ଆମ ରୋଷେଇ- ‘ଷ୍ଟ୍ୟୁ’
ଷ୍ଟ୍ୟୁ କହିଲେ, ଆମେ ରୋଗୀଙ୍କ ପାଇଁ ଉଦ୍ଦିଷ୍ଟ ପଥି କଥା ଭାବୁ । ହେଲେ ଏହା ଷ୍ଟ୍ୟୁର ପ୍ରକୃତ ପରିଚୟ ନୁହେଁ । ଷ୍ଟ୍ୟୁ ଯେତିକି ସ୍ୱାସ୍ଥ୍ୟକର ସେତିକି ସୁଆଦିଆ ।
ଭେଜିଟେବୁଲ ଷ୍ଟ୍ୟୁ:-ଉପକରଣ: ଛୋଟ ଫୁଲକୋବିଟିଏ, ଆଳୁ ୨-୩ଟା, ଗାଜର ୨ଟି, ବିନ୍ସ ୧୦-୧୨ଟି, ପିଆଜ ୨-୩ଟି, ଟମାଟୋ ୨ଟି, କିଛି ଅଳେଇଚ, ଡାଲଚିନି ଓ ଲବଙ୍ଗ, ରିଫାଇନ୍ ତେଲ ଦୁଇ ବଡ଼ ଚାମଚ, ଅଦା ଏକ ଇଞ୍ଚ (ଚୁନା ଚୁନା କରି ବଟା ହୋଇଥିବା), ଲହୁଣୀ ଏକ ବଡ଼ ଚାମଚ, କ୍ଷୀର ଅଧାକପ, ଗୋଲମରିଚ ୧୦-୧୨ଟି, ତେଜପତ୍ର କେଇଟି, ଚିନି ୨ ଚାମଚ, ଲେମ୍ବୁଟିଏ ।
ପ୍ରସ୍ତୁତି:- ପରିବା ଗୁଡ଼ିକୁ ଧୋଇ ବଡ଼ ବଡ଼ ଖଣ୍ଡକରି ନିଅନ୍ତୁ । ତେଲ ଗରମ କରି ପରିବା ଗୁଡ଼ିକୁ ଅଳ୍ପ ଭାଜି କଡ଼େଇରେ ଲହୁଣୀ ଦେଇ ଗରମ ମସଲା, ତେଜପତ୍ର, ଗୋଲମରିଚ ଓ ଟମାଟୋ ଦେଇ ଗୋଳେଇ ନିଅନ୍ତୁ । ତା’ପରେ ମଇଦା ଛିଞ୍ôଚ କ୍ଷୀର ଢାଳନ୍ତୁ । ମିଶ୍ରଣଟି ସମ୍ପୂର୍ଣ୍ଣ ମିଶିଗଲେ ୩-୪ କପ୍ ପାଣି ଢାଳି ଫୁଟି ଆସିଲେ ଲୁଣ, ଚିନି ଓ ପରିବା ଦେଇ ପାତ୍ର ଢାଙ୍କି ଦିଅନ୍ତୁ । ଝୋଳ ବହଳିଆ ହୋଇଗଲେ ଉପରେ ଲେମ୍ବୁରସ ପକାଇ ଆଞ୍ଚରୁ ଓହ୍ଲାନ୍ତୁ । ତା’ପରେ ଗରମ ଗରମ ପରସି ନିଅନ୍ତୁ ।