ମଟର ପଲାଉ
ସାମଗ୍ରୀ: ୧କପ୍ ଚାଉଳ, ଅଧାକପ୍ ମଟର ମଞ୍ଜି, ଅଳ୍ପ ଜିରା, ଖଣ୍ଡେ ଡାଲ୍ଚିନି, ୨ଟି ଲବଙ୍ଗ, ୧ଟି ତେଜରାତି, ୩ଟି ପିଆଜ, ଅଳ୍ପ ହଳଦୀଗୁଣ୍ଡ, ଗରମ ମସଲା ୧ଚାମଚ, ଧନିଆ ପାଉଡର ୧ଚାମଚ, ଅଧାକପ୍ ଟମାଟୋ, ୩/୪ ପାଖୁଡ଼ା ରସୁଣ, ୩ଟି କଞ୍ଚା ଲଙ୍କା, ୧ଟି କାକୁଡ଼ି, କିଛି ଧନିଆ ପତ୍ର ।
ପ୍ରଣାଳୀ: ଚାଉଳକୁ ଧୋଇ କିଛି ସମୟ ଯାଏଁ ଭିଜାଇ ଦିଅନ୍ତୁ । ପ୍ରେସର କୁକରରେ ତେଲ ଗରମ କରି ଜିରା, ଡାଲଚିନି, ଲବଙ୍ଗ, ତେଜପତ୍ର ପକାନ୍ତୁ । ଜିରା ଫୁଟିବା ପରେ ସେଥିରେ ପିଆଜ ପକାଇ ଭାଜନ୍ତୁ । ପିଆଜ ଲାଲ ହୋଇଗଲା ପରେ ରସୁଣ ଏବଂ କଞ୍ଚା ଲଙ୍କା କଟା ପକାଇ କିଛି ମସଲା, ଧନିଆ ପାଉଡର, ଟମାଟୋ, ମଟର ମଞ୍ଜି ଏବଂ ଚାଉଳ ପକାଇ ଆଉ କିଛି ସମୟ ଯାଏଁ ଫ୍ରାଏ କରନ୍ତୁ । ପାଣି ଦେଇ ପ୍ରେସରର ଢାଙ୍କୁଣୀ ବନ୍ଦ କରି ଦିଅନ୍ତୁ । ୩ଟି ସିଟି ମାରି ସାରିବା ପରେ ଆଞ୍ଚରୁ କାଢ଼ି ଦିଅନ୍ତୁ । ଏଥରକ ଗରମ ମଟର ପଲାଉକୁ ପ୍ଲେଟ୍ରେ କାଢ଼ି କାକୁଡ଼ି ଓ ଟମାଟୋ ସାଲାଡ୍ ସହିତ ପରଷନ୍ତୁ ।