ଆମ ରୋଷେଇ- ‘ପୁରଦିଆ ବାଇଗଣ’
ସାମଗ୍ରୀ: ଚଣା ଡାଲି ୬ଚାମଚ୍, ହରଡ ଡାଲି ୪ଚାମଚ୍, ଗୋଲମରିଚ ୧ଚାମଚ୍, ଧନିଆ ମଞ୍ଜି ୧/୪କପ୍, ଜୀରା ମଞ୍ଜି ୧ଚାମଚ୍, କୋରା ନଡିଆ ୧/୨କପ୍, ନାଲି ଲଙ୍କା (ଆବଶ୍ୟକ ଅନୁଯାୟୀ), ତେଲ ୧ଚାମଚ୍, ହେଙ୍ଗୁ ୧/୪ଚାମଚ୍ ଓ ଭାଜିବା ପାଇଁ ଅଳ୍ପ ତେଲ ।
ପ୍ରସ୍ତୁତି: ଚଣାଡାଲି ଓ ହରଡ ଡାଲିକୁ କିଛି ସମୟ ପାଇଁ ବତୁରାଇ ରଖନ୍ତୁ । ପରେ ଡାଲି, ମରିଚ, ନଡିଆ କୋରା, ଧନିଆ, ଜିରା, ଲଙ୍କାକୁ ଏକାଠି ତେଲରେ ଭାଜି ଥଣ୍ଡା କରି ଗ୍ରାଇଣ୍ଡିଙ୍ଗ୍ କରିଦିଅନ୍ତୁ । ତା’ପରେ ବାଇଗଣକୁ ଧୋଇ ୪ପିସ୍ କରି କାଟି ନିଅନ୍ତୁ । ପୂର୍ବ ପ୍ରସ୍ତୁତ ପେଷ୍ଟରେ ଲୁଣ ପକାଇ ପୁର ଗୋଳାଇଦିଅନ୍ତୁ ଏବଂ କଟା ହୋଇଥିବା ବାଇଗଣରେ ଏହି ପୁର ଦେଇ ଓଭାନରେ ବସାଇ ପାରିବେ । ନଚେତ୍ ତାୱାରେ କିଛି ତେଲ ନେଇ ଏହାକୁ ୧୦ମିନିଟ୍ ପର୍ଯ୍ୟନ୍ତ ସେକି ନିଅନ୍ତୁ । ଉପରେ କିଛି ଧନିଆ ପତ୍ର ପକାଇ ଗରମ ଭାତ ସହିତ ପରିବେଷଣ କରନ୍ତୁ ।