ଆଜିଠୁ ବଢିବ ବର୍ଷା, ୧୮ରେ କୁଆପଥର ମାଡ଼
![](https://thetruths.in/wp-content/uploads/2023/03/Rain-1024x576.jpg)
ଭୁବନେଶ୍ୱର : ପଶ୍ଚିମା-ଝଡ଼ ପ୍ରଭାବରେ ରାଜ୍ୟରେ କିଛି ଅଞ୍ଚଳରେ ମେଘୁଆ ପାଗ ରହିଛି । ଦକ୍ଷିଣ-ଓଡ଼ିଶାର କିଛି ଜିଲାରେ ବିଜୁଳି ଘଡଘଡି ଲାଗି ରହିଛି । ଏହି ପରିପ୍ରେକ୍ଷୀରେ ଆଜିଠୁ ବର୍ଷା ପରିମାଣ ଓ ବିସ୍ତୃତି ବଢିବା ସମ୍ଭାବନା ରହିଛି। ଆଗାମୀ ୧୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲାରେ ବିଜୁଳି ଘଡଘଡି ସହ ବର୍ଷା ଲାଗି ରହିବ । ସେହିପରି ୧୮ ରେ ରାଜ୍ୟର ବର୍ଷାର ବିସ୍ତୃତି ବୃଦ୍ଧି ସହ କିଛି ଜିଲାରେ କୁଆପଥର (କରାମାଡ଼) ବର୍ଷା ସମ୍ଭାବନା ଥିବାରୁ କେନ୍ଦୁଝର, ଯାଜପୁର, ଢେଙ୍କାନାଳ, କଟକ, କୋରାପୁଟ ଏବଂ ମାଲକାନଗିରି ଜିଲାକୁ ଚେତାବନୀ ଜାରି କରିଛି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ।
ଆଜି ମାଲକାନଗିରି, କୋରାପୁଟ, ଗଜପତି, ଗଞ୍ଜାମ, କନ୍ଧମାଳ, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ୱର ଜିଲାରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହୋଇପାରେ । ଏଥିସହ ୪୦ରୁ ୫୦ କିମି ବେଗରେ ପବନ ବହିବା ନେଇ ପୂର୍ବାନୁମାନ କରାଯାଇଛି । ସେହିପରି ଆସନ୍ତାକାଲି (ଶନିବାର) କେତେକ ଜିଲାରେ ବର୍ଷା ଓ ପବନ ଅଧିକ ବଢ଼ିବାର ସମ୍ଭାବନା ରହିଛି । କେନ୍ଦୁଝର, ଯାଜପୁର, ଢେଙ୍କାନାଳ, କଟକ, କୋରାପୁଟ ଓ ମାଲକାନଗିରି ଜିଲାର କିଛି ସ୍ଥାନରେ କୁଆପଥର ପଡ଼ିବାର ସମ୍ଭାବନା ରହିଛି । ସେଥିପାଇଁ ଏସବୁ ଜିଲାଗୁଡ଼ିକ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।