ରେଳ କର୍ମଚାରୀଙ୍କୁ ଦୀପାବଳି ଭେଟି, ମିଳିବ ୭୮ ଦିନର ବୋନସ୍
![](https://thetruths.in/wp-content/uploads/2022/06/Union-Information-and-Broadcasting-Minister-Anurag-Thakur.jpg)
New Delhi, May 13 (ANI): Minister of State for Finance Anurag Thakur briefs the media on Economic package, in New Delhi on Wednesday. (ANI Photo)
ନୂଆଦିଲ୍ଲୀ: ଦୀପାବଳୀରେ ରେଳ କର୍ମଚାରୀଙ୍କୁ ବୋନସ ଦେବା ଲାଗି ମୋଦୀ କ୍ୟାବିନେଟ ନିଷ୍ପତ୍ତି ନେଇଛନ୍ତି । ଫଳରେ କର୍ମଚାରୀଙ୍କୁ ୭୮ ଦିନର ବୋନସ ଦିଆଯିବ । ରେଳ କର୍ମଚାରୀଙ୍କୁ ସର୍ବାଧିକ ୧୭ହଜାର ୯୫୧ ଟଙ୍କା ପର୍ଯ୍ୟନ୍ତ ବୋନସ ମିଳିବ । ଫଳରେ ରେଲୱେର ୧୧.୨୭ ଲକ୍ଷ କର୍ମଚାରୀ ୧୮୩୨ କୋଟି ଟଙ୍କା ପାଇବେ । ଏନେଇ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ସୂଚନା ପ୍ରଦାନ କରିଛନ୍ତି ।
କେନ୍ଦ୍ର କ୍ୟାବିନେଟ୍ ବୁଧବାର ରେଳବାଇ କର୍ମଚାରୀଙ୍କ ବୋନସରେ ମୋହର ମାରିଛନ୍ତି । ସରକାର ଅଣଗେଜେଟେଡ (ଆରପିଏଫ ଓ ଆରପିଏସଏଫଙ୍କୁ ଛାଡି) ରେଳବାଇ କର୍ମଚାରୀଙ୍କୁ ୭୮ ଦିନର ବେତନ ତୁଲ୍ୟ ବୋନସ (ପିଏଲବି)ରେ ପ୍ରଦାନ ନିମନ୍ତେ କ୍ୟାବିନେଟ୍ ସହମତି ଦେଇଛନ୍ତି। କର୍ମଚାରୀଙ୍କୁ ଏହି ବୋନସ ଦେବା ଲାଗି ରେଳବାଇଙ୍କ ଉପରେ ୧୮୩୨.୦୯କୋଟି ଟଙ୍କାର ଭାର ପଡିବ। ଯୋଗ୍ୟ ରେଳବାଇ କର୍ମଚାରୀଙ୍କୁ ବୋନସ ଆକାରରେ ମାସ ପିଛା ୭ହଜାର ଟଙ୍କା ଦିଆଯାଉଛି। ୭୮ ଦିନ ହିସାବରେ କର୍ମଚାରୀଙ୍କୁ ବୋନସ ରାଶି ଆକାରରେ ୧୭,୯୫୧ ଟଙ୍କା ପ୍ରଦାନ କରାଯିବ। କେନ୍ଦ୍ର କ୍ୟାବିନେଟର ନିଷ୍ପତ୍ତି ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିବା ବେଳେ ୧୧.୨୭ ଲକ୍ଷ ଅଣଗେଜେଟେଡ ରେଳବାଇ କର୍ମଚାରୀଙ୍କୁ ପିଏଲବି ରାଶି ପୈଠ କରିଦିଆଯାଇଥିବା କହିଛନ୍ତି।
ସୂଚନା ଯେ, ରେଳବାଇ ଗତ ବର୍ଷ ମଧ୍ୟ କର୍ମଚାରୀଙ୍କୁ ୭୮ ଦିନର ବେତନ ବୋନସ ପ୍ରଦାନ କରିଥିଲେ। ଜଣେ ରେଳବାଇ କର୍ମଚାରୀଙ୍କର ୩୦ ଦିନକୁ ୭ହଜାର ଟଙ୍କା ବୋନସ ହେଉଛି। ଏଥିରେ ୭୮ ଦିନରେ କର୍ମଚାରୀ ପିଛା ୧୭, ୯୫୧ ଟଙ୍କା ବୋନସ ପଡୁଛି। ଦୀପାବଳି ଅବସରରେ ରେଲବାଇ କର୍ମଚାରୀଙ୍କ ବୋନସ ଉପରେ କେନ୍ଦ୍ର କ୍ୟାବିନେଟର ନିଷ୍ପତ୍ତିକୁ ଏବେ ବଡ ନିଷ୍ପତ୍ତି ବୋଲି କୁହାଯାଉଛି।