ପଞ୍ଜାବ : ଆତଙ୍କବାଦୀ ସଂଗଠନ ସହ ଜଡିତ କଟ୍ଟରପନ୍ଥି ଦୁଇଟି ହାତବୋମା ସହିତ ଗିରଫ
![](https://thetruths.in/wp-content/uploads/2021/08/Terrorist-with-Bomb.jpg)
- ପୁଣିଥରେ ପଞ୍ଜାବକୁ ଦୋହଲାଇବା ଯୋଜନା ହେଲା ବିଫଳ
ତରନତାରନ/ଚଣ୍ଡିଗଡ଼ : ପଞ୍ଜାବର ତରନତାରନ ଜିଲ୍ଲାର ପୋଲିସ ଆତଙ୍କବାଦୀ ସଂଗଠନ ସହିତ ଜଡିତ ଯାଡ଼ିଥିବା ଏକ କଟ୍ଟରପନ୍ଥିକୁ ଦୁଇଟି ହାତବୋମା ସହ ଗିରଫ କରିଛି । ତା’ର ପରିଚୟ ଗାବ ଜୋହଲ ଢଇବାଲା ନିବାସୀ ଏକ ଅତ୍ୟାଧିକ କଟ୍ଟରପନ୍ଥି ସରୁପ ସିଂ ବୋଲି ଜଣାପଡ଼ିଛି । ଏହା ସହିତ ପଞ୍ଜାବ ପୋଲିସ ସୀମାନ୍ତ ରାଜ୍ୟରେ ଏକ ସମ୍ଭାବିତ ଆତଙ୍କବାଦୀ ଆକ୍ରମଣକୁ ବିଫଳ କରିଛି ।
ପୋଲିସ୍ ମହାନିର୍ଦ୍ଦେଶକ(ଡିଜିପି) ପଞ୍ଜାବ ଦିନକର ଗୁପ୍ତା ମଙ୍ଗଳବାର ଦିନ ଏଠାରେ କହିଛନ୍ତି ଯେ ପୋଲିସ୍ ତା’ପାଖରୁ ଦୁଇଟି ଜୀବନ୍ତ ପି-୮୬ ମାର୍କ ହ୍ୟାଣ୍ଡ ଗ୍ରେନେଡ ମଧ୍ୟ ଜବତ କରିଛି । ସରୂପ ସିଂହଙ୍କୁ ତରନତାରନ ପୋଲିସ୍ ସୋମବାର ଦିନ ଅମୃତସର ହରିକେ ରୋଡ଼ରୁ ଏକ ପୋଲିସ୍ ଷ୍ଟେସନରୁ ସନ୍ଦେହ ଆଧାରରେ ଗିରଫ କରିଥିଲେ । ସେ କହିଲେ ଯେ ଏହି ଗିରଫଦାର ଏମିତି ସମୟରେ ହୋଇଛି ଯେତେବେଳେ ପଞ୍ଜାବରେ ଅନ୍ୟ ଅସ୍ତ୍ର ଶସ୍ତ୍ର ଏବଂ ଗୋଳା -ବାରୁଦ ଜବତ ବ୍ୟତୀତ ଗ୍ରେନେଡ ଏବଂ ଆରଡିଏକ୍ସରେ ଭର୍ତି ଟିଫ୍ନି ବାକ୍ସ ଦେଖିବାକୁ ମିଳିଥିଲା, ଯାହା ସୀମାନ୍ତ ରାଜ୍ୟରେ ଶାନ୍ତି ଏବଂ ସାମ୍ପ୍ରଦାୟିକ ସଦ୍ଭାବକୁ ବିଗାଡ଼ିବା ପାଇଁ ବିଦେଶରେ ଥିବା ଆତଙ୍କବାଦୀ ନେତାମାନେ ଏବଂ ରାଷ୍ଟ୍ରବିରୋଧୀ ତତ୍ୱ ଦ୍ୱାରା କରାଯାଉଥିବା ବିଫଳ ପ୍ରୟାସ ଅଟେ ।