1024x742.jpeg)
New Delhi: Vehicles ply on a road amid rainfall, in New Delhi ,on Saturday, August 05, 2023.(IANS/Anupam Gautam)
ଭୁବନେଶ୍ୱର : ରାଜ୍ୟରେ ଚଳିତ ମାସରେ ଏଯାବତ ସ୍ୱାଭାବିକ ବର୍ଷା ହୋଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଅଗଷ୍ଟରେ ଏଯାବତ ୨୫୩.୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଏହା ସ୍ୱାଭାବିକ ବର୍ଷା ୨୫୦.୮ ମିମି ଠାରୁ ସାମାନ୍ୟ ଅଧିକ ।
ଏଣେ ଜୁନ ପହିଲାରୁ ଅଗଷ୍ଟ ୨୦ ମଧ୍ୟରେ ସମଗ୍ର ରାଜ୍ୟରେ ୭୩୬.୬ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଏହି ସମୟ ମଧ୍ୟରେ ସ୍ବାଭାବିକ ବୃଷ୍ଟିପାତ ପରିମାଣ ୮୦୧ ଦଶମିକ ୫ ମିଲିମିଟର ରହିବା କଥା । ଏ ଯାଏଁ ରାଜ୍ୟରେ ୧୧ଟି ଜିଲାରେ ନିଅଣ୍ଟିଆ, ୨ଟି ଜିଲାରେ ଅତ୍ୟଧିକ ଓ ୧୭ଟି ଜିଲାରେ ସ୍ବାଭାବିକ ବର୍ଷା ହୋଇଥିବା ପାଣିପାଗ ବିଭାଗର ତଥ୍ୟରୁ ଜଣାପଡିଛି।