ରଣବୀର କପୁର ଏବଂ ଆଲିଆ ଭଟ୍ଟ କରିସାରିଛନ୍ତି ବିବାହ ! ଅଭିନେତ୍ରୀ କଲେ ଖୁଲାସା
![](https://thetruths.in/wp-content/uploads/2022/02/Ranbir-Kapoor-Alia-Bhatt.png)
ମୁମ୍ବାଇ: ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ବିବାହ ଖବର ନେଇ ଚର୍ଚ୍ଚା ଜୋର ଧରିଥିଲା । ଏହାରି ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି । ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ବିବାହ ସରିଛି ! ଏକଥା ନିଜେ ଅଭିନେତ୍ରୀ ପ୍ରକାଶ କରିଛନ୍ତି । ଆଲିଆଙ୍କ ଏହି ଆଶ୍ଚର୍ଯ୍ୟଜନକ ମନ୍ତବ୍ୟ ପଛରେ ଏକ ବଡ଼ ଜିନିଷ ଲୁଚି ରହିଛି । ନିକଟରେ ଗଣମାଧ୍ୟମ ସହ ସାକ୍ଷାତକାର ବେଳେ ଆଲିଆଙ୍କୁ ତାଙ୍କ ବିବାହ ସମ୍ବନ୍ଧରେ ପଚରାଯାଇଥିଲା । ଏହାର ଉତ୍ତରରେ ଆଲିଆ କହିଥିଲେଯେ, ମନ ଭିତରେ ସେ ରଣବୀରଙ୍କୁ କେବେ ଠାରୁ ବିବାହ କରିସାରିଛନ୍ତି । ଏବେ କେବଳ ଅଫିସିଆଲି ଭାବେ ବିବାହ ବାକି ଅଛି । ତେବେ ଆଲିଆ କେଉଁ ଉଦ୍ଦେଶ୍ୟରେ ଏମିତି କହିଲେ, ତାହା କେବଳ ସେ ହିଁ କହିପାରିବେ ।
ପୂର୍ବରୁ ଏକ ସାକ୍ଷାତକାରରେ ରଣବୀରଙ୍କୁ ଆଲିଆଙ୍କ ସମ୍ବନ୍ଧରେ ପଚରା ଯାଇଥିଲା । ସେତେବେଳେ ରଣବୀର କହିଥିଲେଯେ, ଯଦି କରୋନାର ମହାମାରୀ ଆସିନଥାନ୍ତା, ତାହେଲେ ସେ ଆଲିଆଙ୍କ ସହ କେବେ ଠାରୁ ବିବାହ କରିସାରିଥାନ୍ତେ । ତେବେ ଆଲିଆ ହୁଏତ ରଣବୀରଙ୍କୁ ତାଙ୍କ ମନରୁ ସ୍ୱାମୀ ଭାବେ ଗ୍ରହଣ କରିନେଇଥିବେ । କିନ୍ତୁ ପ୍ରଂଶସକମାନଙ୍କୁ ତାଙ୍କ ୭ ରାଉଣ୍ଡର ଅପେକ୍ଷା । ତେବେ ମିଡିଆ ରିପୋର୍ଟ ଅନୁଯାୟୀ ରଣବୀର ଏବଂ ଆଲିଆ ଚଳିତବର୍ଷ ବିବାହ କରିବେ । ବିବାହର ପ୍ରସ୍ତୁତି ଜୋରସୋରରେ ଚାଲିଛି । କୁହାଯାଉଛିଯେ, ଦୁହିଁଙ୍କର ରାଜସ୍ଥାନର ରନ୍ଥାମ୍ଭୋରରେ ହାତ ଗଣ୍ଠି ପଡିବ ।