ଆମ ରୋଷେଇ ‘ଡାଲପୁରି’
ସାମଗ୍ରୀ:
ମଇଦା-୨ କପ୍, ଦହି- ଅଧକପ୍, ଲୁଣ- ୧ ଚାମଚ, ବତୁରା ମୁଗଡାଲି- ୧କପ୍, ପଞ୍ଚଫୁଟଣ- ୧ଚାମଚ, କଟା କଞ୍ଚାଲଙ୍କା ଓ ଅଦା- ୨ ଚାମଚ, ତେଲ- ୫୦୦ଗ୍ରାମ, ହଳଦୀ- ୧ଚାମଚ, ଧନିଆପତ୍ର- ଅଧକପ୍ ।
ପ୍ରସ୍ତୁତି:
ମଇଦାରେ ଘିଅ, ଦହି, ଲୁଣ ଦେଇ ଚକଟ । କରେଇରେ ବତୁରା ମୁଗଡାଲିକୁ ପଞ୍ଚଫୁଟଣ, କଞ୍ଚାଲଙ୍କା, ଅଦା, ତେଲରେ ଭାଜି, ଧନିଆପତ୍ର, ହଳଦୀ, ଲୁଣଦେଇ ଭାଜନ୍ତୁ । ମଇଦା ଚକଟାରେ ପୁର ଭରି ବେଲି ତେଲରେ ଛାଣନ୍ତୁ ।