ଆମ ରୋଷେଇ- “ମାଛ ନୁରମହଲି”

ସାମଗ୍ରୀ :
ରୋହିମାଛ-୫୦୦ ଗ୍ରାମ୍
ବାସୁମତୀ ଚାଉଳ-୫୦୦ ଗ୍ରାମ୍
ଘିଅ-୧୦୦ ଗ୍ରାମ୍
ଖଟା ଦହି-୨୫୦ ଗ୍ରାମ୍
ପିଆଜ ବଟା-୧ କପ୍
ଅଦା ବଟା-୪ ଟେବୁଲ୍-ଚାମଚ
ରସୁଣ ବଟା-୪ ଟେବୁଲ-ଚାମଚ
ରାଶିତେଲ-ଅଧାକପ୍
ବେସନ-୧୦୦ ଗ୍ରାମ୍
କଳାଜିରା-୨ ଚାମଚ
ପାନମହୁରି-୨ ଟେବୁଲ-ଚାମଚ
ଗରମ ମସଲା-୫ ଗ୍ରାମ୍
ଜିରା ବଟା-୩ ଟେବୁଲ ଚାମଚ
ଜାଫରାନ୍ କେସର-ଅଳ୍ପ
ଲଙ୍କାଗୁଣ୍ଡ ଓ ଲୁଣ-ସ୍ଵାଦାନୁଯାୟୀ
ପ୍ରଣାଳୀ-
ମାଛକୁ ୬ଟି ପିସ୍ କରି ୩ ଟେବୁଲ ଚାମଚ ତେଲରେ ଗୋଳାଇ ଅଧଘଣ୍ଟା ରଖନ୍ତୁ । ଏଥର ସେଇ ମାଛକୁ ଧୋଇନିଅନ୍ତୁ । ମାଛରେ ଜିରା ଓ ପାନମହୁରି ବଟା ଓ ବେସନ ଗୋଳାଇ କିଛି ସମୟ ( ୧୫ ମିନିଟ) ରଖିଦିଅନ୍ତୁ । ଅଧା ଦହିରେ ଅଦା, ପିଆଜ, ରସୁଣ ବଟା, ଲଙ୍କାଗୁଣ୍ଡ ଓ ଲୁଣ ଗୋଳାଇଦିଅନ୍ତୁ । ନନ୍ଷ୍ଟିକ୍ ପ୍ୟାନ୍ କୁ ଭଲଭାବେ ଗରମ କରି ଆଞ୍ଚ କମ୍ ରୁ ମଧ୍ୟମରେ ରଖି ଅଳ୍ପ ଘିଅ ଦେଇ ମାଛକୁ ୧୫ ମିନିଟ୍ ଯାଏଁ ଦୁଇପଟରୁ ଭଲଭାବରେ ଭାଜି ରଖନ୍ତୁ । (ଏପରି ମାଇକ୍ରୋୱେଭ୍ ରେ ୨୩୦°C ରେ ୧୫ ମିନିଟ୍ ପର୍ଯ୍ୟନ୍ତ ଭାଜିପାରନ୍ତି) ଚାଉଳକୁ ୨୦ ମିନିଟ୍ ପାଣିରେ ବତୁରାଇ ରଖନ୍ତୁ ।
ଏଥର ସେହି ପାଣିରେ ଚାଉଳକୁ ୩-୪ ଭାଗ ହେବା ଯାଏଁ ଭାତ ରାନ୍ଧି ରଖନ୍ତୁ । ଆଉ ଏକ ନନଷ୍ଟିକ୍ ପ୍ୟାନରେ ବଳକା ଘିଅ ଓ ତେଲ ପକାଇ ଗରମ କରନ୍ତୁ । ଏଥରେ ଗୋଟା ମସଲା ପକାଇ ଫୁଟାନ୍ତୁ । କଳାଜିରା ପକାନ୍ତୁ । ଫୁଟିଗଲେ ଅଧା ରନ୍ଧା ହୋଇଥିବା ଭାତ ଓ ମାଛକଷା ପକାଇ ଉପରୁ ପୁଣି ଭାତ ଦେଇ (ଦହି ପକାଇ ଭାତରେ ମିଶାଇ ଦେଇଥିବେ) କ୍ଷୀରରେ ମିଶା ଜାଫ୍ରନ୍ କୁ ଢାଳି ଟାଇଟ୍ ଧରୁଥୁବା ଘୋଡ଼ଣୀ ଲଗାଇ କମ୍ ଆଞ୍ଚରେ ୧୦- ୧୫ ମିନିଟ୍ ବସାଇ କାଢ଼ି ସର୍ଭ କରନ୍ତୁ ।