ଆମ ରୋଷେଇ- “ଟମାଟୋ ପଲାଉ”

ସାମଗ୍ରୀ :
ବାସୁମତୀ ଚାଉଳ-୫୦୦ ଗ୍ରାମ୍
ପିଆଜ-୧ଟି
ଟମାଟୋ-୨ଟି
ଘିଅ-ବଡ଼ ୩ ଚାମଚ
ଜିରା-୧ ଚାମଚ
ଅଳେଇଚ-୬ଟି
ଲବଙ୍ଗ-୬ଟି
ଲଙ୍କାଗୁଣ୍ଡ-୧ ଚାମଚ
ଟମାଟୋ ପ୍ୟୁରି-୨ ଟେବୁଲ-ଚାମଚ
ଟମାଟୋ ଜୁସ୍-୨୫୦ ମିଲିଗ୍ରାମ୍
ଲୁଣ- ସ୍ୱାଦ ଅନୁସାରେ
ପିଆଜ-ଲାଲ୍ ଛଣା
ପ୍ରଣାଳୀ-
ଚାଉଳକୁ ୨୦ ମିନିଟ୍ ପାଇଁ ବତୁରାନ୍ତୁ, ତା’ପରେ ଛାଣି ରଖନ୍ତୁ । ପିଆଜକୁ ସରୁ ଲମ୍ବାରେ କାଟନ୍ତୁ ଓ ଟମାଟୋକୁ କାଟି ରଖନ୍ତୁ । କରେଇରେ ବା ପ୍ୟାନ ରେ ଘିଅ ଗରମ କରନ୍ତୁ । ସେଥିରେ ଜିରା, ଅଳେଇଚ, ଲବଙ୍ଗ ପକାଇ ଫୁଟିଲେ ପିଆଜ ପକାନ୍ତୁ । ପିଆଜ ଲାଲ୍ ହୋଇଗଲେ ଟମାଟୋ ଓ ଲଙ୍କାଗୁଣ୍ଡ ପକାଇ ନରମ ହେବାଯାଏଁ ରାନ୍ଧନ୍ତୁ । ଏଥର ଚାଉଳ ପକାଇ ୩ ମିନିଟ୍ ଭାଜନ୍ତୁ ଓ ତା’ପରେ ଟମାଟୋ ପ୍ୟୁରି, ଜୁସ୍, ୪୫୦ ମିଲିଲିଟର ପାଣି ଓ ଆବଶ୍ୟକ ପରିମାଣର ଲୁଣ ପକାଇ ଫୁଟାନ୍ତୁ । ପାଣି ଫୁଟିଗଲେ ଘୋଡ଼ଣୀ ଦେଇ କମ୍ ଆଞ୍ଚରେ ଭାତ ହେବାଯାଏଁ ରାନ୍ଧନ୍ତୁ । ହୋଇଗଲେ ଶେଷରେ ଭଜା ପିଆଜ ମିଶାଇ ସର୍ଭିଙ୍ଗ ପ୍ଲେଟକୁ କାଢ଼ି ଖାଇବାକୁ ଦିଅନ୍ତୁ ।
“ଟମାଟୋ ପଲାଉ” କେମିତି ଲାଗିଲା?
୧) ଭଲ ୨) ବହୁତ ଭଲ